ବିଜେପିରେ ମିଶିଯିବ ବିଜେଡି

Spread the love

ଜେଏମଜେ ବ୍ୟୁରୋ : ଅନ୍ୟ ଦଳର ନେତାମାନେ କହୁଛନ୍ତି ବିଜେଡି ଆଉ ପୂର୍ବ ସ୍ଥିତିରେ ନାହିଁ । ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ପରାଜୟ ପାଇଁ ଦଳର ନେତୃତ୍ବକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ପଛାଉ ନାହାନ୍ତି। ବିଜେଡିରେ ଆରମ୍ଭ ହୋଇଥିବା କନ୍ଦଳକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଶନିବାର ବିଜେଡି ନେଇ ଏକ ବଡ଼ ବୟାନ ଦେଇଛନ୍ତି ।

ବିଜେଡି ଆଉ ବେଶୀ ଦିନ ରହିବ ନାହିଁ, ସେ ଦଳ ଭାଙ୍ଗିଯିବ ବୋଲି ଶ୍ରୀ ନାଏକ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ନିକଟରେ ବିଜେଡି ନେତା ଅମର ଶତପଥୀ ବିଜେଡି ବିରୋଧରେ ବିଷୋଦଗାର କରିଥିଲେ । ତାଙ୍କ ଭଳି ଜଣେ ଅଭିଜ୍ଞ ନେତାଙ୍କ ବୟାନ ଦେଖିଲେ ବିଜେଡିରେ ଆଉ କିଛି ନାହିଁ ବୋଲି ବୁଝାପଡ଼ୁଛି । ଏସବୁ ଲୋକେ ଅନୁଭବ କରି ଜନସାଧାରଣ ବିଜେପିକୁ ସରକାରକୁ ଆଣିଛନ୍ତି । ବିଜେଡି ରହିବ ନାହିଁ, ଏହା ସ୍ପଷ୍ଟ ଜଣାପଡ଼ୁଛି । ବିଜେଡି ପୂରା ଭାରତୀୟ ଜନତା ପାର୍ଟିରେ ମିଶିବ । କଂଗ୍ରେସ ସହ ନୁହେଁ ବିଜେଡି ବିଜେପି ସହ ମିଶିଯିବ । ଯିଏ ଆମ ଦଳକୁ ଆସିବ, ଆତେ ଗ୍ରହଣ କରିବୁ ବୋଲି ରବି ନାଏକ କହିଛନ୍ତି ।

ପ୍ରକାଶ ଯେ ସାଧାରଣ ନିର୍ବାଚନ-୨୦୨୪ରେ ଦୀର୍ଘ ୨୪ ବର୍ଷ ପର୍ୟ୍ୟନ୍ତ କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡି)ର ଶୋଚନୀୟ ପରାଜୟ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ କ୍ଷମତା ହାତେଇଛି। ରାଜ୍ୟରେ ବିଜେପି ଶ୍ରେଷ୍ଠ ରାଜନୈତିକ ଦଳ ଭାବେ ଉଭା ହୋଇଛି। କେନ୍ଦ୍ରରେ ବିଜେପି ସରକାର ଥିବାରୁ ଓଡ଼ିଶାରେ ମଧ୍ୟ ଦଳର ଦବଦବା ରହିଛି। ବିଜେପି ପ୍ରତି ଅନ୍ୟ ଦଳର ନେତାଙ୍କ ଦୁର୍ବଳତା ରହୁଛି। ବିଗତ କିଛି ମାସ ମଧ୍ୟରେ ବିଜେଡିର ୨ ଜଣ ରାଜ୍ୟସଭା ସାଂସଦ ଛାଡ଼ି ପଦ୍ମ ଧରିଛନ୍ତି। ସେହିପରି ବିଜେଡିର ଅନ୍ୟ ନେତାମାନେ ମଧ୍ୟ ଗେରୁଆ ଶିବିରରେ ସାମିଲ ହେଉଛନ୍ତି। ବିଜେଡି ଆଉ ପୂର୍ବ ଭଳି ସ୍ଥିତିରେ ନାହିଁ ବୋଲି ଅନ୍ୟ ଦଳର ନେତାମାନେ କହୁଛନ୍ତି। ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ପରାଜୟ ପାଇଁ ଦଳର ନେତୃତ୍ବକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ପଛାଉ ନାହାନ୍ତି। ବିଜେଡିକୁ ବିଜେପି ଓ କଂଗ୍ରେସର ନେତାମାନେ ଟାର୍ଗେଟ କରୁଛନ୍ତି।

  • Related Posts

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ବ୍ୟାପକ ଅସନ୍ତୋଷ ମଧ୍ୟରେ, ବର୍ତ୍ତମାନ ଖୋଦ ଶାସକ ଦଳର ତିନିଜଣ ପ୍ରଭାବଶାଳୀ ସାଂସଦ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବଲାଙ୍ଗୀର…

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    Leave a Reply

    Your email address will not be published. Required fields are marked *

    You Missed

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 24 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ