ବିପର୍ଯ୍ୟୟର ଚିତ୍ର: କମିଛି ବର୍ଷା, ବଢୁଛି ଦୁଦର୍ଶା;ଚିନ୍ତାରେ ଚାଷୀକୁଳ ଓ ଜନତା

Spread the love


ଗୋଲାମୁଣ୍ଡା:ଜେଏମଜେ ନ୍ୟୁଜ (ପିତାମ୍ବର ବେହେରା)
ଲଘୁଚାପ ଜନିତ ପ୍ରଳୟଙ୍କରୀ ଲଗାଣ ବର୍ଷାର ପ୍ରକୋପ ସିନା କମିଛି, ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକବାସୀଙ୍କ ପାଇଁ ଏହା ସାଉଁଟି ଦେଇଯାଇଛି ଅସହ୍ୟ ଦୁର୍ଦ୍ଦଶା। ଚଳିତ ଲଗାଣ ବର୍ଷାରେ ଗୋଲାମୁଣ୍ଡା ବ୍ଲକରେ ଜିଲ୍ଲାର ସର୍ବାଧିକ ୧୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ପ୍ରଳୟଙ୍କରୀ ବର୍ଷା ଯୋଗୁଁ ସମଗ୍ର ବ୍ଲକରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ସଙ୍ଗିନ ହୋଇପଡ଼ିଛି।ଲଗାଣ ବର୍ଷାର ସବୁଠାରୁ ବଡ଼ ପ୍ରଭାବ ଅଞ୍ଚଳର ଯାତାୟାତ ବ୍ୟବସ୍ଥା ଉପରେ ପଡ଼ିଛି। ଗୋଲାମୁଣ୍ଡା ବ୍ଲକ ଦେଇ ଗତି କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ , ପୂର୍ତ୍ତ ବିଭାଗ ସାଙ୍ଗକୁ ବ୍ଲକ ପ୍ରଶାସନ ଅଧୀନରେ ଥିବା ପ୍ରମୁଖ ରାସ୍ତାଘାଟ ସବୁ ଜଳସ୍ରୋତରେ ଧୋଇ ଚୁରମାର ହୋଇଯାଇଛି। ରାସ୍ତାର ପିଚୁ ସ୍ତର ସମ୍ପୂର୍ଣ୍ଣ ଉପୁଡ଼ି ଯାଇ ପ୍ରଖର ସ୍ରୋତରେ ଭାସି ଯାଇଛି। ବିଭିନ୍ନ ସ୍ଥାନରେ ରାସ୍ତା ମଝିରେ ବଡ଼ ବଡ଼ ଗାତ ଓ କ୍ଷତ ସୃଷ୍ଟି ହୋଇଥିବାରୁ ଏହା ମରଣଯନ୍ତା ପାଲଟିଛି। ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ପଡ଼ିଥିବାରୁ ଜରୁରୀ କାଳୀନ ସେବା ଏବଂ ରୋଗୀ ପରିବହନ ବାଧାପ୍ରାପ୍ତ ହୋଇଛି।ଗୋଲାମୁଣ୍ଡା ମୁଖ୍ୟତଃ ଏକ କୃଷି ପ୍ରଧାନ ବ୍ଲକ ଭାବେ ଜଣାଶୁଣା। ଏଠାକାର ହଜାର ହଜାର ଚାଷୀ ପରିବାର ମୁଖ୍ୟତଃ କପା ଏବଂ ଧାନ ଚାଷ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଇଥାନ୍ତି। ମାତ୍ର ଚଳିତ ବର୍ଷା ସେମାନଙ୍କ ଆଶା ଆକାଂକ୍ଷା ଉପରେ ପାଣି ବୁଲାଇ ଦେଇଛି। ଏକର ଏକର ଚାଷ ଜମିରେ ବନ୍ୟା ପାଣି ଜମି ରହିଥିବାରୁ କପା ଗଛ ସଢ଼ିବାକୁ ବସିଲାଣି ଏବଂ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି। ବର୍ଷ ସାରାର ପରିଶ୍ରମ ଏବଂ କରଜ କରି କରିଥିବା ଚାଷ ଆଖି ଆଗରେ ନଷ୍ଟ ହେଉଥିବା ଦେଖି ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି।ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ଗାଁ ଗୁଡ଼ିକ ମଧ୍ୟକୁ ବନ୍ୟା ପାଣି ମାଡ଼ି ଆସିଛି। ବହୁ ଲୋକଙ୍କ ମାଟିଘର ଭାଙ୍ଗିଯାଇଥିବା ବେଳେ ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି। ଘରର ଆସବାବପତ୍ର, ଖାଦ୍ୟ ଶସ୍ୟ ସବୁ ପାଣିରେ ଭିଜି ନଷ୍ଟ ହୋଇଯାଇଛି। କେତେକ ଅଞ୍ଚଳ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ସଦୃଶ ପରିସ୍ଥିତି ସୃଷ୍ଟି କରିଛି, ଯେଉଁଠି ପିଇବା ପାଣି ଓ ଶୁଖିଲା ଖାଦ୍ୟର ଘୋର ଅଭାବ ଦେଖାଦେଇଛି।ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏହି ଭୟାବହ ସ୍ଥିତିକୁ ଦେଖି ସାଧାରଣ ଜନତା ଏବଂ ଚାଷୀ ସଂଗଠନ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ରାଜ୍ୟ ସରକାରଙ୍କ ଏକ ବଡ଼ ଧରଣର ଉଚ୍ଚସ୍ତରୀୟ ଟିମ୍ ଗଠନ କରି ଗୋଲାମୁଣ୍ଡା ବ୍ଲକ ଗସ୍ତ କରିବାକୁ ଦାବି ହୋଇଛି। ଏହି ଟିମ୍ ପ୍ରତ୍ୟେକ କ୍ଷତିଗ୍ରସ୍ତ ଅଞ୍ଚଳ, ରାସ୍ତାଘାଟ ଏବଂ ଚାଷ ଜମିର ସର୍ଜମିନ ଯାଞ୍ଚ କରି କ୍ଷୟକ୍ଷତିର ଆକଳନ କରିବା ଜରୁରୀ ହୋଇପଡ଼ିଛି। ଏହା ସହିତ ପ୍ରଭାବିତ ପରିବାର ଏବଂ ଚାଷୀମାନଙ୍କୁ ବିନା ବିଳମ୍ବରେ ଉପଯୁକ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଜୋରଦାର ଦାବି କରାଯାଇଛି।

  • jmjnewso

    Related Posts

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    Spread the love

    Spread the loveଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 22 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 18 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 27 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 40 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 36 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ