ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

Spread the love

ଭୁବନେଶ୍ୱର: ଜେଏମଜେ ନ୍ୟୁଜ : ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ଓଡ଼ିଶା ସୀମାନ୍ତ ଅଞ୍ଚଳଗୁଡ଼ିକରେ ଓଡ଼ିଆ ଶିକ୍ଷା ବାଟବଣା ହୋଇଯାଇଛି। ଏନେଇ ଆଜି ଓଡ଼ିଶାର ବିଧାନସଭା କମିଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଉକ୍ତ ୪ଟି ରାଜ୍ୟର ୫୮୨ଟି ବିଦ୍ୟାଳୟର ୨୮,୪୮୭ଜଣ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ଶିକ୍ଷା ଗ୍ରହଣ କରୁଛନ୍ତି।
ତେବେ ଛାତ୍ରଛାତ୍ରୀ ଓଡ଼ିଆକୁ ଏକ ବିଷୟ ଭାବେ ପରୀକ୍ଷା ଦେଉଛନ୍ତି କି ନାହିଁ ସେନେଇ ସୁନିଶ୍ଚିତ ହୋଇପାରି ନାହିଁ। ସୀମାନ୍ତ ରାଜ୍ୟରେ ଓଡ଼ିଆ ସ୍କୁଲ ଚାଲୁଛି କି ନାହିଁ ସେନେଇ କୌଣସି ଠୋସ୍ ତଥ୍ୟ ନାହିଁ। ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ଉତ୍କଳ ସମ୍ମିଳନୀ ଓ ଉତ୍କଳୀୟ ମିଳିତ ମଞ୍ଚ ମାଧ୍ୟମରେ ପ୍ରୟାସ କରାଯାଉଛି। ଉଭୟ ସଂସ୍ଥା ପକ୍ଷରୁ ୭୦୨ଜଣ ଶିକ୍ଷକ ଓ ୮ଜଣ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଦୁଇ ବର୍ଷ ହେଲା ଉକ୍ତ ରାଜ୍ୟଗୁଡ଼ିକର ସରକାର ଓଡ଼ିଆ ଭାଷାର ଶିକ୍ଷାଦାନ ପାଇଁ କୌଣସି ଅର୍ଥ ଦେଇନାହାନ୍ତି। ଉତ୍କଳୀୟ ମିଳିତ ମଞ୍ଚକୁ ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୪୪ଲକ୍ଷ ୧୦ହଜାର ୨୨୮ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ହେଲେ ଉତ୍କଳ ସମ୍ମିଳନୀକୁ ଟଙ୍କାଟିଏ ବି ଦିଆଯାଇ ନାହିଁ। ଯେତେବେଳେ କି ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ୨କୋଟି ୧୧ଲକ୍ଷ ୮୧ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ନୂଆ ସରକାର ଆସିବା ପରେ ଦୁଇ ବର୍ଷ ହେଲା ଅର୍ଥ ଦିଆଯାଇ ନ ଥିବାରୁ ସୀମାନ୍ତ ରାଜ୍ୟରେ ଓଡ଼ିଆ ଭାଷାର ଶିକ୍ଷାଦାନ ପ୍ରଭାବିତ ହେଉଥିବା ନେଇ ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀଙ୍କର ଉନ୍ନତି ପାଇଁ ଗଠିତ ବିଧାନସଭା ଗୃହ କମିଟିର ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି।
ବୈଠକରେ ଅଧ୍ୟକ୍ଷତା କରି ବାଚସ୍ପତି ସୁରମା ପାଢ଼ୀ କହିଲେ, ସଂଖ୍ୟାଲଘୁ ଓଡ଼ିଆଙ୍କ ମଧ୍ୟରେ ଓଡ଼ିଆ ଭାଷା ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେଠାକାର ବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତୀକରଣ, ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂରଣ ହେଉଥିବାବେଳେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ପ୍ରଚାରପ୍ରସାର ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତି ଉପରେ ବାଚସ୍ପତି ଗୁରୁତ୍ୱାରୋପ କରିଥିଲେ। ଉପବାଚସ୍ପତି ଭାବନୀଶଙ୍କର ଭୋଇ ବିଭାଗୀୟ ଅଧିକାରୀଙ୍କୁ ଏହିସବୁ ଅଞ୍ଚଳକୁ ନିୟମିତ ଗସ୍ତ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ବିଭିନ୍ନ ବିଭାଗର ସଚିବମାନେ ପ୍ରସ୍ତାବ ଓ ତଥ୍ୟ ଉପସ୍ଥାପନ କରିବା ସହ ଷଢ଼େଇକଳା, ଖରସୁଆଁ, ସିଂହଭୂମି, ମେଦିନପୁର, ମଞ୍ଜୁଷା ଭଳି ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଉପରେ ଆଲୋଚନା ହୋଇଥିଲା।

ବିଧାୟକ ଗୌତମବୁଦ୍ଧ ଦାସ କହିଲେ, ଭୋଗରାଇ ସୀମାନ୍ତ ଶଙ୍ଖାମେଦୀ ଗାଁର ସମସ୍ତ ଅଧିବାସୀ ଓଡ଼ିଆ ଭାଷାଭାଷୀ ହୋଇଥିଲେ ମଧ୍ୟ କେଉଁ ବୁଝାମଣା ବଳରେ ଏହି ଗାଁ ପଶ୍ଚିମବଙ୍ଗକୁ ହସ୍ତାନ୍ତର କରାଗଲା ତାହାର ଅନୁଧ୍ୟାନ କରିବାକୁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ପଠାଇ ଅନୁଧ୍ୟାନ କରନ୍ତୁ। ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କୁ ଓଡ଼ିଆ ପଢ଼ାଇବାକୁ ନିଯୁକ୍ତ ଶିକ୍ଷକ ଓ ସୁପରଭାଇଜରଙ୍କୁ ଦୁଇ ବର୍ଷ ହେଲା ଦରମା ପ୍ରଦାନ କରାଯାଇ ନଥିବା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକରେ ବିଧାୟକ ମନୋରଞ୍ଜନ ଦ୍ୟାନ୍ସାମନ୍ତରାୟ, ଫକୀର ନାୟକ, ଗଣେଶ୍ୱର ବେହେରା, ଗୌରୀଶଙ୍କର ମାଝୀ, ନରସିଂହ ମାଡକାମି, ଦୁର୍ଗାଚରଣ ତନ୍ତି, ରଘୁରାମ ମାଛଙ୍କ ସମେତ ଗଣଶିକ୍ଷା ସଚିବ ତିରୁମାଲ୍ଲା ନାୟକ, ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ, ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ, ଓସେପା ନିର୍ଦ୍ଦେଶିକା ଅନନ୍ୟା ଦାସ, ଏସ୍ସିଇଆାରଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁ, ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ।

  • jmjnewso

    Related Posts

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ସାରା ଅଞ୍ଚଳ ଉତ୍ସବମୁଖର । ଗାଁଠୁ ସହର, ସବୁଠି ଦେଖିବାକୁ ମିଳୁଛି ଆନନ୍ଦ ଓ ଉତ୍ସାହର ମାହୋଲ।ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 31 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 25 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 33 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ