ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା।

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ: (ସମୀର ରଞ୍ଜନ ନାୟକ ) ସହିଦନଗର ଗଣଦୁଷ୍କର୍ମ ମାମଲା । ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା. କମିଶନରେଟ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ । ପୂର୍ବରୁ ଧଉଳି ଗଣଦୁଷ୍କର୍ମ ମାମଲାକୁ ମଧ୍ୟ ରେଡ୍ ଫ୍ଲାଗ ଘୋଷଣା କରାଯାଇଥିଲା। ଭୁବନେଶ୍ୱର ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା ଗଣବଳାତ୍କାରର ଶିକାର ହୋଇଛନ୍ତି। ନାବାଳିକାଙ୍କୁ ଡାଟା ଏଣ୍ଟ୍ରି ଚାକିରି କରାଇଦେବାକୁ କହି ୨ଯୁବକ ୟୁନିଟ-୯ରେ ଥିବା ଭଡ଼ାଘରକୁ ଡାକିଥିଲେ। ସେଠାରେ ନାବାଳିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଛାଡ଼ିବା ପରେ ତାଙ୍କ ମୋବାଇଲ୍‌ ନେଇ ପଳାଇଥିଲେ। ସେଠାରେ ଦୁଇଜଣ ଅଭିଯୁକ୍ତ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ନାବାଳିକା ଶହୀଦନଗର ଥାନାରେ ଶୁକ୍ରବାର ସକାଳ ୯ଟାରେ ଅଭିଯୋଗ କରିଥିଲେ। ନାବାଳିକାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ଗଣ ବଳାତ୍କାର ଏବଂ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ଶହୀଦନଗର ଥାନା ଅଞ୍ଚଳରେ ଶନିବାର ଚଢାଉ କରି ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତହେଲେ ମୁକୁନ୍ଦପ୍ରସାଦର ସାହିଲ ଖାନ୍‌ ଏବଂ ଖୋର୍ଦ୍ଧା ସାରୁଅର ଅକ୍ଷୟ ରାଉତ। ଦୁଇ ଅଭିଯୁକ୍ତ ୟୁନିଟ-୯ରେ ଘର ଭଡ଼ା ନେଇ ପ୍ରତିଯୋଗିତାମୂଳକ କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ମାମଲାରେ ଫେରାର ଥିବା ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ଧରିବାକୁ ପୋଲିସ ଚଢାଉ ଜୋରଦାର କରିଛି। ଗତ ୧୮ ତାରିଖ ଦିନ ପ୍ରାୟ ୨ଟା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ନାବାଳିକା ଜଣକ ଭଡା ଘରେ ପହଞ୍ଚିଥିଲେ। ରୁମ୍ ରେ ୩ ଜଣ ଯୁବକ ଥିବା ବେଳେ ନାବାଳିକାଙ୍କ ରୁମ୍ କୁ ଯିବା ମାତ୍ରେ ଜଣେ ଯୁବକ ବାହାରକୁ ପଳାଇ ଆସି ରୁମ୍ ବାହାର ପଟୁ ବନ୍ଦ କରି ଦେଇଥିଲେ । ଅକ୍ଷୟ ଓ ସାହିଲ୍ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଏହି ଅମାନବୀୟ କାଣ୍ଡର ଭିଡିଓ ମଧ୍ୟ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ନାବାଳିକା ଜଣଙ୍କ ଚେତା ହରାଇଥିଲେ। ଚେତା ଫେରିବା ପରେ ଅକ୍ଷୟ ଓ ସାହିଲ୍ ନାବାଳିକାଙ୍କୁ ନେଇ ବିଳମ୍ବିତ ରାତିରେ ଆଚାର୍ଯ୍ୟ ବିହାର ଛକରେ ଛାଡ଼ି ଦେଇଥିଲେ। ନାବାଳିକା ଜଣକ ଘରକୁ ଯାଇ ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ୧୯ ତାରିଖ ଦିନ ପରିବାର ଲୋକ ସହିନଗର ଥାନାରେ ଏତଲା ଦେଇଥିଲେ । ଏହା ପରେ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ସହ ବୟାନ ରେକର୍ଡ କରିଥିଲା ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

  • jmjnewso

    Related Posts

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    Spread the love

    Spread the love ସୋରଡ଼ା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର…

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 25 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 21 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 30 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 41 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ