ହତ୍ୟାକାରୀ ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅଦାଲତ

Spread the love

କୋଦଳା : ଜେଏମଜେ ନ୍ୟୁଜ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଭାଟପଡା ଗ୍ରାମର ଜଣେ ବ୍ଯକ୍ତିଙ୍କୁ ମାତ୍ର ୨ ହଜାର ଟଙ୍କାକୁ କେନ୍ଦ୍ର କରି ହତ୍ୟା କରାଯାଇଥିଲା। ଗତ ୧୬ ଏପ୍ରିଲ୍ ୨୦୨୧ ମସିହାରେ ଘଟିଥିବା ଏଭଳି ଏକ ସାଂଘାତିକ ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଗଞ୍ଜାମ କୋଦଳା ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ବ ରଞ୍ଜନ ବେହେରା ଉକ୍ତ ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଏ ବରିଡ଼ା ଗ୍ରାମର ରାଧାକୃଷ୍ଣ ସାହୁ ଓରଫ ଦହି କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ସୂଚନା ମୁତାବକ ରାଧାକୃଷ୍ଣ ସାହୁ ଓରଫ ଦହି ବାହାର ରାଜ୍ୟକୁ ଶ୍ରମିକ ନେଉଥିବା ବେଳେ କୋଦଳା ଥାନା ଭାଟପଡା ଗ୍ରାମର ମୃତ ଟୁକୁନା ଛାଟଇ ତାଙ୍କୁ ୨ ହଜାର ଟଙ୍କା ଦେବାକୁ ବାକି ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗତ ୧୬ ଏପ୍ରିଲ୍ ୨୦୨୧ ମସିହାରେ ମୃତ ଟୁକୁନା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ ବରିଡା ଗ୍ରାମକୁ ଯାଇଥିବା ବେଳେ ଅଭିଯୁକ୍ତ ରାଧାକୃଷ୍ଣ ସେଠାରେ ତାଙ୍କୁ ଧାରୁଆ ଛୁରୀରେ ପେଟକୁ ଭୁସି ହତ୍ୟା କରିଥିଲେ। ମୃତକଙ୍କ ବାପା ଜୟରାମ ଛଟେଇ ଏନେଇ ଥାନାରେ ଏତଲା ଦେଇଥିଲେ। ମାମଲାରେ ୧୬ ଜଣଙ୍କ ସାକ୍ଷୀ ଆଧାରରେ ମାନ୍ଯବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋଦଳା ଆଜି ଏହି ରାୟ ଶୁଣାଇଛନ୍ତି।ଧାରା ୩୦୨ ରେ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଜରିମାନା ଏବଂ ଜରିମାନା ଅନାଦୟେରେ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ଧାରା ୩୨୪ ରେ ୧ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ହଜାର ଜରିମାନା ଏବଂ ଜରିମାନା ଅନାଦୟେରେ ଅଧିକ ୨ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହି ମାମଲାକୁ ସରକାରୀ ଅତିରିକ୍ତ ପିପି ସୁବାଷ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ।

  • jmjnewso

    Related Posts

    ଦିନଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ପୁଲିସ ଉପରେ ଆକ୍ରମଣ: ଆଇନ ଶୃଙ୍ଖଳା କୁ ଉଠିଲା ପ୍ରଶ୍ନ?

    Spread the love

    Spread the loveବାଲିଗୁଡା : ଜେଏମଜେ ନ୍ୟୁଜ : ଅନ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ନ୍ୟସ୍ତ ଥିବା ପୁଲିସ ଅଧିକାରୀଙ୍କ ଉପରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଆକ୍ରମଣ ହେବା ଘଟଣା ଏବେ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।…

    2ଶହ କୋଟି ଟଙ୍କାର ଗଂଜେଇ ତେଲ ଜବତ।

    Spread the love

    Spread the love କୋରାପୁଟ : ଜେଏମଜେ ନ୍ୟୁଜ (ଦେବାଶ୍ରିତ ପଟ୍ଟନାୟକ ): କୋରାପୁଟ ପୋଲିସ କୁ ବଡ଼ ସଫଳତା ଗଂଜେଇ ତେଲ ଜବତ lଫୁଲବାଣୀ ପରେ କୋରାପୁଟ ଜିଲ୍ଲା ଗଂଜେଇ ମାଫିଆ ଙ୍କ ଆଡ୍ଡା ସ୍ଥଳୀ ପାଲଟି ଥିବା ବେଳେ…

    Leave a Reply

    Your email address will not be published. Required fields are marked *

    You Missed

    ନାରାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

    • By jmjnewso
    • February 27, 2026
    • 83 views
    ନାରାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

    ଆସିକାରେ ଆରମ୍ଭ ହେଲା ଇଟା ଭାଟି ଭଙ୍ଗା ଅଭିଯାନ

    • By jmjnewso
    • February 27, 2026
    • 113 views
    ଆସିକାରେ ଆରମ୍ଭ ହେଲା ଇଟା ଭାଟି ଭଙ୍ଗା ଅଭିଯାନ

    ଦିନଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ପୁଲିସ ଉପରେ ଆକ୍ରମଣ: ଆଇନ ଶୃଙ୍ଖଳା କୁ ଉଠିଲା ପ୍ରଶ୍ନ?

    • By jmjnewso
    • February 27, 2026
    • 89 views
    ଦିନଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ପୁଲିସ ଉପରେ ଆକ୍ରମଣ: ଆଇନ ଶୃଙ୍ଖଳା କୁ ଉଠିଲା ପ୍ରଶ୍ନ?

    କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତି ସଭା ପାଳିତ

    • By jmjnewso
    • February 27, 2026
    • 88 views
    କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତି ସଭା ପାଳିତ

    ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ୨୬ତମ ବାର୍ଷିକ ଉତ୍ସବ

    • By jmjnewso
    • February 27, 2026
    • 167 views
    ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ୨୬ତମ ବାର୍ଷିକ ଉତ୍ସବ

    କ୍ରୀଡା ଶିକ୍ଷୟିତ୍ରୀଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା।

    • By jmjnewso
    • February 27, 2026
    • 84 views
    କ୍ରୀଡା ଶିକ୍ଷୟିତ୍ରୀଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା।