BNSS ୧୬୩ ହଟିଲା: ସୋମବାର ଦିନ ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣା ବଳବତ୍ତର..

Spread the love

ଜେଏମଜେ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଏମଭି ୨୬ ଗାଁରେ ଧିରେ ଧିରେ ଶାନ୍ତି ଫେରୁଛି। ଜିଲ୍ଲା ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି। ଗାଁରେ ବିଦ୍ୟୁତ ସଂଯୋଗ କରିବା ପାଇଁ ବିଦ୍ୟୁତ ବିଭାଗ ଓ ପାଣି ପାଇପ ମରାମତି କରିବା ପାଇଁ ପଞ୍ଚାୟତକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନର ସର୍ଭେରୁ ଜଣାପଡିଛି ଯେ ଏମ.ଭି ୨୬ ହିଂସା କାଣ୍ଡରେ ୨୪୦ ଘର ଓ ଦୋକାନ ନିଆଁରେ ପୋଡି ପାଉଁଶ ହୋଇଯାଇଛି।

୩ କୋଟି ୪୦ ଲକ୍ଷ ଟଙ୍କାର ଆସବାହ ପତ୍ର ନଷ୍ଟ ହୋଇଛି । ଲୋକଙ୍କ ଘର ଓ ଅନ୍ୟାନ୍ୟ ସାମଗ୍ରୀର ଆକଳନ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଆଜି ଭାରତୀୟ ରେଡ଼ କ୍ରସ ତରଫରୁ ଅନେକ ରିଲିଫ ସାମଗ୍ରୀ ଆସିଥିବା ବେଳେ ସେସବୁ ଏମଭି ୨୬ ଗାଁରେ ବଣ୍ଟନ କରାଯିବ। ସେପଟେ ଏମଭି ୨୬ ଗାଁ ରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିବା ବେଳେ ଇଣ୍ଟରନେଟ ସେବା କଟକଣାକୁ ଆହୁରୀ ୩୬ ଘଣ୍ଟା ପର୍ଯ୍ୟନ୍ତ ବଢେଇ ଦିଆଯାଇଛି।

ସୋମବାର ଦିନ ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିବ। ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ପ୍ରଶାସନର ନିଷ୍ପତ୍ତି। ଇଣ୍ଟରନେଟ୍ କଟକଣା ବୃଦ୍ଧି ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ସୂଚନା ସ୍ଥିତିକୁ ଦୃଷ୍ଟିରେ ରଖି ସୋମବାରରୁ ଲାଗିଥିବା BNSS ୧୬୩ ହଟିଲା। ତେବେ ଏହି ଘଟଣାରେ ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଥିବା କହିଲେ ଜିଲ୍ଲାପାଳ।

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    • By jmjnewso
    • September 17, 2026
    • 15 views
    ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା

    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    • By jmjnewso
    • September 17, 2026
    • 19 views
    ସେବା ସଂକଳ୍ପ ଅଭିଯାନ: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 65 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 37 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 27 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 21 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି