କୋଦଳା ଏନ୍ଏସି ଦୁର୍ନୀତି ଓ ଟେଣ୍ଡର ଫିକ୍ସିଙ୍ଗ ଘଟଣାର ତଦନ୍ତ ଦାବୀ କଲା ଫରୱାର୍ଡ ବ୍ଲକ୍।

Spread the love

କୋଦଳା : ଜେଏମଜେ ନ୍ୟୁଜ: କୋଦାଳ ଏନ୍ଏସିରେ ଦୁର୍ନୀତି ଓ ଟେଣ୍ଡର ଫିକ୍ସିଙ୍ଗ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କୋଦଳା ଠାରେ ତା-୦୭/୦୯/୨୦୨୫ ରେ ବି.ଜେ.ପି.ର ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କୋଦଳା ଏନ୍ଏସିର ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ,ମୁଖ୍ଯ କିରାଣୀ ହିମାଂଶୁ ଚରଣ ସ୍ବାଇଁ ଓ ଯନ୍ତ୍ରୀ ଦୀପିକା ବେହେରା ସମେତ ବେଗୁନିଆପଡା ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ,କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ବାଡତ୍ଯା ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନା କରୁଥିବା ଘଟଣାର ଫଟୋ ସହ ଲିଖିତ ଅଭିଯୋଗ ତା- ୧୦/୦୯/୨୦୨୫ ରେ ସମରଜିତ୍ ମହାନ୍ତି କରିଥିଲେ। ଅଭିଯୋଗ ଭିତ୍ତିରେ ଆଜି ପର୍ଯ୍ୟନ୍ତ ସରକାର କିମ୍ବା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।

କୋଦଳା ଏନ୍ଏସିର ୱାର୍ଡ ନମ୍ବର ୧୦ ରେ ଥିବା ପୁରୁଣା ବାଉଣ୍ଡେରୀ ୱାଲକୁ ପୁଣି ଟେଣ୍ଡର କରାଯାଇଛି । ଯାହାର ଏଷ୍ଟିମେଟ ମୂଲ୍ଯ ୧୫,୬୨,୪୮୦.୩୯ ଟଙ୍କା। ଟେଣ୍ଡର ପୂର୍ବରୁ ବାଉଣ୍ଡେରୀ ୱାଲ୍ ଥିବାର ଫଟୋ ଇ ମେଲ ଯୋଗେ ସରକାର,ପ୍ରଶାସନ ଓ ଭିଜିଲାନ୍ସକୁ ପଠାଯାଇଥିଲା। ଟେଣ୍ଡର କରି ମିଥ୍ଯା କରିବା ପାଇଁ ଉଦ୍ୟମ କରାଯାଇଥିବା ନେଇ ତଦନ୍ତ ପାଇଁ ଅଭିଯୋଗ କରାଯାଇଛି।

କୋଦଳା ଏନ୍ଏସିରେ ୧ ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କା ମଧ୍ଯରେ ୩୫ଟି ସର୍ଟ ଟେଣ୍ଡର କରାଇ ନିର୍ଦ୍ଦିଷ୍ଟ ୫ ଜଣ ଠିକାଦାରଙ୍କୁ ସମସ୍ତ କାର୍ଯ୍ଯ ପ୍ରଦାନ କରାଯାଇଛି। ସୁ ଚିନ୍ତିତ ଭାବେ ଟେଣ୍ଡର ଫିକ୍ସିଙ୍ଗ କରାଇ ଦୁର୍ନୀତି ପାଇଁ ଉଦ୍ୟମ କରାଯାଇଛି। ସର୍ଟ ଟେଣ୍ଡର ମଧ୍ଯରୁ କେତେକ ନିମ୍ନମାନର ହୋଇଥିବା ବେଳେ ଆଉ କେତେକ ମିଥ୍ଯା ବିଲ୍ କରିବା ପାଇଁ ଯୋଜନା କରାଯାଇଛି। ସେହିଭଳି କୋଦଳା ଏନ୍ଏସିର ଜଝଙ୍ଗିଆ ବନ୍ଧ ପୁନରୁଦ୍ଧାର,ଉନ୍ନତିକରଣ  ଓ ଦଳ ସଫା ନାମରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି । ବନ୍ଧର ସମ୍ପୂର୍ଣ୍ଣ ଭର୍ତ୍ତି ହୋଇ ରହିଛି। ଘଟଣାର ତଦନ୍ତ ପାଇଁ ଅଭିଯୋଗ କରାଯାଇଛି ।

କୋଦଳା ଏନ୍ଏସିର ୱାର୍ଡ ନମ୍ବର ୨ ଦିଗାପଡା ପେଟ୍ରୋଲ ପମ୍ପ ନିକଟସ୍ଥ ହରିହର ନଗର ପେବର ରାସ୍ତା ଥିବା ସତ୍ତ୍ବେ ପୁଣି ପେବର ରାସ୍ତା ନିର୍ମାଣ ପାଇଁ ଟେଣ୍ଡର କରାଯାଇଛି। ରାସ୍ତା ନିର୍ମାଣ ପାଇଁ ଏଷ୍ଟିମେଟ ମୂଲ୍ଯ ୦୬,୮୦,୬୪୨.୭୧ ଟଙ୍କା । ଜାଣିଶୁଣି ମିଥ୍ଯା ବିଲ୍ କରିବା ପାଇଁ ସୁଚିନ୍ତିତ ଯୋଜନା କରାଯାଇଛି। ଟେଣ୍ଡର ଓପେନ ହେବା ପୂର୍ବରୁ ରାସ୍ତାର ଫଟୋ ଇ ମେଲ ଯୋଗେ ସରକାର,ପ୍ରଶାସନ ଓ ଭିଜିଲାନ୍ସଙ୍କୁ ପଠାଯାଇଛି।

କୋଦଳା ଏନ୍ଏସିର ଦୁର୍ନୀତି ଓ ଟେଣ୍ଡର ଫିକ୍ସିଙ୍ଗ ଘଟଣାର ତଦନ୍ତ ପାଇଁ ସମରଜିତ୍ ମହାନ୍ତି ମୁଖ୍ୟମନ୍ତ୍ରୀ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ,ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ,ମୁଖ୍ଯ ଶାସନ ସଚିବ,ଜିଲ୍ଲାପାଳ ଗଞ୍ଜାମ,ପ୍ରକଳ୍ପ ନିର୍ଦ୍ଦେଶକ ଡୁଡା ଓ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନାହିଁ। ଶ୍ରୀ ମହାନ୍ତି କୋଦଳା ଏନ୍ଏସି କୁ ନେଇ ପ୍ରାୟ ୧୪ଟି ସୂଚନା ତଥ୍ଯ ମାଗିଥିବା ବେଳେ ୯ଟି ଆରଟିଆଇ ର ତଥ୍ଯ ପ୍ରଦାନ କରାଯାଇ ନାହିଁ।

କୋଦଳା ଏନ୍ଏସିରେ ହୋଇଥିବା ଦୁର୍ନୀତି,ଟେଣ୍ଡର ଫିକ୍ସିଙ୍ଗ ଓ ଅନିୟମିତତା ଘଟଣାରେ ନିର୍ବାହୀ ଅଧିକାରୀ,ଯନ୍ତ୍ରୀ,ଏକାଉଣ୍ଟେଟ ଓ ନଗରପାଳ ପ୍ରତ୍ଯକ୍ଷ ଭାବେ ସଂପୃକ୍ତ ରହିଛନ୍ତି। ଦୁର୍ନୀତିର ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପକ୍ଷରୁ ଦାବି କରାଯାଉଛି। ତଦନ୍ତକୁ ଜାଣିଶୁଣି ବିଳମ୍ବ ଓ ବାଟବଣା କରିବାପାଇଁ ଉଦ୍ୟମ କରାଯାଉଛି। ଆବଶ୍ୟକ ସ୍ଥଳେ ମାମଲା ପାଇଁ ଉଚ୍ଚ ନ୍ୟାୟାଳୟକୁ ଯିବୁ। ଆଜିର ସାମ୍ବାଦିକ ସମ୍ମିଳନୀରେ ଫରୱାର୍ଡ ବ୍ଲକର ଜିଲ୍ଲା କୋଷାଧ୍ୟକ୍ଷ ସପ୍ନେଶ୍ବର ପାଣିଗ୍ରାହୀ, ରାଜ୍ଯ ନେତା ସମରଜିତ୍ ମହାନ୍ତି ଓ ଜିଲ୍ଲା କମିଟି ସଦସ୍ଯ ଅଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

  • jmjnewso

    Related Posts

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    Spread the love

    Spread the loveଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 70 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ