ବାଥୁଡି ସମାଜର ଅଠର ଦେଉଳ ସଭା ଅନୁଷ୍ଠିତ

Spread the love

କରଞ୍ଜିଆ- ଜେଏମଜେ ନ୍ୟୁଜ: ( ଜିତେନ୍ଦ୍ର ରାଜ)ଯଶିପୁର ଶ୍ରୀ ଶ୍ରୀ ରଘୁନାଥ ଜୀଉ ମଠ ପ୍ରାଙ୍ଗଣରେ ବାଥୁଡି ସମାଜର ଅଠର ଦେଉଳ ସଭା ଅନୁଷ୍ଠିତ ହୋଇଯାଇଛି । ଅଠର ଦେଉଳର ଦେହୁରୀ କମିଟିର ସଭାପତି ଚିତ୍ତରଞ୍ଜନ ଦାସ ମହାପାତ୍ର ତଥା ଭାରତୀ ନାଏକ ଙ୍କ ଆହ୍ବାନ କ୍ରମେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଜିଲ୍ଲାର ବହୁ ବଡାମ କୁଳିଆ ଭାଇ ଭଉଣୀ ତଥା ୩ ହଜାର ରୁ ଉର୍ଦ୍ଧ ଅଠର ଦେଉଳ ଭକ୍ତଗଣ ଯୋଗ ଦେଇଥିଲେ । ଜୟ ବଡାମ ସଂଗଠନର ସଭାପତି ଦେବେନ୍ଦ୍ରନାଥ ନାଏକ, ସଂପାଦକ ବ୍ରହ୍ମାନନ୍ଦ ନାଏକ ସଭାକୁ ଉତ୍ତମ ରୂପେ ପରିଚାଳନା କରିଥିଲେ । ଉକ୍ତ ସଭାରେ ଆଗାମୀ ଚୈତ୍ର ମାସ ଇଂରାଜୀ ମାର୍ଚ୍ଚ ମାସ ୨୯ ତାରିଖରୁ ଅପ୍ରେଲ ୫ ପର୍ଯ୍ୟନ୍ତ ୮ ଦିନ ବ୍ୟାପି ଅଠର ଦେଉଳ ପୂଜା ଆରାଧନା ଚଲିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ୩ ଜିଲ୍ଲାର ବିଭିନ୍ନ ଗ୍ରାମର ବଡାମକୁଳିଆ ମହିଳା ପୁରୁଷ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କମିଟି ତରଫରୁ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ । କାର୍ଯ୍ୟକ୍ରମରେ ଭାଗ୍ୟଶ୍ରୀ ଜନସେବା କରଞ୍ଜିଆର ସଭାପତି ଚିତ୍ତରଞ୍ଜନ ନାଏକ, ସଙ୍ଗଠନର ସଭାପତି ଓ ସମ୍ପାଦକକୁ ଅନୁରୋଧ କରିଥିଲେ ଯେ, ଆଗାମୀ ଦିନର କାର୍ଯ୍ୟକ୍ରମ ପାଇଁ ସମସ୍ତ ଅଠର ଦେଉଳ ପ୍ରେମୀଙ୍କୁ ସ୍ଵତନ୍ତ୍ର ବ୍ୟାଚ୍ ବ୍ୟବସ୍ଥା ତଥା ଅଠର ଦେଉଳର ଅଠର ଦେବାଦେବୀଙ୍କ ପୀଠସ୍ଥଳୀକୁ ସମ୍ପୂର୍ଣ ପବିତ୍ରତା ରକ୍ଷା କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ।

  • jmjnewso

    Related Posts

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    Spread the love

    Spread the loveଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 65 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ