କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

Spread the love

ବୌଦ୍ଧ: ଜେଏମଜେ ନ୍ୟୁଜ : (ପୂର୍ଣ୍ଣ ଚରଣ ସାହୁ )କଣ୍ଟାମାଳ ବ୍ଲକ ଡଃ ଆମ୍ବେଦକର କଲ୍ୟାଣ ସମିତି ପକ୍ଷରୁ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ସଙ୍ଘ ସଭାପତି ଜ୍ୟୋତି ମହାନନ୍ଦଙ୍କ ନେତୃତ୍ଵରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଦସ୍ୟମାନେ କଲରାକୋଠା କାଳୀ ମନ୍ଦିର ନିକଟରୁ ବାହାରି କଣ୍ଟାମାଳ ତହସିଲ ଛକ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରିଥିଲେ। ଏହି ଅବସରରେ ବାବା ସାହେବ ଡଃ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସାମାଜିକ କର୍ମି ବିଶ୍ୱଜିତ ହରିପାଲ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଧିର ମହାକୁଡ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କଣ୍ଟାମାଳ ବିଧାନସଭା ର ବିଧାୟକ ପ୍ରାର୍ଥୀ ସରୋଜ ପ୍ରଧାନଯୋଗ ଦେଇଥିଲେ lସମ୍ମାନୀତ ଅତିଥି ଭାବରେ ବୌଦ ଜିଲ୍ଲା କଂଗ୍ରେସ ସଭାପତି ଅବଦୁଲ କଲିମ ଖାଁ, ସମାଜସେବୀ ପିତାମ୍ବର ବିଭାର, ପ୍ରକାଶ ହରିପାଲ, ତରଭା ଗଣ୍ଡା ସମାଜ ବ୍ଲକ ସଭାପତି ସୁଶିଲ ମଲ୍ଲିକ, ତରଭା ଲକ୍ଷେ ଘର ଗଣ୍ଡା ସମାଜ ସାଧାରଣ ସମ୍ପାଦକ ସୁଦାମ ଚରଣ ନାଗ ମଞ୍ଚାସିନ ରହି ଅଭିଭାଷଣ ପ୍ରଦାନ କରିଥଲେ।
ଭୀମ ଆର୍ମି ଭାରତ ଏକତା ମିଶନ ଓଡ଼ିଶା ରାଜ୍ୟ ପ୍ରଭାରୀ ତଥା ସିଆଇଡି ଅଧିକାରୀ ତପନ କୁମାର ନାୟକ ସ୍ଵତନ୍ତ୍ର ଅତିଥି ଭାବରେ ଉପସ୍ଥିତ ରହି ସମ୍ବିଧାନର ବିଭିନ୍ନ ଧାରା ଏବଂ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ଆମ୍ବେଦକରଙ୍କ କାର୍ଯ୍ୟକଳାପ,ନୀତି ଆଦର୍ଶ ଓ ଲକ୍ଷ୍ୟ ଉପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ।
ଉତ୍ତମ ରାଷ୍ଟ୍ର ଓ ଉତ୍ତମ ସମାଜ ଗଠନ ପାଇଁ ପ୍ରଥମେ ଉତ୍ତମ ନାଗରିକ ହେବା ଜରୁରୀ ବୋଲି ଅତିଥି ଅବଦୁଲ କଲିମ ଖାଁ ମତବ୍ୟକ୍ତ କରିଥିଲେ।
ଶେଷରେ ଛାତ୍ରନେତା ପ୍ରତ୍ୟୁଷ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

  • jmjnewso

    Related Posts

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    Spread the love

    Spread the love କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ ଟଙ୍କା.. ତାହା ପୁଣି ସରକାରୀ ଟଙ୍କା।ବିଜେପି ରଙ୍ଗ, ବିଜେପି ଚିହ୍ନ, ଲଗାଇ ନେତା ମନ୍ତ୍ରୀ ଙ୍କୁ ଖୁସି…

    ଆଜି ଶ୍ରୀଜିଉଙ୍କ ଅଧର ପଣା ଭୋଗ ଲାଗି ନୀତି

    Spread the love

    Spread the loveପୁରୀ :ଜେଏମଜେ ନ୍ୟୁଜ : ଆଜି ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଲାଗିବ । ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଅଧର ନୀତି ସମୟ ରାତି ୮ଟା ରହିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ୱାକୃତି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026