ଷଷ୍ଠ ତମ ଗଞ୍ଜାମ ଜିଲ୍ଲା ପରିଷଦ ବୈଠକଷଷ୍ଠ ତମ ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ

Spread the love

ଜେଏମଜେ ବ୍ୟୁରୋ : ଷଷ୍ଠ ତମ ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି..
ଏକ ମନ ବିଚାରଧାରାରେ କାର୍ଯ୍ୟକଲେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସମ୍ଭବପର- ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
ଛତ୍ରପୁର ତା.୦୯ .୧୦.୨୦୨୪ ଗଞ୍ଜାମ ଜିଲ୍ଲା ପରିଷଦର ଷଷ୍ଠ ତମ ବୈଠକ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ସଭ୍ୟ / ସଭ୍ୟା ମାନଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଏବଂ ଦୁଇ ମନ୍ତ୍ରୀ ଉପସ୍ଥିତ ରହି ଜିଲ୍ଲାର ବିକଶ ଧାରାରେ ସମସ୍ତଙ୍କ ମିଳିତ ଉଦ୍ୟମ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ ।

ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଗଞ୍ଜାମ ଜିଲ୍ଲା ଓଡିଶାର ବୃହତ୍ତମ ଜିଲ୍ଲା । ଏହି ଜିଲ୍ଲା ସବୁକ୍ଷେତ୍ରରେ ଆଗୁଆ ପଦକ୍ଷେପ ଗ୍ରହଣ କରି ଓଡିଶା ଗଠନ ଠାରୁ ଆରମ୍ଭ କରି ଏ ଯାବତ୍ ବିକାଶ ଦିଗରେ ଅଗ୍ରଗତି ହେବେ । ସବୁ ସ୍ଥାନରେ ସୁନାମ ବଜାୟ ରଖି ଆସୁଛି । ଜିଲ୍ଲାର ବିକାଶ ଦିଗରେ ଦଳ ମତକୁ ଭୂଲି ଏକ ମନ ନେଇ କାର୍ଯ୍ୟ କଲେ ଏହି ଜିଲ୍ଲା ନିଶ୍ଚିତ ରୂପେ ଆଗକୁ ବଢି ପାରିବ । କେଉଁଠି କଣ ସମସ୍ୟା ଦେଖା ଯାଉଛି ତାହା ଉଭୟ ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି ଜନମତକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟକରିବା ଜରୁରି ହୋଇ ପଡିଛି । ତେଣୁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଜଣାଇଥିଲେଯେ, ଆମ ଜିଲ୍ଲାର ବିକାଶ ଆମ ମାଟିର ବିକାଶ । ଏହି ଚିନ୍ତା ନେଇ କାର୍ଯ୍ୟ କଲେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସମସ୍ତ ବିଭାଗର ଉନ୍ନୟନ ମୂଳକ ଆଲୋଚନା ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ନେଇ ମତ ରଖିଥିଲେ ।

ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗଞ୍ଜାମ ଜିଲ୍ଲା କୃଷି, କ୍ରୀଡା, ସାଂସ୍କୃତିକ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସବୁଠାରୁ ଆଗରେ ଅଛି । ପ୍ରଶାସନିକ ଓ ରାଜନୈତିକ ସମନ୍ବୟ ଦ୍ବାରା ଗଞ୍ଜାମ ଜିଲ୍ଲା ଦେଶରେ ସୁନାମ ଅର୍ଜନ କରିପାରିଛି । ଜାତୀୟ ରାଜପଥର ସଂପ୍ରସାରଣ, କୋଷ୍ଟାଲ ହାଇଓ୍ବେ, ଗୋପାଳପୁର ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରେଳ ପଥ, ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆଣିବା ସକାଶେ ବ୍ରହ୍ମପୁର ମେଡିକାଲ କଲେଜର ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରଚେଷ୍ଟା କରାଗଲେ ଜିଲ୍ଲାର ବିକାଶ ଦ୍ବିଗୁଣିତ ହେବ । ଏଥି ସକାଶେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ତାଙ୍କ ବକ୍ତବ୍ୟରେ କହିଥିଲେଯେ, ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇ ପାରିଲେ ଜିଲ୍ଲାର ବିକାଶ ହୋଇ ପାରିବ । ସମସ୍ତଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବା ଏବଂ ମୌଳିକ ଆବଶ୍ୟକତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପାରିଲେ ଆମେ ନିଶ୍ଚିତ ରୂପେ ସଫଳତା ହାସଲ କରିପାରିବା ।
କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଆସ୍କା ବିଧାୟକ ସରୋଜ କୁମାର ପାଢୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ସୋରଡା ବିଧାୟକ ନୀଳମଣୀ ବିଷୋୟୀ ବୈଠକରେ ଯୋଗଦେଇ ଦଳ ମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ଗଞ୍ଜାମ ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେବାକୁ କହିଥିଲେ ।
ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍ ରାଜେଶ୍ବରୀ ଦୋରା କହିଥିଲେ ଯେ, ଜାତୀୟ ରାଜପଥରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଧନଜୀବନ ହାନୀ ହେଉଛି । ଦୁର୍ଘଟଣାକୁ ଏଡାଇବା ପାଇଁ ଅଣ୍ଡର ପାସ ନିର୍ମାଣ ସହିତ ରାସ୍ତା ସମ୍ପ୍ରସାରଣ ସମୟରେ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ଉପରେ ଗୁରୁତ୍ବ ଦେବାକୁ କହିଥିଲେ । ଜିଲ୍ଲା ପରିଷଦ ମାନନୀୟା ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ତାଙ୍କ ବକ୍ତବ୍ୟରେ କହିଥିଲେଯେ, ଗତ ବର୍ଷ ଗଞ୍ଜାମ ଜିଲ୍ଲା ସମଗ୍ର ଭାରତ ବର୍ଷରେ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ହୋଇ ପାରିଥିଲା । ଏଣୁ ସମସ୍ତେ ମିଳିମିଶି ଜିଲ୍ଲାର ବିକାଶ ଦିଗରେ ଧ୍ୟାନ ଦେବାକୁ କହିଥିଲେ ।
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା ପଞ୍ଚାୟତିରାଜ,ସ୍ବଚ୍ଛ ଭାରତ ମିଶନ୍ ଦ୍ବାରା ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ବୈଠକରେ ପ୍ରଧାନ ମନ୍ତ୍ରୀ ଆଓ୍ବାସ ଯୋଜନା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ରାସ୍ତା ଓ କୋଠାବାଡି, ଗ୍ରାମ୍ଯ ଉନ୍ନୟନ, ଗ୍ରାମ୍ୟ ଜଳ ଯୋଗାଣ, ଜଳ ସେଚନ, ଜାତୀୟ ସ୍ବାସ୍ଥ୍ୟ ମିଶନ୍, ଶିକ୍ଷା, କୃଷି, ଉଦ୍ୟାନ କୃଷି, ଜଙ୍ଗଲ ବିଭାଗ, ମୃତ୍ତିକା ସଂରକ୍ଷଣ ,ସମାଜ ମଙ୍ଗଳ, ସାମାଜିକ ସୁରକ୍ଷା ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ବାରା ଜିଲ୍ଲାରେ କରାଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ବିଶଦ୍ ଆଲୋଚନା କରାଯାଇଥିଲା ।
ବୈଠକରେ ଜିଲ୍ଲାପରିଷଦ ସମସ୍ତ ସଭ୍ୟ, ସଭ୍ୟା, ସମସ୍ତ ସଂପୃକ୍ତ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସଭାମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ବାଇଁ ସମସ୍ତେ ନିଜ ନିଜର ବହୁମୂଲ୍ୟ ସମୟ ଦେଇ ବୈଠକରେ ଯୋଗଦାନ କରିଥିବାରୁ ଏବଂ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଷଷ୍ଠ ତମ ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ
ଏକ ମନ ବିଚାରଧାରାରେ କାର୍ଯ୍ୟକଲେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସମ୍ଭବପର- ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
ଛତ୍ରପୁର ତା.୦୯ .୧୦.୨୦୨୪ ଗଞ୍ଜାମ ଜିଲ୍ଲା ପରିଷଦର ଷଷ୍ଠ ତମ ବୈଠକ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ସଭ୍ୟ / ସଭ୍ୟା ମାନଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଏବଂ ଦୁଇ ମନ୍ତ୍ରୀ ଉପସ୍ଥିତ ରହି ଜିଲ୍ଲାର ବିକଶ ଧାରାରେ ସମସ୍ତଙ୍କ ମିଳିତ ଉଦ୍ୟମ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ ।
ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଗଞ୍ଜାମ ଜିଲ୍ଲା ଓଡିଶାର ବୃହତ୍ତମ ଜିଲ୍ଲା । ଏହି ଜିଲ୍ଲା ସବୁକ୍ଷେତ୍ରରେ ଆଗୁଆ ପଦକ୍ଷେପ ଗ୍ରହଣ କରି ଓଡିଶା ଗଠନ ଠାରୁ ଆରମ୍ଭ କରି ଏ ଯାବତ୍ ବିକାଶ ଦିଗରେ ଅଗ୍ରଗତି ହେବେ । ସବୁ ସ୍ଥାନରେ ସୁନାମ ବଜାୟ ରଖି ଆସୁଛି । ଜିଲ୍ଲାର ବିକାଶ ଦିଗରେ ଦଳ ମତକୁ ଭୂଲି ଏକ ମନ ନେଇ କାର୍ଯ୍ୟ କଲେ ଏହି ଜିଲ୍ଲା ନିଶ୍ଚିତ ରୂପେ ଆଗକୁ ବଢି ପାରିବ । କେଉଁଠି କଣ ସମସ୍ୟା ଦେଖା ଯାଉଛି ତାହା ଉଭୟ ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି ଜନମତକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟକରିବା ଜରୁରି ହୋଇ ପଡିଛି । ତେଣୁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଜଣାଇଥିଲେଯେ, ଆମ ଜିଲ୍ଲାର ବିକାଶ ଆମ ମାଟିର ବିକାଶ । ଏହି ଚିନ୍ତା ନେଇ କାର୍ଯ୍ୟ କଲେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସମସ୍ତ ବିଭାଗର ଉନ୍ନୟନ ମୂଳକ ଆଲୋଚନା ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ନେଇ ମତ ରଖିଥିଲେ ।
ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗଞ୍ଜାମ ଜିଲ୍ଲା କୃଷି, କ୍ରୀଡା, ସାଂସ୍କୃତିକ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସବୁଠାରୁ ଆଗରେ ଅଛି । ପ୍ରଶାସନିକ ଓ ରାଜନୈତିକ ସମନ୍ବୟ ଦ୍ବାରା ଗଞ୍ଜାମ ଜିଲ୍ଲା ଦେଶରେ ସୁନାମ ଅର୍ଜନ କରିପାରିଛି । ଜାତୀୟ ରାଜପଥର ସଂପ୍ରସାରଣ, କୋଷ୍ଟାଲ ହାଇଓ୍ବେ, ଗୋପାଳପୁର ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରେଳ ପଥ, ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆଣିବା ସକାଶେ ବ୍ରହ୍ମପୁର ମେଡିକାଲ କଲେଜର ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରଚେଷ୍ଟା କରାଗଲେ ଜିଲ୍ଲାର ବିକାଶ ଦ୍ବିଗୁଣିତ ହେବ । ଏଥି ସକାଶେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ତାଙ୍କ ବକ୍ତବ୍ୟରେ କହିଥିଲେଯେ, ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇ ପାରିଲେ ଜିଲ୍ଲାର ବିକାଶ ହୋଇ ପାରିବ । ସମସ୍ତଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବା ଏବଂ ମୌଳିକ ଆବଶ୍ୟକତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପାରିଲେ ଆମେ ନିଶ୍ଚିତ ରୂପେ ସଫଳତା ହାସଲ କରିପାରିବା ।
କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଆସ୍କା ବିଧାୟକ ସରୋଜ କୁମାର ପାଢୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ସୋରଡା ବିଧାୟକ ନୀଳମଣୀ ବିଷୋୟୀ ବୈଠକରେ ଯୋଗଦେଇ ଦଳ ମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ଗଞ୍ଜାମ ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେବାକୁ କହିଥିଲେ ।
ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍ ରାଜେଶ୍ବରୀ ଦୋରା କହିଥିଲେ ଯେ, ଜାତୀୟ ରାଜପଥରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଧନଜୀବନ ହାନୀ ହେଉଛି । ଦୁର୍ଘଟଣାକୁ ଏଡାଇବା ପାଇଁ ଅଣ୍ଡର ପାସ ନିର୍ମାଣ ସହିତ ରାସ୍ତା ସମ୍ପ୍ରସାରଣ ସମୟରେ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ଉପରେ ଗୁରୁତ୍ବ ଦେବାକୁ କହିଥିଲେ । ଜିଲ୍ଲା ପରିଷଦ ମାନନୀୟା ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ତାଙ୍କ ବକ୍ତବ୍ୟରେ କହିଥିଲେଯେ, ଗତ ବର୍ଷ ଗଞ୍ଜାମ ଜିଲ୍ଲା ସମଗ୍ର ଭାରତ ବର୍ଷରେ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ହୋଇ ପାରିଥିଲା । ଏଣୁ ସମସ୍ତେ ମିଳିମିଶି ଜିଲ୍ଲାର ବିକାଶ ଦିଗରେ ଧ୍ୟାନ ଦେବାକୁ କହିଥିଲେ ।
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା ପଞ୍ଚାୟତିରାଜ,ସ୍ବଚ୍ଛ ଭାରତ ମିଶନ୍ ଦ୍ବାରା ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ବୈଠକରେ ପ୍ରଧାନ ମନ୍ତ୍ରୀ ଆଓ୍ବାସ ଯୋଜନା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ରାସ୍ତା ଓ କୋଠାବାଡି, ଗ୍ରାମ୍ଯ ଉନ୍ନୟନ, ଗ୍ରାମ୍ୟ ଜଳ ଯୋଗାଣ, ଜଳ ସେଚନ, ଜାତୀୟ ସ୍ବାସ୍ଥ୍ୟ ମିଶନ୍, ଶିକ୍ଷା, କୃଷି, ଉଦ୍ୟାନ କୃଷି, ଜଙ୍ଗଲ ବିଭାଗ, ମୃତ୍ତିକା ସଂରକ୍ଷଣ ,ସମାଜ ମଙ୍ଗଳ, ସାମାଜିକ ସୁରକ୍ଷା ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ବାରା ଜିଲ୍ଲାରେ କରାଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ବିଶଦ୍ ଆଲୋଚନା କରାଯାଇଥିଲା ।
ବୈଠକରେ ଜିଲ୍ଲାପରିଷଦ ସମସ୍ତ ସଭ୍ୟ, ସଭ୍ୟା, ସମସ୍ତ ସଂପୃକ୍ତ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସଭାମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ବାଇଁ ସମସ୍ତେ ନିଜ ନିଜର ବହୁମୂଲ୍ୟ ସମୟ ଦେଇ ବୈଠକରେ ଯୋଗଦାନ କରିଥିବାରୁ ଏବଂ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    Spread the love

    Spread the loveଜେଏମଜେ ବ୍ୟୁରୋ : କଦଳୀରେ ମିଶାଯାଉଛି ଇଥୋପନ୍ ଭଳି ବିଷାକ୍ତ ରସାୟନ, ନିରବୀ ଯାଇଛି ପ୍ରଶାସନ..ବଜାରରେ ବିକ୍ରି ହେଉଥିବା କଦଳୀରେ ମିଶାଯାଉଛି ଇଥୋପନ୍ ଭଳି ବିଷାକ୍ତ ରସାୟନ । ତେଣୁ ଜିଲା ପ୍ରଶାସନ କଦଳୀ ଗୋଦାମ ଉପରେ ଚଢାଉ…

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ…

    Leave a Reply

    Your email address will not be published. Required fields are marked *

    You Missed

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 20 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 29 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ