କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ ଟଙ୍କା.. ତାହା ପୁଣି ସରକାରୀ ଟଙ୍କା।ବିଜେପି ରଙ୍ଗ, ବିଜେପି ଚିହ୍ନ, ଲଗାଇ ନେତା ମନ୍ତ୍ରୀ ଙ୍କୁ ଖୁସି କରାଇବାକୁ ଅଧ୍ୟକ୍ଷ ଓ ଅଧିକାରୀ ସରକାରୀ ତହବିଲ ରୁ ଖର୍ଚ୍ଚ କରିବା ଘଟଣା କୁ ନେଇ 11ନଂ କାଉଁସିଲର ଭଗବାନ ପାଢ଼ୀ ପ୍ରତିବାଦ କରିଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦୁର୍ନୀତି ବଢିଚାଲିଥିବା ବେଳେ ଏବେ ଆଉ ଏକ ଘଟଣା ପଦାକୁ ଆସିଛି ଯାହାକି ବିଜେପି ର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ କୋଡିଏ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି. ଯାହା ସୂଚନା ରହିଛି କୋଦଳା ରେ ଦୁଇଟି ସ୍ବାଗତଂ ଫାଟକ ନିର୍ମାଣ ହେଲା ଗୋଟିଏ ଖରଖରୀ ନିକଟରେ ଓ ଅନ୍ୟଟି ହାଟତୋଟା ନିକଟରେ। ହେଲେ ନିର୍ମିତ ଗେଟ ର ରଙ୍ଗ ବିଜେପି ରଙ୍ଗର ଟାଇଲ ଲଗାଯାଇଥିବା ବେଳେ ଦଳୀୟ ଚିହ୍ନ ପଦ୍ମଫୁଲ ବ୍ୟବହାର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି କାଉସିଲର ଭଗବାନ ପାଢ଼ୀ। ନିର୍ମାଣ କାର୍ଯ୍ୟ ଦାୟିତ୍ୱ ରେ ଥିବା ବେଗୁନିଆପଡା ବ୍ଲକ ଯନ୍ତ୍ରୀ ଧର୍ମେନ୍ଦ୍ର ବାଡ଼ତ୍ୟା ଓ M . E.ପ୍ରଦୀପ କୁମାର ସାହୁ ସମ୍ପୃକ୍ତ ରହିଥିବା ଅଭିଯୋଗ ହୋଇଛି।ହେଲେ ଏଠି ଆହୁରି ଅସଲ କଥା ଅଛି ଅଧ୍ୟକ୍ଷ ଓ ଅଧିକାରୀ ଙ୍କୁ ଖୁସି କରାଇ ବେଶ ଦି ପଇସା ପାଇଁ ଯନ୍ତ୍ରୀ ଦ୍ବୟ ପୂରୁଣା ଫାଉଣ୍ଡେସନ ଉପରେ ଗେଟ ନିର୍ମାଣ କରିଥିବା ଏବଂ ଅତି ନିମ୍ନମାନର କଳଙ୍କିତ ପାଇପ ରେ ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମ ସାତ କରିଛନ୍ତି ବୋଲି ଶ୍ରୀ ପାଢ଼ୀ କହିଛନ୍ତି। କୁହାଯାଉଛି କୋଦଳା ଏନଏସି ରେ ଯେତେ ଦୁର୍ନୀତି ଅନୁଦାନ ଅନିୟମିତତା ପଛରେ ମୁଖ୍ୟ ମାଷ୍ଟର ମାଇଣ୍ଡ ହେଉଛନ୍ତି ଖୋଦ ଅଧ୍ୟକ୍ଷ। ଏଠି ଯନ୍ତ୍ରୀ, ଅଧିକାରୀ ଅଧ୍ୟକ୍ଷ ଙ୍କୁ ଖୁସି କରାଇବା ପାଇଁ ମାଲାମାଲ ହେଉଥବା ବେଳେ ନେତା ମନ୍ତୀ ଙ୍କୁ ଖୁସି କରାଇବା ପାଇଁ ଅଧ୍ୟକ୍ଷ ସରକାରୀ ଟଙ୍କା କୁ କିଭଳି ଅପବ୍ୟବହାର କରୁଛନ୍ତି. କୋଦଳା ସ୍ବାଗତଂ ଗେଟ ହେଉଛି ଜ୍ୱଳନ୍ତ ଉଦାହରଣ। ଘଟଣା ଉପରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଟ ରେ ଶ୍ରୀ ପାଢ଼ୀ ଅଭିଯୋଗ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ତଦନ୍ତ ହୋଇନଥିବା ବେଳେ ବିଧାୟକ ଙ୍କ ଅଦୃଶ୍ୟ ନିଷ୍ପତି ଓ ଅଲିଖିତ ନିର୍ଦେଶ ରେ ଖୁଲମ ଖୁଲା ଚାଲିଛି ଦୁର୍ନୀତି। ଖାଲି ସେତିକି ନୁହେଁ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ କୋଦଳା ଏନଏସି ରେ ହୋଇଥିବା ବିଭିନ୍ନ ଦୁର୍ନୀତି ଉପରେ ୫୮ଟି ଅଭିଯୋଗ ଦେଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ତଦନ୍ତ ନ ହେବାରୁ କ୍ଷୋବ ପ୍ରକାଶ କରିଛନ୍ତି ଶ୍ରୀ ପାଢ଼ୀ ।






