ପୁରୁଷୋତ୍ତମପୁରରେ ଧୂମଧାମରେ ମା’ ଦଣ୍ଡକାଳୀଙ୍କ ମେରୁ ଯାତ୍ରା ଉଦଯାପିତ

Spread the love

ପୁରୁଷୋତ୍ତମପୁର, ଜେଏମଜେ ନ୍ୟୁଜ(ସୁଶାନ୍ତ ପାଢ଼ୀ):: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ମେରୁ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ଅବସରରେ ଭକ୍ତିମୟ ପରିବେଶରେ ଉଦ୍‌ଯାପିତ ହୋଇଛି। ପୁରୁଷୋତ୍ତମପୁର ସହର ସାରା ଦିନ ଧରି ଆଧ୍ୟାତ୍ମିକ ମାହୋଲରେ ମଗ୍ନ ରହିଥିଲା। ଢ଼ୋଲ, ଘଣ୍ଟ ଓ “କଳା ରୁଦ୍ରମଣିଙ୍କୁ ଭଜହେ” ଧ୍ବନିରେ ସହର ପ୍ରକମ୍ପିତ ହୋଇଉଠିଥିଲା।
ଏହି ଯାତ୍ରାରେ ଧୋବା ପୁଞ୍ଜା, ଗୌଡ଼ ପୁଞ୍ଜା ଓ ତେଲି ପୁଞ୍ଜାର ମୁଖ୍ୟ ଦଣ୍ଡ ନାମରେ ତିନୋଟି ଦଣ୍ଡ ଯାତ୍ରା ଦଳ ଅଂଶଗ୍ରହଣ କରିଥିଲେ। ମା’ଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା ଏବଂ ସେମାନେ ଆଶୀର୍ବାଦ ଲାଭ କରିଥିଲେ। ମାନସିକ ପୂରଣ ପାଇଁ ଶତାଧିକ ମହିଳା ତୀବ୍ର ଖରାକୁ ଅବହେଳା କରି ପୋଖରୀ ତୁଠରେ ‘ଅଧିଆ’ ପଡ଼ିଥିଲେ। ଏହା ଦ୍ୱାରା ମନୋକାମନା ପୂରଣ ହୁଏ ବୋଲି ସ୍ଥାନୀୟ ମାନ୍ୟତା ରହିଛି। ଏହି ଦଣ୍ଡ ଯାତ୍ରାରେ ଭକ୍ତମାନେ ୨୧ ଦିନ ଧରି କଠୋର ବ୍ରତ ପାଳନ କରିଥାନ୍ତି। ସେମାନେ ଘର ପରିତ୍ୟାଗ କରି ସନ୍ନ୍ୟାସୀ ଭାବେ ରହି, ଖାଲି ପାଦରେ ଗ୍ରାମ ପରିକ୍ରମା କରିଥାନ୍ତି। ରାତିରେ ଅନିଦ୍ରା ରହି ଦିନକୁ ମାତ୍ର ଥରେ ଖାଦ୍ୟ ସେବନ କରି ବ୍ରତ ପାଳନ କରିଥାନ୍ତି।
ମଧ୍ୟାହ୍ନର ତୀବ୍ର ଖରାରେ ‘ଧୂଳି ଦଣ୍ଡ’, ପୋଖରୀରେ ‘ପାଣି ଦଣ୍ଡ’ ଓ ରାତିରେ ‘ଅଗ୍ନି ଦଣ୍ଡ’ ପାଳନ କରାଯାଇଥିଲା। ଶେଷ ପର୍ଯ୍ୟାୟରେ ମେରୁ ଯାତ୍ରାର ମୁଖ୍ୟ ଆକର୍ଷଣ ଭାବେ ପାଟ ଭୁକ୍ତାଙ୍କୁ ଅଗ୍ନିକୁଣ୍ଡ ଉପରେ ଝୁଲାଇ ରଖାଯାଇଥିଲା। ଏହା ସହିତ ଦଣ୍ଡ ଯାତ୍ରାର ସମାପନ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମ ଭକ୍ତି, ଆସ୍ଥା ଓ ପରମ୍ପରାର ଅନନ୍ୟ ସମନ୍ୱୟ ଭାବେ ପ୍ରକାଶ ପାଇଥିଲା।

  • jmjnewso

    Related Posts

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    Spread the love

    Spread the love କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ ଟଙ୍କା.. ତାହା ପୁଣି ସରକାରୀ ଟଙ୍କା।ବିଜେପି ରଙ୍ଗ, ବିଜେପି ଚିହ୍ନ, ଲଗାଇ ନେତା ମନ୍ତ୍ରୀ ଙ୍କୁ ଖୁସି…

    ଆଜି ଶ୍ରୀଜିଉଙ୍କ ଅଧର ପଣା ଭୋଗ ଲାଗି ନୀତି

    Spread the love

    Spread the loveପୁରୀ :ଜେଏମଜେ ନ୍ୟୁଜ : ଆଜି ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଲାଗିବ । ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଅଧର ନୀତି ସମୟ ରାତି ୮ଟା ରହିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ୱାକୃତି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026