୨୦୨୬ରେ ଓଡ଼ିଶାରେ ଗଠନ ହେବ କି ନୂଆ ଦଳ?

Spread the love

ଜେଏମଜେ ବ୍ୟୁରୋ : ୨୦୨୬ରେ ଓଡ଼ିଶା ରାଜନୀତିରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପରାଜୟ ପରେ ବିଜେଡି ଶକ୍ତି ହରାଉଥିବା ବେଳେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ବଳ ଗୋଟାଉଛି। ଏସବୁ ଭିତରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବୟାନ ରାଜ୍ୟ ରାଜନୀତିରେ ଭୃକ୍ରୁଞ୍ଚନ ସୃଷ୍ଟି କରିଛି ।ଶାସନତନ୍ତ୍ରରୁ ବିଜେଡ଼ି କ୍ଷମତାଚ୍ୟୁତ ହେବା ପରେ ଓଡ଼ିଶା ରାଜନୀତି କଡ ଲେଉଟାଇବା ଆରମ୍ଭ କରିଛି। କିଛି ନେତା ବିଜେଡି ଶିବିରରୁ ବିଜେପି କ୍ୟାମ୍ପକୁ ଡିଆଁ ମାରିଛନ୍ତି। ବିଜେଡିରେ ଭବିଷ୍ୟତ ନଥିବା ଆକଳନ କରି କିଛି ନେତା ବିକଳ୍ପ ସନ୍ଧାନରେ। ଏଭଳି ସ୍ଥିତିରେ ଓଡ଼ିଶା ରାଜନୀତିର ଧୂରନ୍ଧର ବିଜୟ ମହାପାତ୍ରଙ୍କ ବୟାନ ଅନେକ କିଛି ଇସାରା କରୁଛି। ନବୀନଙ୍କ ଜିଲ୍ଲାରୁ ବିଜୟଙ୍କ ‘ଓଡ଼ିଶା ରାଜନୀତି ବଡ ପରିବର୍ତ୍ତନ ଦେଖିବ’ ବୟାନ ବିକଳ୍ପ ଖୋଜୁଥିବା ନେତାଙ୍କ ମନରେ ବିଶ୍ବାସ ଜନ୍ମାଇଛନ୍ତି ବିଜୟ। ଏସବୁ ଭିତରେ ରାଜ୍ୟ ରାଜନୀତିର ଅନେକ ପୁରୁଖା ଓ ଅନୁଭବୀ ନେତାଙ୍କ ଲୁଚାଛପା ବୈଠକ, ନୂଆ ଆଞ୍ଚଳିକ ଦଳ ଗଠନକୁ ବଳ ଦେଉଛି ।

  • jmjnewso

    Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ