ଦୀର୍ଘ 88 ବର୍ଷଧରି ଭଡା ଘରେ ଚାଲିଛି ଡାକଘର..

Spread the love


ଜେଏମଜେ ବ୍ୟୁରୋ : ବିସୂର୍ଯ୍ୟନଗର : ଦୀର୍ଘ 88 ବର୍ଷ ଧରି ଭଡା ଘରେ ଚାଲିଛି ଡାକସେବା
କୋଠା ନିର୍ମାଣ ପାଇଁ ଯାଗା ଲିଜ ଅବଧି କୁ 34ବର୍ଷ ବିତିଲା…. ତଥାପି ହୋଇପାରିଲା ନାହଁ ନିଜସ୍ୱ କୋଠା ନିର୍ମାଣ….
ଦେଶ ସ୍ୱାଧୀନହେବାର 11ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇଥିଲା ଡାକସେବା….

ଘଟଣା ଟି ଶୁଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ ହେଲେ ଏହା ନିରାଟ ସତ୍ୟ… ସରକାର ଙ୍କ ନିଦ ଭାଙ୍ଗିବ କେବେ? ଏବେ ଲୋକଙ୍କ ମନରେ ଉଠିଛି ପ୍ରଶ୍ନ ଉଠିଛି..
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଠାରେ 1/10/1936ମସିହାରେ ସ୍ଥାପନ ହୋଇଥିଲା ଡାକଘର. ମିଳିଥିବା ସୂଚନା ଆଧାରରେ ଦେଶ ସ୍ୱାଧୀନ ହେବା 11ବର୍ଷ ପୂର୍ବରୁ ଡାକସେବା ଆରମ୍ଭ ହୋଇଥିଲେ ମଧ୍ୟ ନିଜସ୍ୱ ଘର ନଥିବା ରୁ ଭଡା ଘରେ ଚାଲିଛି ଡାକ କାର୍ଯ୍ୟାଳୟ l 54ବର୍ଷ ପରେ ନିଜସ୍ୱ କୋଠା ନିର୍ମାଣ ପାଇଁ କେନ୍ଦ୍ରୀୟ ଯୋଜନା ପ୍ରକାରେ ସହରର ମୁଖ୍ୟ ବଜାର ଉପରେ ଗତ 12/9/1990 ମସିହାରେ 0.23ଏକର ଜମି ରାଜସ୍ୱ ବିଭାଗ ପକ୍ଷରୁ ଡାକ ବିଭାଗ ନାମରେ 99 ବର୍ଷ ପାଇଁ ଲିଜ ସୂତ୍ରରେ ପ୍ରଦାନ କରାଯାଇ 5ବର୍ଷିଆ ପ୍ଲାନ ଯୋଜନା ରେ କୋଠା ନିର୍ମାଣ ପାଇଁ ଓଡିଶା ମୁଖ୍ୟ ଡାକପାଳ, ଆସିକା ଡାକ ଅଧିକ୍ଷକ ଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ଜାଗାଟି ଏବେ ଅସ୍ଥାୟୀ ଡମ୍ପିଂୟ୍ଡ଼ ଓ ମୁକ୍ତା କାଶ ଶୌଚାଳୟ ପାଲଟିଛି. ଆଉ ଆଜିଯାଏ କୋଠା ନିର୍ମାଣ ଫାଇଲ ଭିତରେ ଚାପି ହୋଇ ରହିଯାଇଛି.
ଅନ୍ୟ ପକ୍ଷରେ ଆସିକା ଡାକ ଅଧିକ୍ଷକ ଙ୍କ ପକ୍ଷରୁ 1/7/13, 6/5/14, 17/10/14, 18/5/15.ଏପରି କି ବାରମ୍ବାର ଓଡିଶା ଡାକପାଳଙ୍କୁ ଚିଠି ଲେଖି ଥକି ଯାଇଥିଲେ ବି ବିଭାଗୀୟ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବା ସମସ୍ତ ପ୍ରମାଣ ଆମର ହସ୍ତଗତ ହୋଇଛି l ସେଥିରୁ ଜଣା ପଡୁଛି.
କେନ୍ଦ୍ର ସରକାର ଲୋକଙ୍କୁ ଡିଜିଟାଲ ଇଣ୍ଡିଆ ନାଁରେ ସେବା ଯୋଗାଇଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ କବିସୂର୍ଯ୍ୟନଗର ରେ ଡାକସେବା କୁ ଲକ୍ଷ୍ୟ କଲେ ଡିଜିଟାଲ ସେବା କେତେ ସଫଳ ଜାଣି ହେଉଥିବ l
ଅନ୍ୟପକ୍ଷରେ ଆଜିକାଲି ଡାକ ସେବାକୁ ଆଧୁନୀକରଣ କରାଯାଇ କୋର ବ୍ୟାଙ୍କିଂ, ATM, EOM, EPOST, ଭଳି କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ କବିସୂର୍ଯ୍ୟନଗର ବାସୀ ସେଥିରୁ ବଞ୍ଚିତ ହୋଇଛନ୍ତି, କେତେବେଳେ ଲିଙ୍କ ରହୁନି ତ ଆଉ କେତେବେଳେ ଜେନେର୍ଟର ଖରାପ ହୋଇ ପଡିଛି. ସହର ଠାରୁ ଦୁରେଇ ରଖା ଯାଇଛି ଡାକଘର ଲୋକେ ଯିବା ଆସିବା ରେ ଘୋର ଅସୁବିଧା ଭୋଗୁଛନ୍ତି l କର୍ମଚାରୀ ଙ୍କ ସ୍ୱାର୍ଥ କୁ ନେଇ ସହର ଠାରୁ ଦୁରେଇ ରଖାଯାଇଛି ଡାକଘର ଏଠି ପୋଷ୍ଟମାଷ୍ଟର ପଦବୀ ଖାଲି l କେବେଳ ଇନଚାର୍ଜ ରେ ଚାଲିଛି କାର୍ଯ୍ୟାଳୟ ..ହେଲେ ଏବେ ପ୍ରଶ୍ନ ଉଠୁଛି କେବେ ନିର୍ମାଣ ହେବ ନିଜସ୍ୱ କୋଠା? ଆଉ କେବେ ମିଳିବ ଡିଜିଟାଲ ସେବା ତାହାକୁ ନେଇ ନାନା ପ୍ରଶ୍ନ ଉଠୁଛି ଲୋକଙ୍କ ମନରେ?
ଏଠି ମାଳ ମାଳ ନେତା, ବିକାଶ କଥା କହି ନିର୍ବାଚନ ପାର ହେଉଥିବା ବେଳେ ଲୋକଙ୍କ ମୌଳିକ ସୁବିଧା ପ୍ରତି ଆଦୌ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ଏବେ ରାଜ୍ୟ ଓ କେନ୍ଦ୍ର ରେ ଡବଲ ଇଂଜିନ ସରକାର ଅଛି, ଆସିକା ସାଂସଦ ଉଚ୍ଚ ଶିକ୍ଷିତ, ଥିବା ବେଳେ ନିର୍ମାଣ ହୋଇପାରିବ କି ଡାକଘର ର ନିଜସ୍ୱ କୋଠା ତାହାକୁ ନେଇ ସହର ବାସୀ ଙ୍କ ମନରେ ପ୍ରଶ୍ନ ଉଠିଲାଣି..

  • Related Posts

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ…

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    Spread the love

    Spread the loveସମ୍ବଲପୁର :ଜେଏମଜେ ନ୍ୟୁଜ : ସମ୍ବଲପୁର ସହରର ଦେହେରିପାଲି ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି ।…

    Leave a Reply

    Your email address will not be published. Required fields are marked *

    You Missed

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 27 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ