ପାଣ୍ଡିଆନଙ୍କୁ କହିଲେ ବିଜେଡିକୁ ବାଧୁଛି:

Spread the love

ଜେଏମଜେ ବ୍ୟୁରୋ : ବିଜେଡି ପାଇଁ ‘ପାଣ୍ଡିଆନ’ ଏବେ ବୋଝ ପାଲଟି ଯାଇଛନ୍ତି । ତାଙ୍କପାଇଁ ଦଳ ବିଭାଜନ ଆଡ଼େ ମୁହାଁଇଲାଣି, ତଥାପି ବିଜେଡି ନେତାମାନଙ୍କ ଜ୍ଞାନ ଉଦୟ ହେଉନି । ଓଲଟା ଗଣମାଧ୍ୟମକୁ ଡାକିହାକି ପାଣ୍ଡିଆନଙ୍କ ସପକ୍ଷରେ ଗତ ଦୁଇଦିନ ଧରି ଓକିଲାତି କରୁଛି ଦଳ । ମାତ୍ର ଆଗଧାଡ଼ିର ନିଜ ଦଳୀୟ ନେତ୍ରୀଙ୍କୁ ଅସମ୍ମାନବେଳେ ଚୁପ୍ ରହୁଥିବା ବିଜେଡି ଏବେ ରାଜନୀତିରୁ ସନ୍ୟାସ ନେଇଥିବା ଜଣେ ଅଣଓଡ଼ିଆଙ୍କ ପାଇଁ କାହିଁକି ଏଭଳି ଓକିଲାତି କରୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ବିଜେଡିର ସମନ୍ୱୟ କମିଟି, ଉପଦେଷ୍ଟା କମିଟି, ମୁଖପାତ୍ର କମିଟି ସଦସ୍ୟଙ୍କ ସମେତ ବିଧାୟକ ଓ ବରିଷ୍ଠ ନେତାମାନେ ଚୁପ୍ ରହିଥିବାବେଳେ ମିଡିଆ ସଂଯୋଜକ ଲେନିନ୍ ମହାନ୍ତିଙ୍କ ମୁହଁରେ ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି କରାଇବାକୁ କିଏ ଓ କାହିଁକି ଅନୁମତି ଦେଲା ତାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ବିଜେଡି ନିର୍ବାଚନୀ ବିପର୍ଯ୍ୟୟର କାରଣ ସାଜିଥିବା ଭିକେ ପାଣ୍ଡିଆନଙ୍କୁ ନେଇ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଦଳର ପ୍ରତିଷ୍ଠାତା ସଦସ୍ୟ ଅମର ଶତପଥୀ ଓ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ମୁହଁ ଖୋଲି ବିଜେଡିର ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିବାରୁ ବିଜେଡି ଚିହିଁକି ଉଠିଛି । ମିଡିଆ ସଂଯୋଜକ ଲେନିନ୍ ମହାନ୍ତିଙ୍କ ମୁହଁରେ ଗତକାଲି ଅମର ଶତପଥୀଙ୍କୁ ଦଳ ଛାଡ଼ିବାକୁ ଚେତାବନୀ ଦେଇଥିବା ବିଜେଡି ଆଜି ଶ୍ରୀ ପାଟ୍ଟଶାଣୀଙ୍କ ଉପରେ ୪ଟି ଟିକେଟ୍ ମାଗୁଥିବାର ଅଭିଯୋଗ ଆଣି ତାଙ୍କୁ ସମାଲୋଚନା କରିଛି ।ତେବେ ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ବିଜେଡିର ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିବା ପରେ ବିଜେଡି କାହିିଁକି ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ବାରମ୍ବାର ଓକିଲାତି କରୁଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି । ଯଦିଓ ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ଓ ୨୪ବର୍ଷର କ୍ଷମତାର ପତନ ପରେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ଘୋଷଣା କଲେ । ତଥାପି ବିଜେଡି ବିଗତ ଦୁଇଦିନ ଧରି ଗଣମାଧ୍ୟମକୁ ଡାକିହାକି ଯେଭଳି ଢଙ୍ଗରେ ତାଙ୍କ ସପକ୍ଷରେ ଓକିଲାତି କରୁଛି ତାହା ସ୍ପଷ୍ଟ ଭାବେ ଦଳ ଏବେବି ପାଣ୍ଡିଆନଙ୍କ କବଜାରେ ଥିବାର ପ୍ରମାଣ ଦେଇଛି । ଆଉ ପରିଚୟ ସଙ୍କଟ ଦେଇ ଗତି କରୁଥିବା ଲେନିନ୍ ମହାନ୍ତି ନିଜର ତୋଷାମଦ ଓ ଚାଟୁକାରିତାର ପ୍ରମାଣ ଦେବାକୁ ଯାଇ ଶ୍ରୀ ପାଟ୍ଟଶାଣୀଙ୍କ ଆଜିର ବୟାନ ପଛରେ ବିଜେପିର ବରିଷ୍ଠ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହାତ ଥିବାର ଅଭିଯୋଗ ବାଢ଼ିଛନ୍ତି । ଯଦିଓ ପାଟ୍ଟଶାଣୀ ନିଜେ ଏଭଳି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି, ଗତ ଦୁଇ ସପ୍ତାହ ପୂର୍ବରୁ ବିଜେଡିର ଜଣେ ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ଗଣମାଧ୍ୟମରେ କଂଗ୍ରେସରୁ ବହିଷ୍କୃତ ସୁର ରାଉତରାୟ ଏକାଧିକ ବାର ଅତ୍ୟନ୍ତ ଅଶାଳୀନ ଟିପ୍ପଣୀ ଦେଲେ । ମାତ୍ର ମହିଳା ସଶକ୍ତିକରଣ ଓ ସମ୍ମାନର କଥା କହୁଥିବା ବିଜେଡି ଏହାକୁ ନିନ୍ଦା କରିବା ତ ଦୂରର କଥା ମୁହଁ ବି ଖୋଲିଲା ନାହିଁ । ଯଦିଓ ଶ୍ରୀମୟୀଙ୍କ ସହ ସୁରଙ୍କ କୌଣସି ବ୍ୟକ୍ତିଗତ ବିବାଦ ନଥିଲା ଓ ବିଜେଡିର ସାଂଗଠନିକ କଳିରେ ସୁର ଧସେଇ ପଶି ତାଙ୍କୁ ଅସମ୍ମାନ କରିଥିଲେ । ଏହି ସମଗ୍ର ଘଟଣାରେ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ସୁରଙ୍କ ବୟାନକୁ ନାପସନ୍ଦ କରାଗଲା । କିନ୍ତୁ ବିଜେଡି ନିରବ ରହିଲା ।

ଏବେ ଅଣଓଡ଼ିଆ ଭିକେ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ ମଧ୍ୟ ତାଙ୍କୁ ଇଙ୍ଗିତ କରି ବରିଷ୍ଠ ନେତା ଅମର ଶତପଥୀ ଓ ପାଟ୍ଟଶାଣୀ କହିବାରୁ ବିଜେଡି ଚିହିଁକି ଉଠି ଲେନିନଙ୍କ ଭଳି ଜଣେ ଅପରିପକ୍ୱ ବ୍ୟକ୍ତିଙ୍କ ମାଧ୍ୟମରେ ଓକିଲାତି କରୁଛି। ପାଣ୍ଡିଆନଙ୍କ ମାମଲାତି ଓ ଦୋଷ ଦୁର୍ବଳତାକୁ ଉଜାଗର କଲେ ବିଜେଡିକୁ ଏମିତି ବାଧୁଛି ଯେ, ଦଳ ବ୍ୟକ୍ତିଗତସ୍ତରକୁ ଯାଇ ବରିଷ୍ଠ ନେତାମାନଙ୍କୁ କଟାକ୍ଷ ଓ ଅପମାନିତ କରିବାକୁ ପଛାଉନାହିଁ ।ଆଜି ସେହି ଲେନିନଙ୍କୁ ପୁଣିଥରେ ଆଗକୁ ଆଣି ପାଟ୍ଟଶାଣୀଙ୍କ ଭଳି ବରିଷ୍ଠ ନେତା କୁଆଡ଼େ ନିର୍ବାଚନବେଳେ ‘୪ଟି ଟିକେଟ୍ ମାଗୁଥିଲେ ଓ ବୈଜୟନ୍ତଙ୍କ ଇସାରାରେ ଏଭଳି ବୟାନ’ ଦେଉଛନ୍ତି ବୋଲି କହିବାକୁ ବିଜେଡି ପଛାଇ ନାହିଁ । ପାଣ୍ଡିଆନଙ୍କ ମାମଲାତି ପାଇଁ ବିଜେଡିର ୨୪ବର୍ଷର ଶାସନର ପତନ ହେଲା ବୋଲି ଦଳର ତଳଠୁ ଉପର ପର୍ଯ୍ୟନ୍ତ ନେତାମାନେ କହି ହେଉଛନ୍ତି । କିନ୍ତୁ ପାଣ୍ଡିଆନଙ୍କ ଦୋଷଦୁର୍ବଳତା ଯିଏ କହିବ ବିଜେଡି ଆଗକୁ ଆସି ତା’ର ପ୍ରତିବାଦ କରିବ ଓ ସମ୍ପୃକ୍ତ ବ୍ୟକ୍ତି ବା ନେତାଙ୍କୁ ଅପମାନିତ କରିବାକୁ ଦଳ ପଛାଇବ ନାହିଁ ବୋଲି ସନ୍ଦେଶ ଦେବାକୁ ପ୍ରୟାସ ହୋଇଛି ।

ତେବେ ବିଜେଡି ସୂତ୍ର ଅନୁସାରେ, ଦଳରେ ନବୀନ ପଟ୍ଟନାୟକ ନାଁକୁ ନେତା । କିନ୍ତୁ ନେତୃତ୍ୱକୁ ପାଣ୍ଡିଆନ ହାଇଜ୍ୟାକ୍ କରି ନେଇଛନ୍ତି । ଦଳର ବରିଷ୍ଠ ନେତାମାନଙ୍କୁ ନେଇ ଯେଉଁସବୁ କମିଟି ଗଢ଼ା ହୋଇଛି ସେଗୁଡ଼ିକର ଅସ୍ତିତ୍ୱ ନାହିଁକି ପ୍ରଭାବ ବି ନାହିଁ । ବିଗତ କିିଛିଦିନ ଧରି ନବୀନନିବାସରେ ନବୀନବାବୁଙ୍କୁ ସିଧାସଳଖ ଭେଟିବାର ସୁଯୋଗ ମଧ୍ୟ ଦିଆଯାଉନାହିିଁ । ଆସନ୍ତାକାଲି ନବୀନଙ୍କ ଜନ୍ମଦିନ ଅଛି, ଲୋକଙ୍କୁ ଦେଖାଇବା ପାଇଁ ଦିନ ସାଢ଼େ ୧୧ଟାରେ ନବୀନ ନିବାସକୁ ଯାଇ ଶୁଭେଚ୍ଛା ଜଣାଇବାକୁ ନେତାମାନଙ୍କୁ ଡକାଯାଇଛି । ଅମର ଶତପଥୀ ଦଳକୁ ସୁଂଗଠିତ କରିବା ଓ ସମୀକ୍ଷା କଥା କହିଥିଲେ, କିନ୍ତୁ ପାଣ୍ଡିଆନ ଓ ତାଙ୍କ ଖାସ୍ ସହଯୋଗୀ ପ୍ରଣବପ୍ରକାଶ ଦାସ(ବବି) ନିଜ ଫାଇଦା ପାଇଁ ବଡ଼ଚଣା ରାଜନୀତିରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ରଖିବାକୁ ଚାହୁଁଛନ୍ତି । ବର୍ଷାଙ୍କୁ ଖୁସି କରିବାକୁ ଅମରଙ୍କୁ ବଡ଼ଚଣାରୁ ଦୂରେଇ ରଖିବା ପାଣ୍ଡିଆନ ଓ ବବିଙ୍କ ଅସଲ ଉଦ୍ଦେଶ୍ୟ । ପୁଣିଥରେ ନବୀନଙ୍କୁ ବାକିଦୁନିଆଁଠୁ ଦୂରେଇ ରଖିବାର ଷଡ଼ଯନ୍ତ୍ର ଆରମ୍ଭ ହୋଇଥିବାବେଳେ ନବୀନ ନିଜର ଅସହାୟତା ଓ ଅପାରଗତା ଯୋଗୁ ପାଣ୍ଡିଆନଙ୍କ ହାତରେ ସଖିକଣ୍ଢେଇ ପାଲଟିଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

  • Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 1 ଅଗଷ୍ଟ 2026

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ