କବାଟ ଭାଙ୍ଗି ସୁନା ଟଙ୍କା ଲୁଟ।

Spread the love

ବେଗୁନିଆପଡା :ଜେଏମଜେ ନ୍ୟୁଜ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ ଘଣ୍ଟା ସମୟରେ ଘରେ ସମସ୍ତେ ଶୋଇଥିବା ବେଳେ ଘରର କବାଟ ଭାଙ୍ଗି ଘରେ ଥିବା ଆଲମିରାରୁ ୧୫ ତୋଳା ସୁନା ଓ ୧ ଲକ୍ଷ ୨୨ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ବେଗୁନିଆପଡ଼ା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ସି ଏଚ୍ ଗୋପାଳ ପୃଷ୍ଟିଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମୁଣ୍ଡୁଳା ଗ୍ରାମର କାଞ୍ଜିଆ ମାଳ ସାହିରେ ଥିବା ସି ଏଚ୍ ଗୋପାଳ ପୃଷ୍ଟିଙ୍କ ଘରୁ ଲୁଟ୍ କରିଛନ୍ତି ଦୁବୃର୍ତ୍ତ ।ସୁନା କାନଫୁଲ, ମୁଦି, ସୁନା ଚେନ୍ ସହ ନଗଦ ଏକ ଲକ୍ଷ ୨୨ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ବେଗୁନିଆପଡ଼ା ଥାନାରେ ଏତଲା ଦେଇଛନ୍ତି ସି ଏଚ୍ ଗୋପାଳ ପୃଷ୍ଟି। ଏତେ ପରିମାଣର ସୁନା ଓ ଟକାଂ ଲୁଟ୍ ପରେ ଭାଗିଂ ପଡିଛନ୍ତି ସି ଏଚ୍ ଗୋପାଳ ପୃଷ୍ଟି। ଘଟଣାର ତଦନ୍ତ କରି ଚୋରୀ ସାମଗ୍ରୀ କିପରି ମିଳିପାରିବ ସେ ଦିଗରେ ପଦକ୍ଷେପ ନେବାକୁ ପୋଲିସ ନିକଟରେ ଦାବି କରିଛନ୍ତି।

  • jmjnewso

    Related Posts

    ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;

    Spread the love

    Spread the loveରାଉରକେଲା: ଜେଏମଜେ ନ୍ୟୁଜ : ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୂଚନାଥାଉକି, ସେ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ବାଙ୍କୋ ଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ସଂପୃକ୍ତ ଥିଲେ।…

    ଦିନଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ପୁଲିସ ଉପରେ ଆକ୍ରମଣ: ଆଇନ ଶୃଙ୍ଖଳା କୁ ଉଠିଲା ପ୍ରଶ୍ନ?

    Spread the love

    Spread the loveବାଲିଗୁଡା : ଜେଏମଜେ ନ୍ୟୁଜ : ଅନ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ନ୍ୟସ୍ତ ଥିବା ପୁଲିସ ଅଧିକାରୀଙ୍କ ଉପରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଆକ୍ରମଣ ହେବା ଘଟଣା ଏବେ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।…

    Leave a Reply

    Your email address will not be published. Required fields are marked *

    You Missed

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

    କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

    ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

    ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

    ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି

    ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି