କବିସୂର୍ଯ୍ୟନଗର ରେ ବିଜେଡି ଦାବିଦାର କୁ ନେଇ ଦ୍ୱନ୍ଦ୍ୱ!ଦଳ ବିରୋଧୀ ଙ୍କ ସମାନ୍ତରାଳ ପଦଯାତ୍ରା ପାଇଁ ପ୍ରସ୍ତୁତି କୁ ନେଇ ଅଡୁଆରେ କର୍ମୀ…

Spread the love

କବିସୂର୍ଯ୍ୟନଗର ରେ ବିଜେଡି ଦାବିଦାର କୁ ନେଇ ଦ୍ୱନ୍ଦ୍ୱ!ଦଳ ବିରୋଧୀ ଙ୍କ ସମାନ୍ତରାଳ ପଦଯାତ୍ରା ପାଇଁ ପ୍ରସ୍ତୁତି କୁ ନେଇ ଅଡୁଆରେ କର୍ମୀ… ଭୋଟ ଦେଲେ, ବିଜୟୀ କଲେ ଶେଷରେ ଗ୍ରହଣ କଲାନି ବିଜେପି. ପୁଣି ବିଜେଡି ସଂଗଠନ ପାଇଁ ଆରମ୍ଭ ହେଲା ବୈଠକ.. ସୋସିଆଲ ମିଡ଼ିଆ ରେ ବୁଲୁଛି ଭିଡିଓ…ଦିନ ଥିଲା ସମସ୍ତେ ବିଜେଡି ବୋଲି ଦାବୀ କରିଆସୁଥିଲେ କିନ୍ତୁ ସାଧାରଣ ନିର୍ବାଚନ ରେ କବିସୂର୍ଯ୍ୟନଗର ବିଜେଡି ବିଧାୟକ ପ୍ରାଥୀନି ଙ୍କୁ ଖୁଲମଖୋଲା ବିରୋଧ କରିଵା ଘଟଣା ହାଟରେ ପଡି ଦାଣ୍ଡ ରେ ଗଡ଼ିବା ପରେ ଏବେ ପୁଣି ବିଜେଡି ସଂଗଠନ ପାଇଁ ଅଣ୍ଟା ଭିଡ଼ିଲେଣି କିଛି ଆଗ ଧାଡ଼ିର ନେତା..
ନେତାଙ୍କୁ ବିରୋଧ କରିଥିଲେ କିନ୍ତୁ ଦଳକୁ ନୁହେଁ ବୋଲି କୁହାଗଲା.. ହେଲେ କବିସୂର୍ଯ୍ୟନଗର ରେ ପୂର୍ବତନ ବିଧୟିକା ଲତିକା ପ୍ରଧାନ ଙ୍କୁ ପ୍ରତ୍ୟକ୍ଷ ବିରୋଧ କରି ବିଜେପି ସପକ୍ଷରେ ଭୋଟ ସଚେତନ କରି ବିଜେପି ଜିତିବା ପରେ.. ବିଜେଡି ନେତାଙ୍କୁ ପ୍ରତ୍ୟାଖ୍ୟାନ କଲେ ବିଜେପି ବିଧାୟକ..
କିନ୍ତୁ ବିଧାୟିକାଙ୍କୁ ବିରୋଧ କରିଥିବା ଦଳ ବିରୋଧୀ ଙ୍କୁ ବିଜେଡି ର କୁଆଡେ ନୀରବ ସମର୍ଥନ ରହିଥିବା କୁହାଯାଉଥିବା ବେଳେ.. ଏବେ ପୁଣି ବିଜେଡି ସଂଗଠନ ପାଇଁ ଆରମ୍ଭ ହେଲାଣି ବୈଠକ.. ଲତିକା ପ୍ରଧାନ ଙ୍କ ନେତୃତ୍ୱ ରେ ଜନ ସମ୍ପର୍କ ପଦଯାତ୍ରା ସରିଥିବା ବେଳେ ପୁଣି ଜନ ସମ୍ପର୍କ ପଦଯାତ୍ରା ପାଇଁ ସୋମବାର ଦିନ କବିସୂର୍ଯ୍ୟନଗର ରେ ଲତିକା ବିରୋଧୀ ଗୋଷ୍ଠୀ ଙ୍କ ବସିଥିଲା ସାଙ୍ଗଠନିକ ବୈଠକ… ବୈଠକ ରେ ଯାହା ଆଲୋଚନା ହେଲା ସବୁ ସୋସିଆଲ ମିଡ଼ିଆ ରେ ବୁଲିଲା.
ଯାହା ଜଣାପଡିଲା ବିଜେଡି ରେ ରହି ବିଜେପି କୁ ସମର୍ଥନ କରିଥିବା ଭିଡିଓ ରୁ ଜଣାପଡୁଛି.. କବିସୂର୍ଯ୍ୟନଗର ବିକାଶ ପାଇଁ ପୂର୍ବରୁ ବିଜେପି ବିଧାୟକ ଙ୍କ ସହ କିପରି ଥିଲା ବିଜେଡି ନେତା ଙ୍କ ଆଲୋଚନା ସେ ଭିଡିଓ ରୁ ସ୍ପଷ୍ଟ ଜଣାପଡୁଛି..ଭୋଟ ଦେଇ ସାରିଲେଣି. ଏବେ ଆଉ କଣ ପାରିବା ବୋଲି ଜଣେ ନେତା ବିରକ୍ତି ପ୍ରକାଶ କରିଛନ୍ତି..
ଜିତିବା ପରେ ବିଜେପି ବିଧାୟକ ଆଉ ସମ୍ପର୍କ ରଖୁନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି..
ହେଲେ କବିସୂର୍ଯ୍ୟନଗର ରାଜନୀତି ରେ ଦଳ ବିରୋଧୀ ଙ୍କ ପୁଷ ମାସ ଚାଲିଥିବା ବେଳେ ଯଦିଓ ଏମାନେ ବିଜେଡି ବୋଲି ନିଜକୁ ଦାବୀ କରୁଛନ୍ତି ତାହାଲେ NAC ରେ ବିଜେଡି ପୁର୍ଣ ସଂଖ୍ୟାଗରିଷ୍ଠତା ଥାଇ ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ କାହିଁକି ଅନାସ୍ଥା ପାଇଁ ଚାଲିଛି ଉଦ୍ୟମ ତାହା କୁ ନେଇ ପ୍ରଶ୍ନ ଉଠିଛି..ହେଲେ କବିସୂର୍ଯ୍ୟନଗର ରେ ବିଜେଡି ମଙ୍ଗ କିଏ ଧରିବ ଦଳ କାହାକୁ ନେତା କରିବ ତାହା ଆଶା ଆଶଙ୍କା ରେ ରହିଛି..

  • Related Posts

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପୁଣି ବିଜେଡିର ଆଭିମୁଖ୍ୟ ନେଇ ବଢିଲା ଚର୍ଚ୍ଚାସଂସଦରେ ବିଜେଡିର ଆଭିମୁଖ୍ୟ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଯେଉଁ ବିଜେଡି ଦିନେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା…

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ଆଜି ବିଧିବଦ୍ଧ ଭାବେ…

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର