ଚିଠିର ପ୍ରଭାବ ପଡ଼ିଛି, ପାଗ ଦେଖି ନିଷ୍ପତ୍ତି ନେବି :ମହମ୍ମଦ ମୋକିମ

Spread the love

ଭୁବନେଶ୍ୱର:ଜେଏମଜେ ନ୍ୟୁଜ (ସମୀର ରଞ୍ଜନ ନାୟକ )କଂଗ୍ରେସର କେନ୍ଦ୍ରୀୟ ନେତା କଥା ହେବା ପରେ ମହମ୍ମଦ ମୋକିମଙ୍କର ଆସିଲା ପ୍ରତିକ୍ରିୟା। ମୋକିମ କହିଛନ୍ତି, ‘କିଛି କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି। ମୁଁ ଯାହା ଚିଠିରେ ଲେଖିଥିଲି ସେ ବାବଦରେ ପଚାରି ବୁଝିଛନ୍ତି। ରାଜ୍ୟ କଂଗ୍ରେସର ସ୍ଥିତି ବାବଦରେ ମୋତେ ପଚାରିଛନ୍ତି। ମୋ ଚିଠିର ପ୍ରଭାବ ପଡିଛି, ଆଶା କରୁଛି ତର୍ଜମା କରାଯିବ। କଂଗ୍ରେସ ଦଳର ସ୍ଥିତିରେ ପରିବର୍ତ୍ତନ ହେବ। ମୁଁ ରାଜନୀତି କରୁଛି, ଆଗାମୀ ଦିନରେ କରିବି। ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି।’କଂଗ୍ରେସ ଦଳର ସ୍ଥିତିରେ ପରିବର୍ତ୍ତନ ହେବ । ସେହିପରି ରାଜନୀତି କରୁଛି, ଆଗାମୀ ଦିନରେ ରାଜନୀତି ଜାରି ରଖିବେ । ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବେ ବୋଲି ମୋକିମ କହିଛନ୍ତି । ସିଡବ୍ଲ୍ୟୁସି ସଦସ୍ୟ ଜୟରାମ ରମେଶ ଓ ପବନ ଖେରା ମୋକିମଙ୍କ ସହ କଥା ହୋଇଥିଲେ । ପୂର୍ବରୁ ରାଜ୍ୟ ବ୍ୟାପାର ବୁଝୁଥିବା ପ୍ରଭାରୀ ମଧ୍ୟ କଥା ହୋଇଛନ୍ତି । ତେବେ ମୋକିମ କାହିଁକି ଏପରି ଚିଠି ଲେଖିଲେ, ଏହାର ପ୍ରକୃତ କାରଣ କଣ ପଚାରିଥିଲେ । ରାଜ୍ୟ କଂଗ୍ରେସ ସଭାପତିଙ୍କ ସହ ବିବାଦ କ’ଣ ରହିଛି ବୋଲି ପଚାରି ବୁଝିଛନ୍ତି କେନ୍ଦ୍ରୀୟ ନେତା। କେବଳ ସେତିକି ନୁହେଁ ଏଆଇସିସି ଓ ରାହୁଲ ଗାନ୍ଧିଙ୍କ ବାବଦରେ ଲେଖିବା କଥା ମଧ୍ୟ ପଚାରି ବୁଝିଛନ୍ତି। ଗଣମାଧ୍ୟମକୁ ଯିବା ନେଇ ମଧ୍ୟ ପଚରାଉଚରା କରିଥିବା ସୂଚନା ମିଳିଛି।ଏହା ପୂର୍ବରୁ ସୋଫିଆ କହିଛନ୍ତି କଟକରେ ଯେମିତି ଚାଲିଥିଲା ଦଳ ସେମିତି ଚାଲିବ । ବିଧାୟିକା ହିସାବରେ ଲୋକଙ୍କର ସେବା କରିବା ପାଇଁ ଆମେ ଅଛୁ । ଆଗକୁ ବି ପ୍ରସ୍ତୁତ ରହିବୁ। ସେପଟେ ମୋକିମଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନୃରସିଂହ ମିଶ୍ର । କହିଛନ୍ତି ମୋକିମଙ୍କୁ କଂଗ୍ରେସରୁବିହିଷ୍କାର କରିବା ଦଳ ପାଇଁ କ୍ଷତିକାରକ । ଏପରି କି ମୋକିମ କିଏ ବୋଲି ଭକ୍ତ ଦାସ କରିଥିବା ପ୍ରଶ୍ନକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । କହିଛନ୍ତି ଏଭଳି ମନ୍ତବ୍ୟ ଦେବା ଦେବା ଉଚିତ ନୁହେଁ । ମୋକିମଙ୍କୁ କଂଗ୍ରେସରୁ ବହିସ୍କୃତ କରିବା କଂଗ୍ରେସ ପାଇଁ କ୍ଷତି କାରକ ବୋଲି କହିଛନ୍ତି ନରସିଂହ ମିଶ୍ର ।
ସେପଟେ ସବୁ ନେତାଙ୍କୁ ହାତ ଯୋଡ଼ି ପିସିସି ସଭାପତି ଭକ୍ତ ଦାସ ଅନୁରୋଧ କରିଛନ୍ତି ଯେ, ଦଳରେ ଯେଉଁମାନେ ଅଛନ୍ତି ସମସ୍ତେ ଦଳକୁ ଆଗେଇ ନିଅନ୍ତୁ। ଦଳର କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ । ଦଳକୁ ଆଗକୁ ନେବା ସହିତ ସେମାନେ ଆଗକୁ ବଢନ୍ତୁ । କାହା ପ୍ରରୋଚନାରେ ପଡ଼ି ଦଳରେ ବିଶୃଙ୍ଖଳା କରନ୍ତୁ ନାହିଁ। ସେପଟେ ମୋକିମଙ୍କୁ ମନେଇବା ପାଇଁ ଦିଲ୍ଲୀରୁ ଏକାଧିକ କଂଗ୍ରେସ ନେତାଙ୍କ ଫୋନ୍ ଆସିଥିବା ଚର୍ଚ୍ଚା ହେଉଛି ।

  • jmjnewso

    Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ