ନିଷ୍ଟ ବିଶ୍ୱବିଦ୍ୟାଳୟରେ ଦ୍ଵିତୀୟ ସମାବର୍ତ୍ତନ ଉତ୍ସବ.।

Spread the love

ବ୍ରହ୍ମପୁର : (ଜେଏମଜେ ନ୍ୟୁଜ ): ଗୋଳନ୍ଥରା ସ୍ଥିତ ନିଷ୍ଟ ବିଶ୍ବବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ବବିଦ୍ୟାଳୟର 5 ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୩ ଜଣ ଛାତ୍ରଛାତ୍ରୀଙ୍କୁ ରୋପ୍ୟ ପଦକ ସହିତ ସମୁଦାୟ ୩୩୫ ଜଣ ଛାତ୍ରଛାତ୍ରୀ ଙ୍କୁ ଡିଗ୍ରି ପ୍ରଦାନ କରାଯାଇଛି। ଅନୁଷ୍ଠିତ ଉତ୍ସରେ ଓଡିଶା ର ମହାମହିମ ରାଜ୍ୟପାଳ ତଥା ନିଷ୍ଟ ବିଶ୍ୱବିଦ୍ୟାଳୟର ପରିଦର୍ଶକ ଡ଼. ହରିବାବୁ କମ୍ଭମପଟି ଅଧ୍ୟକ୍ଷତା କରିଥିଲେ । ରାଜ୍ୟପାଳ ଯୁବପିଢ଼ି କିପରି ନିଜ ଜୀବନରେ ଆସୁଥିବା ଜଟିଳତାର ସମ୍ମୁଖୀନ ହେବା ଉଚିତ ଏବଂ ଭବିଷ୍ୟତ ପାଇଁ ନିଜକୁ ବୃତ୍ତିଗତ ଭାବରେ ପ୍ରସ୍ତୁତ କରିବା ଉଚିତ ତାହା ଉପରେ ଆଲୋକପାତ କରିଥିଲେ। ।ଏଆଇସିଟିଇ ଉପାଧ୍ୟକ୍ଷ ତଥା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ର ମୁଖ୍ୟ ନବସୃଜନ ଅଧିକାରୀ ଡକ୍ଟର ଅଭୟ ଜେରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ପ୍ରତିଷ୍ଠାତା ତଥା ସଭାପତି ଡକ୍ଟର ସୁକାନ୍ତ କେ. ମହାପାତ୍ର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରିୟଦର୍ଶନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ବିଶ୍ଵବିଦ୍ୟାଳୟର ବୋର୍ଡ ଅଫ ଗଭରନିଙ୍ଗ ମେମ୍ବର ନିଷ୍ଟ ବିଶ୍ୱବିଦ୍ୟାଳୟର ଉପ ସଭାପତି ଶ୍ରୀମତୀ ସଞ୍ଜିତା ମହାପାତ୍ର, ଖଲ୍ଲିକୋଟ ବିଧାୟକ ଶ୍ରୀ ପୁର୍ଣ ଚନ୍ଦ୍ର ସେଠି, ଡ଼. ପ୍ରତୋଷ ବଂଶଲ, ଏକାଡେ଼ମିକ ଡିନ୍ ପି. ରାଜେଶ କୁମାର, ଡ଼. ବିଷ୍ଣୁପ୍ରସାଦ ନନ୍ଦ, ଶ୍ରୀ ବିମଲ ମିଶ୍ର, ତଥା ପରାମର୍ଶଦାତା ମଣ୍ଡଳୀ ଇଂ ଅରୁଣ ରଥ, ଇଂ ପ୍ରଭାକର ସ୍ୱାଇଁ, ଏକାଡେମିକ୍ କାଉନସିଲ୍ ସଦସ୍ୟ ଡ଼. ସୁକାନ୍ତ କୁମାର ତ୍ରିପାଠୀ, ଡ଼. ସିମାଞ୍ଚଳ ପାଣିଗ୍ରାହୀ ଯୋଗ ଦେଇଥିଲେ । କୁଳସଚିବ ଡ. ବିଷ୍ଣୁଙ୍କର ନାୟକ ପରିଚାଳନା କରିଥିଲେ । ଶେଷରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଡ. ଗର୍ଦ୍ଧନ ନାଥଲାଲ ପଟେଲ, ଏବଂ ଶ୍ରୀ ସୁବ୍ରତ ତ୍ରିପାଠୀ ଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ବିଭୁତି ଶତପଥୀ ଙ୍କ ରିପୋର୍ଟ…

  • jmjnewso

    Related Posts

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ…

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    Spread the love

    Spread the loveସମ୍ବଲପୁର :ଜେଏମଜେ ନ୍ୟୁଜ : ସମ୍ବଲପୁର ସହରର ଦେହେରିପାଲି ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି ।…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ