ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଉଦଯାପିତ

Spread the love

ବୁଗୁଡ଼ା,୧୪/୦୪ ଜେଏମଜେ ନ୍ୟୁୁଜ(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ଦଣ୍ଡଯାତ୍ରା, ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ।ଏହାସହ ଶେଷ ହୋଇଯାଇଛି ଦୀର୍ଘ ୨୧ଦିନ ଧରି ଚାଲିଥିବା ପ୍ରସିଦ୍ଧ ଦଣ୍ଡଯାତ୍ରା ।

ଏଥିସହ ମା’ଦଣ୍ଡକାଳୀ ନିଜ ମନ୍ଦିର କୁ ଫେରିବା ସହ ସମସ୍ତ ଦଣ୍ଡୁଆ ନିଜ ନିଜ ଗୃହକୁ ପ୍ରତ୍ୟାବର୍ତନ କରିଛନ୍ତି ।ବୁଗୁଡ଼ା ବ୍ଲକର ବୁଗୁଡ଼ା ସମେତ ପଂକଳବାଡି, ତାଳସାକର, ଡାକରାବାଡି,ଗୋଳାବନ୍ଧ, ପାଣିକେଶ୍ୱର, ଚିଲିଖମା, କାନନକୁଟୀର, ଭାମସ୍ୟାଳି ଓ ଗୋଲିଆ ପ୍ରଭୃତି ଗ୍ରାମରେ ମେରୁଯାତ୍ରା ସହ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି । ପ୍ରବଳ ଖରା ସତ୍ୱେ ମେରୁଯାତ୍ରା ଦେଖିବାପାଇଁ ମେରୁ ମଣ୍ଡପ ଗୁଡିକରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।ଗ୍ରାମ ଗୁଡିକରେ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଥିଲା ଯାହାକୁ ନେଇ ଦଣ୍ଡଯାତ୍ରାର କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା କରିଥିଲେ ଦଣ୍ଡଯାତ୍ରାର ସମସ୍ତ କମିଟି ଓ ଗ୍ରାମବାସୀ ବୃନ୍ଦ । ଢୋଲ ଓ ହୁଳହୁଳିରେ ମେରୁ ମଣ୍ଡପ ଗୁଡିକ ପ୍ରକମ୍ପିତ ହୋଇଉଠିଥିଲା । ଘଣ୍ଟ ଘଣ୍ଟା ଢୋଲ ବାଜାରେ ମାଁକାଳୀଙ୍କ ଆସ୍ଥାନ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ମାନସିକ ଧାରି ଦଣ୍ଡୁଆମାନେ ଯଥା ରିତିନିତୀ ଅନୁସାରେ ଧୂଳିଦଣ୍ଡ , ପାଣି ଦଣ୍ଡ , ଗ୍ରାମ ପରିକ୍ରମା କରିବା ସହ ସନ୍ଧ୍ୟାରେ ଆଳତି ଅନୁଷ୍ଠିତ ହୋଇଥିବାବେଳେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

  • jmjnewso

    Related Posts

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ଗୋପାଳପୁର ଆହାର କେନ୍ଦ୍ର ବହୁ ବାଦ ବିବାଦ ପରେ ଚଳିତ ମାସ ୧ ତାରିଖରେ ମା ମଙ୍ଗଳା ମହିଳା ସଂଘକୁ ସ୍ଥାନୀୟ ଏନ ଏ ସି ପକ୍ଷରୁ ହସ୍ତାନ୍ତର କରାଯାଇଥିଲା…

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 41 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ