ଭୁବନେଶ୍ୱର: ଜେଏମଜେ ନ୍ୟୁଜ (ସମୀର ରଞ୍ଜନ ନାୟକ ): ହିଟ୍ଓ୍ୱେଭ୍ ନେଇ ରାଜସ୍ୱ ବିଭାଗର ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ମାନଙ୍କ ସହ ବସିଥିବା ପ୍ରସ୍ତୁତି ବୈଠକରେ ହିଟ୍ଓ୍ୱେଭ୍ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ହିଟ୍ଓ୍ୱେଭ୍ ନେଇ ରାଜସ୍ୱ ବିଭାଗ ପକ୍ଷରୁ ନୂଆ SOP ପ୍ରସ୍ତୁତ କରାଯାଇଛି lରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଧ୍ୟାନରେ ରଖି ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍ଓପି । ଯେଉଁ ସ୍ଥାନରେ ଅଧିକ ଅଧିକ ଖରା ହେଉଛି ସେହି ଅଞ୍ଚଳମାନଙ୍କରେ ନିର୍ମାଣ ହେବ ଆଶ୍ରୟସ୍ଥଳୀ । ରାସ୍ତାରେ ଯାନବାହନ ନେଇ ଯାତାୟାତ କରୁଥିବା ଡ୍ରାଇଭର ମାନଙ୍କ ପାଇଁ ଓଆରଏସ୍ ସହିତ ପାନୀୟ ବ୍ୟବସ୍ଥା ମଧ୍ୟ କରାଯିବ | ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ରଖି ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ପ୍ରକାର ଦୁର୍ଘଟଣା ଘଟେ ତେବେ ୨୦ ମିନିଟ୍ ସମୟସୀମା ମଧ୍ୟରେ ଆମ୍ବୁଲାନ୍ସ କୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅଂଶୁଘାତ ଜନିତ ମୃତ୍ୟୁ ଘଟଣାରେ ରିପୋର୍ଟ ପାଇବାର ୨୪ ଘଣ୍ଟାରେ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ଏହି ଏସ୍ଓପିରେ ଉଲ୍ଲେଖ କରାଯାଇଛି । ତେବେ ଏସି ନଥିବା ଗାଡି ଗୁଡିକରେ ଯାତ୍ରା କରୁଥିବା ଯାତ୍ରୀଙ୍କର ଯଦି କିଛି ଅସୁବିଧା ହୁଏ ତେବେ ସେଥିପାଇଁ ଗାଡିର ମାଲିକ ଦାୟୀ ରହିବେ | ଏନେଇ ଜିଲ୍ଲାପାଳଙ୍କ ସହିତ ଭିସିରେ ବୈଠକ ଆଲୋଚନା କରିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି





