ଭଞ୍ଜନଗର : (ଜେଏମଜେ ନ୍ୟୁଜ ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଢିହ ପଢାଲ ପଂଚାୟତ ଢିହ ପଢାଲ ଗ୍ରାମର ରାସ୍ତା କଡରେ ପଡି ଥିଲା ପୁତ୍ର ସନ୍ତାନ ର ଶବ। ସଦ୍ୟ ଜନ୍ମ କରିଥିବା ପୁତ୍ର ସନ୍ତାନ କୁ କିଏ ବା ରାସ୍ତା କଡରେ ଫୋପାଡ଼ି ଦେଲା ସମସ୍ତଙ୍କ ମନରେ ଏହି ପ୍ରଶ୍ନ।ଛୋଟ ପିଲା ମାନେ ଖେଳିବା ସମୟରେ ଛୋଟ ମୃତ ଶିଶୁର ଶବକୁ ଦେଖି ଆଚମ୍ବିତ।ଗ୍ରାମ ବାସୀଙ୍କ ମହିଳାଙ୍କ ମନରେ ଗୋଟାଏ କଥା କେଉଁ ମା ଯେ ନିଜ ପୁତ୍ର ସନ୍ତାନ କୁ ରାସ୍ତା କଡ ରେ ଫୋପାଡିଲା।ଏହି ଘଟଣା ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ପହଞ୍ଚି ଭଞ୍ଜନଗର ପୋଲିସ ପହଞ୍ଚି ଶିଶୁ ପୁତ୍ର ର ଶବକୁ ଜବତ କରି ଭଞ୍ଜନଗର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ର ଙ୍କ ରିପୋର୍ଟ








