ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର….ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ

Spread the love

ପୁରୁଷୋତ୍ତମପୁର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି ପାହାଡ ପ୍ରକମ୍ପିତ ହେବାରେ ଲାଗିଛି । ମା’ଙ୍କ ଦର୍ଶନ କରିବା ନିମନ୍ତେ ମଧ୍ଯରାତ୍ରରୁ ପୀଠରେ ଭକ୍ତଙ୍କ ଭିଡ଼ ଲାଗିରହିଛି ।

ମା’ ତାରାତାରିଣୀ ଦୁଇ ଭଉଣୀ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ରାତ୍ର ୧ଟା୩୦ରେ ମନ୍ଦିର ଦ୍ଵାର ଫିଟା ହୋଇ ମାଜଣା, ମଙ୍ଗଳ ଆଳତି, ସିଙ୍ଗାର, ଅବକାଶ ସହ ପଞ୍ଚଶୁତ୍ର ଅଭିଷେକ ଆଦି ପରମ୍ପରା ଅନୁସାରେ ସମସ୍ତ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସେବାୟତମାନେ ଦୁଇ ଭଉଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଇବା ପରେ ଭୋର ସକାଳ ୫.୩୦ରେ ସାହାଣ ମେଲା ହୋଇଥିଲା । ଭକ୍ତଙ୍କୁ ମହାଲକ୍ଷ୍ମୀ ରୂପରେ ଦର୍ଶନ ଦେଉଛନ୍ତି ଦୁଇଭଉଣୀ । ରାତ୍ର ୩ଟାରୁ ମୁଣ୍ଡନ କାର୍ଯ୍ଯ ଆରମ୍ଭ ହୋଇଥିଲା । ବହୁ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କୁ ଦର୍ଶନ ଲାଗି ଛୁଟିଆସିଥିବା ବେଳେ ମାନସିକଧାରୀମାନେ ନିଜ ନିଜ ଶିଶୁଙ୍କର ମୁଣ୍ଡନ କରାଇ ମା’ଙ୍କ ଆଶିର୍ବାଦ ନେଉଛନ୍ତି ।

ପାହାଡଉପରକୁ ସ୍ବତନ୍ତ୍ର ବସ, ରୋପୱେ ଓ ପାହାଛରେ ଭକ୍ତମାନେ ଯାଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାରେ ଲାଗିପଡିଛନ୍ତି । ଗଞ୍ଜାମ ଜିଲାପାଳ ଭି କିର୍ତ୍ତୀଭାସନ ଆସି ତଦାରଖକରିଥିବା ବେଳେ ଛତ୍ରପୁର ଉପଜିଲାପାଳ ଶୁଭାଶିଷ ବରାଳ, ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର, ଏନଏସି ନିର୍ବାହୀ ଅଧିକାରୀ ସଂଗିତା ସେଠୀ, ଏସଡିପିଓ ସୁଜିତକୁମାର ନାୟକ, ଆଇଆଇସି କୁଳମଣି ସେଠୀ ଉପସ୍ଥିତ ରହି ପରିଚାଳନା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରୁଛନ୍ତି ଭକ୍ତ ।

  • jmjnewso

    Related Posts

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    Spread the love

    Spread the loveଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 70 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ