ଭୁବନେଶ୍ୱର :ଜେଏମଜେ ନ୍ୟୁଜ: (ସମୀର ରଞ୍ଜନ ନାୟକ ) ଥାନାରେ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା । କଟକ ମର୍କତ ନଗର ଥାନାରେ ଦ୍ୱାରସ୍ଥ ହେଲେ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା । ହ୍ୟୁମାନଙ୍କର ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଜାଣିଶୁଣି ମାରିଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମାଆ ଶେଫାଳୀ ।ସେ ଏତଲାରେ ଦର୍ଶାଇଛନ୍ତି ତାଙ୍କ ପୁଅକୁ ନିର୍ଯାତନା ଦିଆଯାଇଛି। ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରି ସେ ଏତଲା ଦେଇଛନ୍ତି।ମୃତ୍ୟୁର କାରଣ ସ୍ପଷ୍ଟ ଯଦିଓ ଲଲ୍ଲେଖ କରାଯାଇନାହିଁ ତେବେ ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି କରିଛନ୍ତି ହ୍ୟୁମାନଙ୍କ ମା’। ଏଥିସହିତ ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ସମ୍ପର୍କିତର ମଧ୍ୟ ତଦନ୍ତ ଦାବି କରି ଏତଲା ଦେଇଛନ୍ତି।








