ଜିଲ୍ଲାସ୍ତରୀୟ ବିଜ୍ଞାନମେଳାରେ ଚିକିଟି ବ୍ଲକର ସଫଳତା

Spread the love

ବ୍ରହ୍ମପୁର : ଜିଲ୍ଲାସ୍ତରୀୟ ବିଜ୍ଞାନମେଳାରେ ଚିକିଟି ବ୍ଲକର ସଫଳତା..ଜିଲ୍ଲାସ୍ତରରୁ ମୋଟ ୨ ଜଣ କୁନିବୈଜ୍ଞାନିକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।ପ୍ରକାଶ ଥାଉକି ଗତ ୧୦ ତାରିଖଦିନ ବ୍ରହ୍ମପୁର ଗିରିରୋଡ଼ ସ୍ଥିତ ପିଏମଶ୍ରୀ ସରକାରୀ ମହିଳା ମାଧ୍ୟମିଜ ପ୍ରଶିକ୍ଷଣ ବିଦ୍ୟାଳୟରେ ଚଳିତ ବର୍ଷର ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନ ମେଳା ଓ କୂଇଜ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋବିନ୍ଦନଗର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ଛାତ୍ରୀ ଅର୍ଚିତା ସାହୁଙ୍କ ଏୟାର ଡିଜାଷ୍ଟର ସେଫଟି ସିଷ୍ଟମ ପ୍ରକଳ୍ପଟି ରାଜ୍ୟସ୍ତରକୁ ମନୋନୀତ ହୋଇଅଛି। ବିଜ୍ଞାନଶିକ୍ଷୟିତ୍ରୀ ମଧୁସ୍ମିତା ସାହୁ ସମସ୍ତକାର୍ଯ୍ୟରେ ସହଯୋଗ କରିଥିଲେ। ସେହିପରି ଗିରିସୋଲା ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତପସ୍ୱିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ଵା ବଧାନରେ ଏଲ ପୁର୍ଣଚନ୍ଦ୍ର ପାତ୍ରଙ୍କ ସ୍ମାର୍ଟ ରୋବଟ ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ ହୋଇ ବ୍ଲକ ପାଇଁ ଗୌରବ ଆଣିଛନ୍ତି। ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ବର୍ତମାନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ବ୍ଲକରେ ଆଧୁନିକ ବିଜ୍ଞାନ ପ୍ରକଳ୍ପ ଉପରେ ବିଭିନ୍ନ ସମୟରେ ବୈଠକ ଡକାଇ ଧାରଣାଗୁଡିକୁ ପ୍ରଦାନ କରିଥିଲେ। ତେଣୁ ସମସ୍ତ ବିଦ୍ୟାଳୟରୁ ଏଥିପାଇଁ ବିଇଓ ଙ୍କୁ ପ୍ରଶଂସିତ କରାଯାଇଛି। କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସିଆରସିସି ବି ଭେଙ୍କେଟ ରାଓଙ୍କ ସମେତ ପ୍ରଧାନଶିକ୍ଷୟିତ୍ରୀମାନଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ବ୍ରହ୍ମପୁର ରୁ ବିଭୁତି ଶତପଥୀଙ୍କ ରିପୋର୍ଟ….

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 1 ଅଗଷ୍ଟ 2026

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ