ABCD ପବ୍ଲିକ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ

Spread the love


ବେଗୁନିଆପଡା : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ଏବିସିଡି ପବ୍ଲିକ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ବେଶ ଧୂମଧାମ ରେ ପାଳିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଅଶୋକ ସେନାପତି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ଦୀର୍ଘ ଦିନର ଶିକ୍ଷା ଅଭିଜ୍ଞତା ତଥା ଛାତ୍ରଛାତ୍ରୀ ମାନଙ୍କୁ ଶୈକ୍ଷିକ ବାତାବରଣ ରେ ପାଠ ପଢାକୁ ନେଇ ବେଶ ଖୁସି ବ୍ୟକ୍ତ କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ ବିଧାୟକ ଶ୍ରୀ ନାୟକ । ଏହି କାର୍ଯ୍ୟକ୍ରମରେ ସନମାନିତ ଅତିଥି ଭାବେ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ, ବିଜେପି ରାଜ୍ୟ ପରିଷଦ ସଦସ୍ୟ ସତୀଶ ରଞ୍ଜନ ତାରିଣୀ, ବିଦ୍ୟାଳୟ ସଭାପତି ସିମାଞ୍ଚଳ ଶତପଥି, ସରପଞ୍ଚ ସନ୍ତୋଷ ସ୍ୱାଇଁ,କାଶୀନାଥ ବେହେରା, ପୂଜା ପ୍ରଧାନଙ୍କ ସମେତ ସ୍ଥାନୀୟ ଯୁବ ନେତୃବୃନ୍ଦ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଅଶୋକ ସେନାପତି ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ଉପସ୍ଥିତ ଅତିଥି । ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା. ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

କୃଷ୍ଣ ଚନ୍ଦ୍ର ପଲେଇଙ୍କ ରିପୋର୍ଟ..

  • jmjnewso

    Related Posts

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    Spread the love

    Spread the loveଗତକାଲି ରାତିରେ ବିବାହ ପ୍ରୋଶେସନକୁ ନେଇ ଘଟିଥିଲା ଘଟଣା । ପୋଲସରା ଥାନା ବାଲିଘାଇ ଗାଁରେ ଯୁବକକୁ ହତ୍ୟା ଘଟଣା । ମୃତ ଦେହକୁ ରଖି ରାସ୍ତାରୋକ ।ପୋଲସରା-ବୁଢାମ୍ଵ ଗାଡି ଚଳାଚଳ ବନ୍ଦ । ପୋଲସରା: ଜେଏମଜେ ବ୍ୟୁଇବଡ଼ ଭାଇର…

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    Spread the love

    Spread the loveବୌଦ୍ଧ:ଜେଏମଜେ ନ୍ୟୁଜ :(ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୁଲିସ ପକ୍ଷରୁ କଣ୍ଟାମାଳ -ଡ଼ୁମାଲପାଲି -ଉଦେପୁର ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କାର ଭିତରୁ ବିପୁଳ ଗଞ୍ଜେଇ ଜବତ କରିଥିବା ବେଳେ ଗାଡିର ଡ୍ରାଇଭର ଫେରାର…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!