ଭକ୍ତପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏଲ. ଆର୍.ଆଇ ଯାତ୍ରା ୨୦୨୫

Spread the love

ଢେଙ୍କାନାଳ: (ଜେଏମଜେ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ପଞ୍ଚାୟତର ଭକ୍ତପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ତରଫରୁ LRI କାର୍ଯ୍ୟକ୍ରମ ପ୍ରକଳ୍ପ ନିର୍ଦ୍ଦେଶକ କଳ୍ପବଟ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଜିଲ୍ଲାପରିଷଦ ଓ ଅନ୍ୟ ଅତିଥିମାନଙ୍କ ଦ୍ଵାରା ଭୂମି ପୂଜନ ଶ୍ରମଦାନ ଓ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଥିଲା ଓ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ କୁ ମଧ୍ୟ ଲୋକାର୍ପଣ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ସରପଞ୍ଚ ମାନସ ଦେହୁରୀ ଜିଲ୍ଲାପରିଷଦ ସଭ୍ୟ ସୁମନ୍ତ କୁମାର ଦେହୁରୀ ପ୍ରକଳ୍ପ ନିର୍ଦ୍ଦେଶକ କଳ୍ପବଟ ବେହେରା ଓ ଅନ୍ୟ ଅତିଥି ମାନେ ମଞ୍ଚାସିନ ହୋଇଥିଲେ ଓ ଏହି ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶିକା ସସ୍ମିତା ନାୟକ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟ କ୍ରମର ମୁଖ୍ୟ ଆୟୋଜକ ପ୍ରକଳ୍ପ ନିର୍ଦ୍ଦେଶକ କଳ୍ପବଟ ବେହେରା ପ୍ରଥମେ ସମସ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ LRI ର ଅର୍ଥ କଣ ଓ LRI କାର୍ଡ ଦ୍ଵାରା ଚାଷୀ ମାନେ କଣ ଫାଇଦା ପାଇପାରିବେ ସେହି ବିଷୟରେ ସଚେତନ କରାଇଥିଲେ ଓ କୁଇଜ୍ ପ୍ରତିଯୋଗିତା ରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ଏବଂ ଏହି ପଞ୍ଚାୟତର ସଫଳ ଚାଷୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟ କ୍ରମରେ ବହୁ ସଂଖ୍ୟାରେ ମହିଳା ଓ ଚାଷୀ ମାନେ ଉପସ୍ଥିତ ଥିଲେ l ଓ ବିଶେଷ କରି ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ଅଧୀନରେ ଚାଲିଥିବା ରିୱାର୍ଡ scheme ରେ ଥିବା କର୍ମଚାରୀ ଜସ୍ମିନ୍ ସ୍ୱାଇଁ, ବିସ୍ମିତା ବାରିକ ,ଶାଶ୍ଵତ ସାହୁ, ରାଜା ବେହେରା ଏବଂ PMKSY ର କର୍ମକର୍ତ୍ତା ବିଶେଶ୍ୱର ସାହୁ,ଯଶୋବନ୍ତ କମାଲ, ରାଜେଶ୍ୱରି ପାତ୍ର ଓ ଅନୁସୁୟା ପ୍ରଧାନ ପ୍ରମୁଖ ଯୋଗଦେଇ ସମସ୍ତ ସାହାଯ୍ୟ ଓ ସହଯୋଗ କରିଥିଲେ ସନ୍ତୋଷ କୁମାର ମହାପାତ୍ର ରିପୋର୍ଟ

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 53 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 34 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 25 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 20 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍