ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର:ମନ୍ତ୍ରୀ

Spread the love

ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକରପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସୂଚନା

ଭୁବନେଶ୍ଵର, : ଜେଏମଜେ ନ୍ୟୁଜ: (ସମୀର ରଞ୍ଜନ ନାୟକ )ଫେବୃଆରୀରୁ ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର୍। ପ୍ରଦୂଷଣ ସାର୍ଟିଫିକେଟ୍ ଥିଲେ ଗାଡ଼ିରେ ଲାଗିବ ସବୁଜ ଷ୍ଟିକର। ଏହି ଷ୍ଟିକର ଦେଖିଲେ ଯାଇ ପେଟ୍ରୋଲ୍ ପମ୍ପରେ ତେଲ ଦେବେ କର୍ମଚାରୀ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ସେ କହିଛନ୍ତି ଯେ, ମୋଟର ଭେଇକିଲ୍ ଆକ୍ଟ ଅନୁଯାୟୀ, ଗାଡିର ସବୁ ପ୍ରକାର ପ୍ରମାଣପତ୍ର ରହିବ କଥା। ସଡ଼କ ସୁରକ୍ଷା ମାସ ଆସୁଥିବାରୁ ପ୍ରଦୂଷଣ ସାର୍ଟିଫିକେଟ୍ କୋହଳ କରାଯାଇଛି। ଯାହାର ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ସମୟ ସୀମା ୧ ମାସ ବୃଦ୍ଧି କରାଯାଇଛି। ଏହି ଗ୍ରେସ ପିରିୟଡରେ ଗାଡ଼ି ମାଲିକମାନେ ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର (RC), ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ (PUC) ପ୍ରମାଣପତ୍ର ଏବଂ ବୀମାକୁ ବିନା ଜରିମାନାରେ ଅପଡେଟ୍ କରି ପାରିବେ। ମାସକ ମଧ୍ୟରେ ଗାଡିର ସବୁ ସାର୍ଟିଫିକେଟ କରିବା ନେଇ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟବ୍ୟାପୀ କଡ଼ାକଡ଼ି ଯାଞ୍ଚ୍ ୧ ଫେବୃଆରି ୨୦୨୬ ରୁ ଆରମ୍ଭ ହେବ।
ପୂର୍ବରୁ ଜାନୁଆରୀ ୧ ତାରିଖରୁ ଯାଞ୍ଚ ହେବା ନେଇ ଘୋଷଣା କରାଯାଇଥିବା ବେଳେ ପଲ୍ୟୁଶନ ସାର୍ଟିଫିକେଟ କରିବା ନେଇ ଲୋକଙ୍କ ଗହଳି ଦେଖାଯାଇଥିଲା । ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ଆଜି ପରିବହନ ମନ୍ତ୍ରୀ ଏକ ମାସର ମହଲତ ଘୋଷଣା କରିଛନ୍ତି

  • jmjnewso

    Related Posts

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    Spread the love

    Spread the loveଜେଏମଜେର ବ୍ୟୁରୋ : ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଗୁରୁବାର ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଛନ୍ତି ନବୀବ ।…

    ବିଲ୍ ବାକି ଥିଲେ ବି କାଟିପାରିବେନି ବିଦ୍ୟୁତ ସଂଯୋଗ: ଶକ୍ତିମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଲ୍ ବାକି ଥିଲେ ବି କାଟିପାରିବେନି ବିଦ୍ୟୁତ ସଂଯୋଗ, ବିତରଣ କମ୍ପାନୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ।ବିଲ୍ ବାକି ଥିଲେ ବି କଟିବନି ବିଜୁଳି..ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ.…

    Leave a Reply

    Your email address will not be published. Required fields are marked *

    You Missed

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

    କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

    ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

    ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

    ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି

    ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି