କୋରାପୁଟ :(ଜେଏମଜେ ନ୍ୟୁଜ): ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କୋରାପୁଟ ମଣ୍ଡଳସ୍ତରୀୟ ଏକଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୫୦ ଜଣ ପ୍ରଧାନଶିକ୍ଷକ,ସହାୟକ ଶିକ୍ଷକ ଏବଂ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।କୋରାପୁଟ ମଣ୍ଡଳ ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଆରପି ପ୍ରଦୀପ କୁମାର ପାତ୍ର ପରିଚାଳନା କରିଥିବା ବେଳେ ସୁବୋଧ କୁମାର ମାଝୀ ଓ ହର ପ୍ରସାଦ ମିଶ୍ର ସାଧନ କର୍ମୀ ରୂପେ ଦାୟିତ୍ଵ ତୁଲାଇଥିଲେ।ଭିନ୍ନକ୍ଷମ ପିଲାଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନା, ଷ୍ଟାଇପେଣ୍ଡ,ଉପକରଣ,ସଂରକ୍ଷଣ ଓ ସୁବିଧା ଗୁଡ଼ିକ ସମ୍ବନ୍ଧରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଜଣାପଡିଛି।ମଧୁସ୍ମିତା ସୁଚେନ୍,ମନୋଜ ଦାସ,ସୁଜିତ୍ ପଲେଇ ଓ ଜଗବନ୍ଧୁ ଜାନୀ ସହାୟତା କରିଥିଲେ।
ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ…








