ବିଜେଡିରେ ତେଜିଲା କନ୍ଦଳ, ଖୋଲାଖୋଲି ମୁହଁ ଖୋଲିଲେଣି ଏକାଧିକ ନେତା.

Spread the love

ଜେଏମଜେ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା ।୨୪ ନିର୍ବାଚନର ଠିକ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ ପ୍ରକାଶ। ବିଜେଡି ତାଙ୍କୁ ବାରବାଟୀ କଟକରୁ ପ୍ରାର୍ଥୀ କରିଥିଲା। ପ୍ରକାଶଙ୍କ କଥାରୁ ଯାହା ସଙ୍କେତ ମିଳୁଛି ସେ କୌଣସି ଜାତୀୟ ଦଳରେ ମିଶିପାରନ୍ତି । ସେପଟେ ବିଜେଡିରେ ପୁଣି ନେତାଙ୍କ ଅସନ୍ତୋଷ ସାମ୍ନାକୁ ଆସିଛି । ସଭ୍ୟ ସଂଗ୍ରହ ଅଭିଯାନ ସମୟରେ ଏକାଧିକ ନେତା ସେମାନଙ୍କ ଅସନ୍ତୋଷକୁ ଖୋଲାଖୋଲି ପ୍ରକାଶ କରିଛନ୍ତି

ଗତକାଲି କଟକ ଚୌଦ୍ବାର ବିଧାୟକ ସୌଭିକ୍ ବିଶ୍ବାଳ ଭରି ସଭାରେ ନିଜର ଅସନ୍ତୋଷ ଓଗାଳିଥିବା ବେଳେ ଯାଜପୁର ସଭାରେ ବଡ଼ଚଣାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କ ଅନୁପସ୍ଥିତି ଦଳୀୟ କନ୍ଦଳକୁ ପଦାରେ ପକାଇଛି । ସେହିଭଳି ଜ୍ୟୋତିଙ୍କ ବିରୋଧରେ ଶଶିଙ୍କ ବିଷୋଦଗାର ଏବଂ ରଜନୀକାନ୍ତଙ୍କ ବୀଭିଷଣ ଉପାଖ୍ୟାନ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି

ବିଜେଡି ଛାଡ଼ିଲେ ପ୍ରକାଶ ବେହେରା । ବିଜେଡି ସଭାପତି ନବୀନ ପଟ୍ଟନାକଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର । ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ । ଏବଂ ତାଙ୍କୁ ବାରବାଟୀ-କଟକରୁ ବିଧାୟକ ପ୍ରାର୍ଥୀ କରିଥିଲା ବିଜେଡି । କଂଗ୍ରେସର ସୋଫିଆ ଫିର୍ଦ୍ଦୋଶଙ୍କ ଠାରୁ ପରାସ୍ତ ହୋଇଥିଲେ ପ୍ରକାଶ ବେହେରା । ଏବେ ପୁଣି ତାଙ୍କର ପୁରୁଣା ଆସନ ସାଲେପୁର ପାଇଁ ମନବଳାଇଛନ୍ତି ପ୍ରକାଶ

ବିଜେଡି ଛାଡ଼ିବା ପରେ ପ୍ରକାଶ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲଖ କରିଛନ୍ତି ଯେ, ଟାଙ୍ଗୀ ସାଲେପୁର ସହିତ ସେ ଦୀର୍ଘ ୨୫ ବର୍ଷ ହେଲା ଯୋଡି ହୋଇ ରହିଛନ୍ତି । ଟାଙ୍ଗୀ ସାଲେପୁର ବାସୀଙ୍କ ପ୍ରତି କର୍ତ୍ତବ୍ୟକୁ କେବେ ହେଲେ ଅବହେଳା କରିବି ନାହିଁ । ସାରା ଜୀବନ ତାଙ୍କ ପାଖରେ ଋଣୀ ହୋଇ ରହିବି ବୋଲି କହିଛନ୍ତି । ସମସ୍ତଙ୍କ ମତାମତ ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବି ବୋଲି ଇସ୍ତଫା ପତ୍ରରେ ପ୍ରକାଶ କହିଛନ୍ତି । ତେବେ ବିଜେଡି ଛାଡ଼ିବା ପରେ କୌଣସି ଜାତୀୟ ଦଳରେ ମିଶିବା ନେଇ ସଂକେତ ଦେଇଛନ୍ତି ପ୍ରକାଶ ବେହେରା

ସେପଟେ ବିଜେଡିରେ ଥମୁନି ନେତାଙ୍କ ଅସନ୍ତୋଷ । ସଭ୍ୟସଂଗ୍ରହ ଅଭିଯାନ ବେଳେ ମଧ୍ୟ କିଛି ନେତା ଖୋଲାଖୋଲି ସମସ୍ତଙ୍କ ସାମ୍ନାରେ ନିଜର ଅସନ୍ତୋଷ ଓଗାଳୁଛନ୍ତି । ଗତକାଲି କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ଭରି ସଭାରେ ନିଜ ଦଳର ନେତାଙ୍କ ନାଁ ନନେଇ ବର୍ଷିଥିଲେ । କହିଥିଲେ, ୨୦୧୯ ଏବଂ ୨୦୨୪ ନିର୍ବାଚନରେ ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ହରାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଥିଲା । ଯେଉଁମାନେ ଦଳର ପୂର୍ବରୁ ନେତୃତ୍ବ ନେଉଥିଲେ ଏବଂ ଏବେ ମଧ୍ୟ ନେଉଛନ୍ତି ସେମାନେ ତାଙ୍କ ବନ୍ଧୁ ବାନ୍ଧବଙ୍କୁ ଲଗେଇ କୋଟି କୋଟି ଟଙ୍କା କଳାଧନ ଖର୍ଚ୍ଚ କରିଥିଲେ । ପଛରୁ ଆମକୁ ଛୁରି ଭୁଷିଛନ୍ତି। ଆମ ବିରୋଧରେ ଷଡଯନ୍ତ୍ର ଚାଲିଛି ବୋଲି କହିଛନ୍ତି ବିଧାୟକ ସୌଭିକ ବିଶ୍ବାଳ

ସେହିଭଳି ଅନୁଗୋଳର ପୂର୍ବତନ ବିଧାୟକ ରଜନୀକାନ୍ତ ସିଂଙ୍କ ବିଭୀଷଣ ଉପାଖ୍ୟାନ ଏବେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଦଳର କିଛି ବିଭୀଷଣଙ୍କ ଯୋଗୁଁ ସେ ଗତ ନିର୍ବାଚନରେ ହାରିଛନ୍ତି ବୋଲି କହିଛନ୍ତି ରଜନୀକାନ୍ତ । ବାଲେଶ୍ବରରେ ଜିଲ୍ଲାରେ ମଧ୍ୟ ମୁହାଁମୁହିଁ ହୋଇଛନ୍ତି ଦଳର ଦୁଇ ନେତା । ସିମୁଳିଆର ପୂର୍ବତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ସଭାର ଆୟୋଜନ କରିଥିବା ବେଳେ ଗତ ନିର୍ବାଚନରେ ସିମୁଳିଆର ବିଜେଡି ବିଧାୟକ ପ୍ରାର୍ଥିନୀ ସୁବାସିନୀ ସାହୁଙ୍କୁ ଡାକି ନଥିଲେ ।ଯାହାକୁ ନେଇ ବର୍ଷିଛନ୍ତି ସୁବାସିନୀଙ୍କ ସ୍ଵାମୀ ଶଶି ସାହୁ

ସେହିଭଳି ଯାଜପୁରରେ ମଧ୍ୟ ସଭ୍ୟସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ବଡ଼ଚଣା ପୂର୍ବତନ ବିଧାୟକ ଅମର ଶତପଥୀଙ୍କୁ ଡାକାଯାଇନଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅମର ଶତପଥୀ କହିଛନ୍ତି ଏଭଳି କାର୍ଯ୍ୟକ୍ରମରୁ ସେ ନିଜକୁ ନିବୃତ୍ତ ରଖିଛନ୍ତି । କେବଳ ଏତିକି ନୁହେଁ ବିଭିନ୍ନ ସ୍ଥାନରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ବେଳେ ଦଳର ଭିନ୍ନ ଭିନ୍ନ ଗୋଷ୍ଠୀ ପୃଥକ୍ ସଭା କରିବା ମଧ୍ୟ ନଜରକୁ ଆସୁଛି

ପୂର୍ବରୁ ବିଜେଡି ପଦଯାତ୍ରାରେ ମଧ୍ୟ ଏହି ପରି ଗୋଷ୍ଠୀ କନ୍ଦଳ ଦେଖାଯାଇଥିଲା । ସେତେବେଳେ ଦଳ ପକ୍ଷରୁ କୌଣସି ଆକ୍ସନ ନିଆଯାଇନଥିଲା । ଅନେକ ନିର୍ବାଚନ ମଣ୍ତଳୀରେ ବିଜେଡି ନେତାମାନେ ପୃଥକ ପୃଥକ ଭାବେ ପଦଯାତ୍ରା କରିଥିଲେ

  • Related Posts

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ