ପ୍ରଶାସନଙ୍କ ସେବାରେ ବ୍ୟବହାର ହେବ ଏଆଇ

Spread the love

ସୁବର୍ଣ୍ଣପୁର: ଜେଏମଜେ ନ୍ୟୁଜ (ଚୈତନ୍ୟ ଭୁକ୍ତା ): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଏବଂ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL) ଙ୍କ ମିଳିତ ଆୟୋଜନରେ ଜିଲ୍ଲା କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ “AI Tools for Operational Excellence” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଶ୍ରୀ ନୃପରାଜ ସାହୁ, ଓ.ପ୍ର.ସେ. (ଏସ୍.ଏସ୍.), ଜିଲ୍ଲାପାଳଏବଂ ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ରାଜେନ୍ଦ୍ର ମାଝି, ଓ.ପ୍ର.ସେଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଓ.ପ୍ର.ସେ ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁବର୍ଣ୍ଣପୁର ଉପସ୍ଥିତ ରହି କର୍ମଶାଳାର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (AI)ର ସଠିକ୍ ବ୍ୟବହାର ମାଧ୍ୟମରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଦ୍ରୁତ କରାଯାଇପାରିବ। ସରକାରୀ ସେବା ପ୍ରଦାନରେ AIର ଉପଯୋଗିତାକୁ ଅଧିକ ବଢ଼ାଇବା ପାଇଁ ସେ ସମସ୍ତ ଅଧିକାରୀଙ୍କୁ ଏହାର ବ୍ୟବହାରିକ ପ୍ରୟୋଗ କରିବାକୁ ଆହ୍ୱାନ ଦେଇଥିଲେ।

ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାର ଏବଂ ସରକାରୀ କାର୍ଯ୍ୟରେ ଏହାର ପ୍ରୟୋଗ ସମ୍ପର୍କରେ ସଚେତନ ହୋଇଥିଲେ।
କର୍ମଶାଳାରେ AI ମାଧ୍ୟମରେ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସରଳ, ଦ୍ରୁତ ଏବଂ ଦକ୍ଷ କରିବା ସହ ବିଭିନ୍ନ AI ଟୁଲ୍‌ର ବ୍ୟବହାରିକ ପ୍ରଦର୍ଶନ କରାଯାଇଥିଲା। ସରକାରୀ ଚିଠିପତ୍ର ପ୍ରସ୍ତୁତି, ରିପୋର୍ଟ ତିଆରି, ତଥ୍ୟ ବିଶ୍ଳେଷଣ ଓ ପ୍ରେଜେଣ୍ଟେସନ୍ ପ୍ରସ୍ତୁତିରେ AIର ଉପଯୋଗିତା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ, AIର ସଠିକ୍ ବ୍ୟବହାର ମାଧ୍ୟମରେ ନାଗରିକଙ୍କୁ ଅଧିକ ଦକ୍ଷ, ସ୍ୱଚ୍ଛ ଓ ଶୀଘ୍ର ସେବା ପ୍ରଦାନ କରିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ। କର୍ମଶାଳାରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

  • jmjnewso

    Related Posts

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ଗୋପାଳପୁର ଆହାର କେନ୍ଦ୍ର ବହୁ ବାଦ ବିବାଦ ପରେ ଚଳିତ ମାସ ୧ ତାରିଖରେ ମା ମଙ୍ଗଳା ମହିଳା ସଂଘକୁ ସ୍ଥାନୀୟ ଏନ ଏ ସି ପକ୍ଷରୁ ହସ୍ତାନ୍ତର କରାଯାଇଥିଲା…

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ