ଅଙ୍ଗାରଗାଁ ଗୌଡିୟ ବେଦାନ୍ତ ବିଦ୍ୟାଳୟକୁ ଆନ୍ତର୍ଜାତୀୟ ଭକ୍ତମାନଙ୍କ ଆଗମନ ।

Spread the love

ବେଗୁନିଆପଡ଼ା (ଭଗବାନ ପାଢ଼ୀ )-: ଆନ୍ତର୍ଜାତୀୟ ଗୌଡିୟ ବେଦାନ୍ତ ଟ୍ରଷ୍ଟ (IGVT) ଓ ଗୌଡିୟ ବେଦାନ୍ତ ଏଜୁକେସନାଲ୍ ସୋସାଇଟି (GVES) ର ନିର୍ଦ୍ଦେଶନାରେ ପରିଚାଳିତ ଗୌଡିୟ ବେଦାନ୍ତ ବିଦ୍ୟାଳୟ ଅଙ୍ଗାରଗାଁ କୁ ସୋମବାର ଦିନ ଆନ୍ତର୍ଜାତୀୟ ଭକ୍ତମାନଙ୍କ ଆଗମନ କରିଥିଲେ । ଏହି ଦଳରେ ବିଶ୍ୱର ୨୦ରୁ ଅଧିକ ଦେଶର ଭକ୍ତମାନେ ଯୋଗଦେଇଥିଲେ । ଶ୍ରୀଲ ଗୁରୁଦେବ ଓଁ ନିତ୍ୟଲୀଳା ପ୍ରବିଷ୍ଟ ବିଷ୍ଣୁପାଦ ଅଷ୍ଟୋତ୍ତରଶତ ଶ୍ରୀ ଶ୍ରୀମଦ୍ ଭକ୍ତିବେଦାନ୍ତ ନାରାୟଣ ଗୋସ୍ୱାମୀ ମହାରାଜଙ୍କ ନିର୍ଦ୍ଦେଶନାରେ କୃଷ୍ଣଚେତନାର ଯେଉଁ ମାନେ ଅନୁସରଣ କରୁଛନ୍ତି ସେହି ଭକ୍ତ ମାନେ ଯୋଗ ଦେଇଥିଲେ । ଏହି ଆଗମନରେ ନେତୃତ୍ୱ ନେଇଥିଲେ ଶ୍ରୀ ଶ୍ରୀମଦ୍ ବି.ଭି. ବନ ଗୋସ୍ୱାମୀ ମହାରାଜ,ଶ୍ରୀ ଶ୍ରୀମଦ୍ ବି.ଭି. ଶ୍ରୀଧର ଗୋସ୍ୱାମୀ ମହାରାଜ, ଶ୍ରୀପାଦ ବି.ଭି. ବୋଧାୟନ ମହାରାଜ ସମେତ ଅନ୍ୟମାନେ ।ଏଥିସହିତ ସ୍ଥାନୀୟ ପ୍ରମୁଖ ବ୍ୟକ୍ତିବିଶେଷ ଏବଂ ଗୌଡିୟ ବେଦାନ୍ତ ବିଦ୍ୟାଳୟର ସ୍ଥାନିୟ ପରିଚାଳନା କମିଟି ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।ଭ୍ରମଣ ସମୟରେ ଏହି ଆନ୍ତର୍ଜାତୀୟ ଭକ୍ତମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ବୈଦିକ ଶାସ୍ତ୍ରର ଶାଶ୍ୱତ ଜ୍ଞାନ ଆଧାରିତ ମୂଲ୍ୟବୋଧ ସମ୍ପନ୍ନ ଶିକ୍ଷାର ଗୁରୁତ୍ୱ ବିଷୟରେ ଅନୁପ୍ରେରଣା ଦେଇଥିଲେ। ସେମାନେ କହିଥିଲେ ଯେ ଆଧୁନିକ ଶିକ୍ଷା ସହ ଆଧ୍ୟାତ୍ମିକ ସଂସ୍କାର ଓ ନୈତିକ ମୂଲ୍ୟବୋଧ ଯୋଡ଼ିଲେ ଛାତ୍ରଛାତ୍ରୀ ମାନଙ୍କ ସମ୍ପୂର୍ଣ୍ଣ ବିକାଶ ସମ୍ଭବ । ଏହି ଅବସରରେ ଭକ୍ତମାନେ ଓ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏହାର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସମାଜ ମଧ୍ୟରେ ଆଧ୍ୟାତ୍ମିକ ଓ ସମଗ୍ର ଶିକ୍ଷାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା । ଏହି ଶିକ୍ଷା ପ୍ରଣାଳୀରେ ପାଠ୍ୟ ଶିକ୍ଷା ସହିତ ନାମସଂକୀର୍ତ୍ତନ, ଧ୍ୟାନ, ଯୋଗ ଓ ଚରିତ୍ର ଗଠନମୂଳକ କାର୍ଯ୍ୟକଳାପ ମଧ୍ୟ ଅନ୍ତର୍ଭୁକ୍ତ।ବିଭିନ୍ନ ଦେଶରୁ ଆସିଥିବା ଭକ୍ତମାନେ ନିଜ ଅନୁଭବ ଅଂଶୀଦାର କରି କହିଥିଲେ ଯେ ଆଧ୍ୟାତ୍ମିକ ଓ ବୈଦିକ ମୂଲ୍ୟବୋଧ ଆଧାରିତ ଶିକ୍ଷା ପ୍ରଣାଳୀ ତାଙ୍କ ଦେଶରେ ଶିଶୁମାନଙ୍କ ଚରିତ୍ର ଗଠନ, ଶିଷ୍ଟାଚାର ଓ ସାମାଜିକ ସମନ୍ୱୟ ବୃଦ୍ଧିରେ ବଡ଼ ଭୂମିକା ନେଉଛି । ଏହି ଭ୍ରମଣ ମାଧ୍ୟମରେ ଏହା ସ୍ପଷ୍ଟ ହୋଇଛି ଯେ ବୈଦିକ ଶିକ୍ଷା ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ଆଧାରିତ ଶିକ୍ଷା ପ୍ରଣାଳୀ ଏକ ଶାନ୍ତିମୟ, ସଂସ୍କାରସମ୍ପନ୍ନ ଓ ସମତାମୂଳକ ସମାଜ ଗଠନରେ ମହତ୍ତ୍ୱପୂର୍ଣ୍ଣ ।ଶେଷରେ ଗୌଡିୟ ବେଦାନ୍ତ ବିଦ୍ୟାଳୟ ପରିଚାଳନା ପକ୍ଷରୁ ଆଗତ ବୈଷ୍ଣବ ସନ୍ୟାସୀ ଓ ଆନ୍ତର୍ଜାତୀୟ ଭକ୍ତମାନଙ୍କୁ ତାଙ୍କର ଆଶୀର୍ବାଦ ଓ ପ୍ରେରଣା ପାଇଁ ଗଭୀର କୃତଜ୍ଞତା ଜଣାଯାଇଛି। ତାଙ୍କର ଏହି ଦର୍ଶନ ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ସମାଜକୁ ଆଗାମୀ ପିଢ଼ି ପାଇଁ ଆଧ୍ୟାତ୍ମିକ ଓ ଶାସ୍ତ୍ରମୂଳକ ମୂଲ୍ୟବୋଧ ସହିତ ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କରିବାରେ ଅଧିକ ଉତ୍ସାହିତ କରିଛି ବୋଲି ସୂଚନା ଦେଇଛନ୍ତି ସ୍ଥାନିୟ ପରିଚାଳନା କମିଟି ।

  • jmjnewso

    Related Posts

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    Spread the love

    Spread the loveଗତକାଲି ରାତିରେ ବିବାହ ପ୍ରୋଶେସନକୁ ନେଇ ଘଟିଥିଲା ଘଟଣା । ପୋଲସରା ଥାନା ବାଲିଘାଇ ଗାଁରେ ଯୁବକକୁ ହତ୍ୟା ଘଟଣା । ମୃତ ଦେହକୁ ରଖି ରାସ୍ତାରୋକ ।ପୋଲସରା-ବୁଢାମ୍ଵ ଗାଡି ଚଳାଚଳ ବନ୍ଦ । ପୋଲସରା: ଜେଏମଜେ ବ୍ୟୁଇବଡ଼ ଭାଇର…

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    Spread the love

    Spread the loveବୌଦ୍ଧ:ଜେଏମଜେ ନ୍ୟୁଜ :(ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୁଲିସ ପକ୍ଷରୁ କଣ୍ଟାମାଳ -ଡ଼ୁମାଲପାଲି -ଉଦେପୁର ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କାର ଭିତରୁ ବିପୁଳ ଗଞ୍ଜେଇ ଜବତ କରିଥିବା ବେଳେ ଗାଡିର ଡ୍ରାଇଭର ଫେରାର…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!