ନିମ୍ନ ମାନର କାମ କୁ.. ଅଗ୍ରିମ ବିଲରେ ଚାଲିଛି କୋଦଳା ବିକାଶ।

Spread the love

କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): କାମ କମ ବିଲ ଅଧିକ…ନିଯୁକ୍ତି ବ୍ଲକ ରେ.. କମ ଏନଏସି ରେ.. ବରାଦିଆ ଚିଠି କୁ ନେଇ କୋଦଳା ଏନଏସି ରେ ଚାଲିଛି ଲୁଟପାଟ..
ଦୁର୍ନୀତି ରେ ବୁଡି ରହିଥିବା ଅଧ୍ୟକ୍ଷ ଓ ଅଧିକାରୀ ଙ୍କ କଳା କାରନାମା ହାଟରେ ପଡି ଦାଣ୍ଡରେ ଗଡୁଥିଲେ ମଧ୍ୟ ଡବଲ ଇଞ୍ଜିନ ସରକାର ଙ୍କ ପ୍ରଚାର ସର୍ବସ୍ବ କୁ ନେଇ କୋଦଳା ରେ ଚର୍ଚ୍ଚା ଆଲୋଚନା ଜୋର ଚାଲିଛି…
ପୁଣି ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ସରକାରୀ ଅନୁଦାନ ଘୋଟଲା ପଦାକୁ ଆସିଛି.ବିନା ତଦାରଖ ରେ ଚାଲିଛି
ନିମ୍ନ ମାନର କାମ। ଯାହାର ଫାଇଦା ନେଉଛନ୍ତି ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ।
ଯାହା ସୂଚନା ରହିଛି ପ୍ରାୟ ଅଢେ଼ଇ ମାସ ଧରି କୋଦଳା ଏନଏସି ଯନ୍ତ୍ରୀ ଦୀପିକା ବେହେରା ଙ୍କୁ ପୋଲସରା ବଦଳି ପରେ. ସେହି ଜାଗାରେ ଖଲିକୋଟ ଯନ୍ତ୍ରୀ ଜିତେନ୍ଦ୍ର ଜେନାକୁ ଦୁଇ ଦିନ ପାଇଁ ଡେପୁଟେସନ ରେ ଅଣାଯାଇଥିଲା। ପୁଣି ସେହି ସମୟରେ ଗଞ୍ଜାମ ନଗର ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଙ୍କ ଚିଠି ନମ୍ବର ୧୫୮୭ / ୨୧ ଜୁଲାଇ ୨୦୨୩ରେ ବେଗୁନିଆପଡା ବ୍ଲକ ଯନ୍ତ୍ରୀ ଧର୍ମେନ୍ଦ୍ର ବାଡ଼ତ୍ୟା ଙ୍କୁ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ କୋଦଳା ଏନଏସି ର ଦାଇତ୍ୱ ଦେଇଥିଲେ। ହେଲେ ଏବେ ସେଇ ପୁରୁଣା ଚିଠି କୁ ନେଇ ଅଧ୍ୟକ୍ଷ ଓ ଅଧିକାରୀ ନିର୍ଦ୍ୱନ୍ଦ୍ୱ ରେ ଫାଇଦା ଉଠେବାରେ ଲାଗି ପଡ଼ିଥିବା କୁହାଯାଉଛି। କୁହାଯାଉଛି ଯେ, କୋଦଳା ଏନଏସି ୧୨ନମ୍ବର ୱାର୍ଡ ରେ ଚାଲିଥିବା ଡ୍ରେନ କାମରେ ବାଲି,ମେଣ୍ଟାଲ,ଓ ଗୁଡ଼ି ଏକ ଫୁଟ ପୋତିବା ଏସ୍ଟିମେଟ ରେ ଥିବା ବେଳେ ମାତ୍ର ତିନି ଇଞ୍ଚି ପୋତିବା ଏବଂ ସହ ୬ ଇଞ୍ଚିରେ ରଡ଼ ବାଇଣ୍ଡିଙ୍ଗ କରିବା ପରିବର୍ତ୍ତେ ଦଶ ଇଞ୍ଚି ରେ ରଡ଼ ବାଇଣ୍ଡିଙ୍ଗ କରାଯାଇଛି।ସେଇଭଳି ୧୦ନମ୍ବର ୱାର୍ଡ ସବ୍ ଜେଲ ନିକଟରେ ରାସ୍ତା ନିର୍ମାଣ ରେ ନିମ୍ନମାନର କାମ, ବିଶୋଇ ସାହି ରେ ହୋଇ ଥିବା ଡ୍ରେନ କାମ ନିମ୍ନ ମାନର କରାଯିବା ସହ କାମ ଠାରୁ ଅଧିକ ବିଲ ପ୍ରଦାନ କରାଯାଇଥିବା ଶୁଣାଯାଉଛି।
ଏଠି ସ୍ଥାୟୀ ଯନ୍ତ୍ରୀ ଙ୍କୁ ନିଯୁକ୍ତି ନଦେଇ ଭଡା ରେ ଆଣି ସରକାରୀ ଅନୁଦାନ ହରିଲୁଟ ଚାଲିଥିଲେ ମଧ୍ୟ ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡିବା ପୂର୍ବରୁ ଅନୁଦାନ ଖାଲି ହେବାକୁ ଗଲାଣି.. ବିଜେପି ସରକାର ରେ ଦୁର୍ନୀତି ମୁକ୍ତ ଡିଣ୍ଡିମ ପିଟୁଥିବା ସରକାରୀ କଳ, ଅଧିକାରୀ ନିଜେ କମିଶନ ରେ ଲିପ୍ତ ଥିବା ଯୋଗୁ ରଫା ଦଫା କରାଯାଉଛି ବୋଲି ଅଭିଯୋଗ ହେଉଛି.. ଦୁର୍ନୀତି ମୁକ୍ତ ସରକାର କହୁଥିବା ବିଧାୟକ ଏଵେ ନଗର ଉନ୍ନୟନ ମନ୍ତ୍ରୀ ସଚିବ, ଜିଲ୍ଲାପାଳଙ୍କୁ ଅବଗତ କରାଇ ନିଜେ ତଦନ୍ତ କରିବେ କି ବୋଲି ପ୍ରଶ୍ନ କରିଲେଣି କୋଦଳା ବାସି।

  • jmjnewso

    Related Posts

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    Spread the love

    Spread the loveଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 69 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ