ନାରାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

Spread the love

କୋଟପାଡ଼: ଜେଏମଜେ ନ୍ୟୁଜ (ରଶ୍ମିତା ପାଣିଗ୍ରାହୀ ): କୋଟପାଡ଼ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାରାହାଣ୍ଡି (ପ୍ରତିଷ୍ଠା ହେବାର ୭୦ବର୍ଷ ପରେ) ଠାରେ ପ୍ରଥମ ଥର ପାଇଁ ବାର୍ଷିକ ଉତ୍ସବ ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ସାଂସଦ ପ୍ରତିନିଧି ଚନ୍ଦ୍ର ଶେଖର ଦାସ ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବାଞ୍ଛାନିଧି ହରିଜନ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଢାମଣାହାଣ୍ଡି ସରପଞ୍ଚ ଶ୍ରୀମତୀ ଦିନମଣୀ ରନ୍ଧାରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ କାର୍ତିକ ନାୟକ, ୱାର୍ଡ ସଭ୍ୟ ଶ୍ରୀ ନୀଳକଣ୍ଠ ନାୟକ ଏବଂ ଗ୍ରାମର ଭଦ୍ର ବ୍ୟକ୍ତି ଶ୍ରୀ ରାମ ନାୟକ ଓ ରାମଧର ହରିଜନ ଆଦି ନିମଂତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ ।


ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କାଳୀ ପ୍ରସାଦ ବେହେରା ବାର୍ଷିକ ବିବରଣୀ ପାଠ କରିଥିବାବେଳେ , ସହକାରୀ ଶିକ୍ଷୟତ୍ରୀଗଣ ଶ୍ରୀମତୀ ମନୀଷା ମଣ୍ଡଳ ସଭା ପରିଚାଳନା, ଜ୍ୟୋତି ରଶ୍ମି ରାଉତ ପୁରଷ୍କାର ବିତରଣ ଓ ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଚାଲାଣ ଧନ୍ୟବାଦ ଅର୍ପଣ ଦାୟିତ୍ବରେ ରହିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନେ ଶ୍ରୀ ଗଣେଶ ବନ୍ଦନା ସହ ୧୨ଗୋଟି ନୃତ୍ୟ ପରିବେଷଣ କରିଥିଲେ। ବିଦ୍ୟାଳୟର ସମସ୍ୟା ଗୁଡିକ ସମାଧାନ କରିବା ନିମନ୍ତେ ସାଂସଦ ପ୍ରତିନିଧି ଚନ୍ଦ୍ର ଶେଖର ଦାସ ପ୍ରତିଶୃତି ଦେଇଥିଲେ । ଅତି ସୁନ୍ଦର ଭାବେ ସନ୍ଧ୍ୟା ସୁଦ୍ଧା ଉତ୍ସବଟି ସମାପନ ହୋଇଯାଇଥିଲା। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହନ୍ତି ଯେ ଆମ ଗ୍ରାମବାସୀ ମାନଙ୍କ ଅତୁଳନୀୟ ସହଯୋଗ, ଆମ ସହକର୍ମୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଆମ ପିଲାମାନଙ୍କ ଅସରନ୍ତି ଆଗ୍ରହ ଓ ଉତ୍ସାହ ଯୋଗୁଁ ଏହି ଉତ୍ସବଟି ଆଜି ସଫଳ ମଣ୍ଡିତ ହୋଇ ପାରିଛି।

  • jmjnewso

    Related Posts

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    Spread the love

    Spread the love କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ ଟଙ୍କା.. ତାହା ପୁଣି ସରକାରୀ ଟଙ୍କା।ବିଜେପି ରଙ୍ଗ, ବିଜେପି ଚିହ୍ନ, ଲଗାଇ ନେତା ମନ୍ତ୍ରୀ ଙ୍କୁ ଖୁସି…

    ଆଜି ଶ୍ରୀଜିଉଙ୍କ ଅଧର ପଣା ଭୋଗ ଲାଗି ନୀତି

    Spread the love

    Spread the loveପୁରୀ :ଜେଏମଜେ ନ୍ୟୁଜ : ଆଜି ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଲାଗିବ । ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଅଧର ନୀତି ସମୟ ରାତି ୮ଟା ରହିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ୱାକୃତି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026