ଭୁବନେଶ୍ୱର -ଜେଏମଜେ ନ୍ୟୁଜ: (ପ୍ରମୋଦ କୁମାର ମହାପାତ୍ର): ରାଜ୍ୟବାସୀ ଙ୍କ ଅପେକ୍ଷା! ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ବର୍ଷ ରେ ରାଜ୍ୟ ବାସୀଙ୍କୁ କି ଉପହାର ଦେବେ। ଆଗକୁ ପଞ୍ଚାୟତ ନିର୍ବାଚନ ଓ ତାପରେ ମୁନ୍ସିପାଲଟି ଭୋଟ ହେବ। ସେଥିପାଇଁ କୁଆଡେ ନୂଆବର୍ଷରେ କିଛି ନୂଆ ଭେଟି ରାଜ୍ୟ ବାସିଙ୍କୁ ମିଳିବା ଆଶା କରାଯାଉଛି। ପୂର୍ବରୁ ଯେପରି ସୁଭଦ୍ରାଯୋଜନା, ଆୟୁଷ୍ମାନ ଯୋଜନା, ସେହିପରି ନୂଆବର୍ଷ ରେ ନୁଆଯୋଜନା କଣ ଘୋଷଣା ହେବ.ଯଦିଓ ନୂଆ ଯୋଜନା ଆସିବ କେଉଁମାନେ ସବୁ ଉପକୃତ ହେବେ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି.ଆଗକୁ ନିର୍ବାଚନ ରହିଥିବାରୁ 2026 ରେ ଓଡିଶା ବାସୀଙ୍କ ପାଇଁ କଣ ନୂଆ ଯୋଜନା ଆଣିବେ ସରକାର? ବିଗତ ସରକାର ସମୟରେ ପ୍ରଣୟନ ଯୋଜନା ଛଡା ଆଉ. ନୂଆ ଯୋଜନା ଘୋଷଣା ହୋଇନଥିବାରୁ ଏବେ ନୂଆ ବର୍ଷକୁ ଅପେକ୍ଷା ରହିଛି.







