ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

Spread the love

ଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର) ସମଗ୍ର ଭରତ ବର୍ଷରେ ହିନ୍ଦୁ ନବ ବର୍ଷ ବିଷୁବ ପାଣ ସଂକ୍ରାନ୍ତି ପାଳନ ହେଉ ଥିବା ବେଳେ ଏହି ଶୁଭ ଦିବସରେ ସମ୍ବିଧାନ ପ୍ରଣେତା ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଥିଲା।ପ୍ରାଥମିକ ଶିକ୍ଷକ ସଙ୍ଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀଯୁକ୍ତ ସୂର୍ଯ୍ୟ ନାୟକ, ଶ୍ରୀଯୁକ୍ତ କୃତି ବାସ ବିଶ୍ୱାଳ, ଜଗ ବନ୍ଧୁ ଜେନା, ଗଜେନ୍ଦ୍ର ସେଠି, ତ୍ରିନାଥ ପଟ୍ଟନାୟକ, ସୀମାଞ୍ଚଳ ପାତ୍ର, ଜଗଦୀଶ ନାୟକ ପ୍ରମୁଖ ଯୋଗଦେଇ ଥିଲେ ଅନ୍ୟ ପକ୍ଷରେ ନିମିନା ହାଡ଼ି କୁଳ ସମାଜ ତରଫରୁ ଆମ୍ବେଦକର ଜୟନ୍ତୀ ପାଳନ କରିଥିଲେ।ନିମିନା ଗ୍ରାମରୁ ବହୁ ଯୁବକ ବାଇକ ରାଲି ରେ ଭଞ୍ଜନଗର ସହର ପରିକ୍ରମା କଲା ପରେ ଆର. ଏମ. ସି ସଭାକକ୍ଷ ରେ ସ୍ମୃତି ସଭା ଆୟୋଜିତ ହୋଇଥିଲା।ହାଡ଼ି ସମାଜର ସଭାପତି ପଞ୍ଚାନନ ନାୟକ , ଅଣ୍ଡାମାନ ନିକୋବର ରୁ ଆସିଥିବା ଯୁବ ସମାଜସେବୀ ଶେଖର ,ଦିଲ୍ଲୀପି ପଗଡ,ପଦ୍ମ ପ୍ରଧାନ, ଅଭିମନ୍ୟୁ ଗୌଡ଼, ନିରଞ୍ଜନ ପ୍ରଧାନ, ଭଞ୍ଜ କିଶୋର ପ୍ରଧାନ, ପୁରୁଷୋତ୍ତମ ମହାପାତ୍ର ପ୍ରମୂଖ ଅତିଥି ଭାବେ ଯୋଗଦେଇ ଆମ୍ବେଦକର ଚିନ୍ତା ଚେତନା ଓ ବଳିଦାନ ବିଷୟରେ ମତ ରଖିଥିଲେ।ସେହିପରି ଭଞ୍ଜନଗର ସହର ମେଡ଼ିକାଲ ନିକଟରେ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ ହେବା ସହ ଗୁଣ ଗାନ କରାଯାଇଛି,ଏଥିରେବଂଶୀ ଧର ନାୟକ ସତ୍ୟନାରାୟଣ ନାୟକ ( ସମାଜସେବୀ ସଂଯୋଗ୍ ଅନୁଷ୍ଠାନ) ବଂଶୀଧର ଦାଣ୍ଡିଆ ଶିକ୍ଷକ,ବୃନ୍ଦାବନ ସେଠୀ ଶିକ୍ଷକ,,ଲୋକନାଥ ନାୟକ,କଳସ ନାୟକ,ରତିକାନ୍ତ ନାୟକ,ଦେବୀ ବିଷୋୟୀ ଯୋଗ ଦେଇଥିଲେ ।ସୂଚନାଯୋଗ୍ୟ ଯେ ଭାରତ ରତ୍ନ ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ କୌଣସି ସରକାରୀ ସ୍ତରରେ ପାଳନ ହେଉ ନ ଥିବା ବେଳେ ବେସରକାରୀ ସ୍ତରରେ ପାଳିତ ହୋଇଛି।ଆଜିର ସ୍ମୃତି ସଭା ରେ ଅତିଥିମାନେ ଆମ୍ବେଦକରଙ୍କୁ ମନେପକାଇବା ସହ ଭଞ୍ଜନଗର ସହର ଓ ବିଭିନ୍ନ ସ୍ଥାନରେ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ରଖିଥିଲେ।ଅନ୍ୟ ପକ୍ଷରେ ଆଜି ମଧ୍ୟ ଦଳିତ ସମାଜ କିପରି ଅବହେଳିତ ହୋଇ ରହିଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ।ଆଜିର କାର୍ଯ୍ୟକ୍ରମ କୁ ରମେଶ ବେହେରା, ଗୋକୁଳ ମଲ୍ଲିକ, ଶିବାସିସ ବେହେରା, କାଳି ଚରଣ ସେଠୀ, ରବୀନ୍ଦ୍ର ବେହେରା, ଭକ୍ତବନ୍ଧୁ ବିଷୋୟୀ, ଶିଶିର କାନ୍ତ ପତି, ସୁଜିତ ସ୍ୱାଇଁ, ଅଭିନାଶ ପଣ୍ଡା, ସୁଧାଂଶୁ ମହାପାତ୍ର ,ମନୋଜ ବେହେରା,ନିର୍ମଳ ସ୍ୱାଇଁ,ପ୍ରମୂଖ ପରିଚାଳନା କରିଥିଲେ।

  • jmjnewso

    Related Posts

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ଗୋପାଳପୁର ଆହାର କେନ୍ଦ୍ର ବହୁ ବାଦ ବିବାଦ ପରେ ଚଳିତ ମାସ ୧ ତାରିଖରେ ମା ମଙ୍ଗଳା ମହିଳା ସଂଘକୁ ସ୍ଥାନୀୟ ଏନ ଏ ସି ପକ୍ଷରୁ ହସ୍ତାନ୍ତର କରାଯାଇଥିଲା…

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 41 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ