ମଧୁ ଶବର ନିଖୋଜ, ବେଗୁନିଆପଡ଼ା ଥାନା ଘେରିଲେ ଶତାଧିକ ଆଦିବାସୀ

Spread the love

ବେଗୁନିଆପଡା : ଜେଏମଜେ ନ୍ୟୁଜ : ମଧୁ ଶବର ନିଖୋଜ, ବେଗୁନିଆପଡ଼ା ଥାନା ଘେରିଲେ ଶତାଧିକ ଆଦିବାସୀ.। ଆଖି ପରୀକ୍ଷା କରିବାକୁ ଯାଇ ବ୍ରହ୍ମପୁରରୁ ନିଖୋଜ ହୋଇଗଲେ ଆଦିବାସୀ ମଧୁ।
ଦୀର୍ଘ ଦେଢମାସ ହୋଇ ଗଲାଣି, ଆଦିବାସୀ ମଧୁ ଶବରକଂ ପତ୍ତା ମିଳିଲା ନାହିଁ। ଏନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଓ ଗଞ୍ଜାମ ବେଗୁନିଆପଡ଼ା ଥାନାରେ ଅଭିଯୋଗ ହୋଇଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହାକୁ ନେଇ ଗଞ୍ଜାମ ଚନ୍ଦନପୁର ପଞ୍ଚାୟତ ରାଇପଡ଼ାର ଶତାଧିକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରା ରେ ବେଗୁନିଆପଡ଼ା ପରିକ୍ରମା କରି ବେଗୁନିଆପଡ଼ା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିଖୋଜ ମଧୁ ଶବରକୁଂ ନେଇଥିବା ବ୍ରହ୍ମପୁର ଗୋଇଲୁଣ୍ଡିର ସନ୍ ଆଇ କେୟାର ହସ୍ପିଟାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିଖୋଜ ବ୍ଯକ୍ତିକୁଂ ଉଧାର ପାଇଁ ଦାବି କରିଛନ୍ତି ଆଦିବାସୀ ମାନେ।

ସୂଚନା ମୁତାବକ ଗତ ନଭେମ୍ବର ୭ ରେ ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ରୋଗୀକଂ ଆଖି ପରୀକ୍ଷା କରି ମୋତିଆବିନ୍ଦୁ ଅପରେସନ ପାଇଁ କିଛି ରୋଗୀଙ୍କୁ ବ୍ରହ୍ମପୁର ସ୍ଥିତ ଗୋଇଲୁଣ୍ଡି ସନ୍ ଆଇ କେୟାର ହସ୍ପିଟାଲକୁ ନିଆଯାଇଥିଲା। ଉକ୍ତ ହସ୍ପିଟାଲକୁ ରାଇପଡ଼ାର ୩ ରୋଗୀ ଯାଇଥିଲେ ଏବଂ ଫେରିଥିଲେ ୨ ଜଣ। ସେହିଦିନ ଅପରାହ୍ନରେ ହିଁ ହଠାତ୍ ସେହି ହସ୍ପିଟାଲରୁ ନିଖୋଜ ହୋଇଗଲେ ମଧୂ ଶବର।
ତେବେ ଏହାପରେ ମଧୂକଂ ପରିବାର ଲୋକେ ବେଗୁନିଆପଡ଼ା ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ଘଟଣା ବ୍ରହ୍ମପୁର ଅଞ୍ଚଳର ହୋଇଥିବାରୁ ପରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଥିଲା। ମାମଲାକୁ ନେଇ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ବେଗୁନିଆପଡ଼ା ଥାନାକୁ ଅନୁସନ୍ଧାନ ପାଇଁ କୁହାଯାଇଥିଲା। ଘଟଣାକୁ ନେଇ ଏସପିଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ ନିଖୋଜ ବ୍ଯକ୍ତିକଂ ପରିବାର ଲୋକେ। ଦୀର୍ଘ ଦେଢମାସ ପରେ ବି ମଧୂ ଶବରକଂ ପତ୍ତା ମିଳୁ ନଥିବାରୁ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକେ। ମଧୂକୁଂ ଅପହରଣ କରି କିଡ଼ନୀ ଓ ବିଭିନ୍ନ ଅଙ୍ଗ ପ୍ରତ୍ଯଙ୍ଗ କାଢି ଦେଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ। ସୋମବାର ବେଗୁନିଆପଡ଼ା ସିଦ୍ଧେଶ୍ଵର ମନ୍ଦିର ଠାରେ ଶତାଧିକ ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରା ରେ ଆସି ବେଗୁନିଆପଡ଼ା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଜେ ଏମ ଜେ ନିୟୁଜ।

  • jmjnewso

    Related Posts

    ଏଣିକି ଅନଲାଇନ୍ ସହ ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ।

    Spread the love

    Spread the loveଭୁବନେଶ୍ଵର,:ଜେଏମଜେ ନ୍ୟୁଜ: (ସମୀର ରଞ୍ଜନ ନାୟକ) ଗାଡ଼ି ମାଲିକଙ୍କୁ ଆଶ୍ଵସ୍ତି। ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ-ଚାଲାଣ। ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନଗଦ ଅର୍ଥ ଗ୍ରହଣ…

    ଦେଶବାସୀଙ୍କୁ ଝଟକା : ବଢ଼ିଲା ଟ୍ରେନ ଭଡ଼ା

    Spread the love

    Spread the loveନୂଆଦିଲ୍ଲୀ:(ଜେଏମଜେ ନ୍ୟୁଜ): ଦେଶବାସୀଙ୍କୁ ପୁଣି ଝଟକା ଦେଲେ କେନ୍ଦ୍ର ସରକାର । ଟ୍ରେନ ଭଡ଼ା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଯାହା ଆସନ୍ତା ୨୬ ତାରିଖରୁ ଲାଗୁ ହେବ । ସାଧାରଣବର୍ଗରେ ୨୧୫ କିମିରୁ ଅଧିକ ଯାତ୍ରା…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!