କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Spread the love

କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ, କବିସୂର୍ଯ୍ୟନଗର, ଗଞ୍ଜାମ ପକ୍ଷରୁ ସପ୍ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଗତ ୨ ଅଗଷ୍ଟ ୨୦୨୬ ତାରିଖରେ କବିସୂର୍ଯ୍ୟନଗରସ୍ଥିତ କଲ୍ୟାଣ ମଣ୍ଡପଠାରେ ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଫଲାଇନ୍‌ରେ ହସ୍ତାକ୍ଷର, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ଅନଲାଇନ୍‌ରେ ବକ୍ତୃତା, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।

ସଂଘର ପ୍ରତିଷ୍ଠାତା, ମୁଖ୍ୟ ସଂଯୋଜକ ତଥା ଶିକ୍ଷକ ସୁମନ୍ତ କୁମାର ଚର୍ଚ୍ଚିଙ୍କ ତତ୍ତ୍ୱାବଧାନ ଏବଂ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ଉଦ୍‌ଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, “ରକ୍ତଦାନ ହେଉଛି ମହାନ ମାନବସେବା ଏବଂ ଜୀବନଦାନ।” ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନେ ବଡ଼ ହେବା ପରେ ନିୟମିତ ସ୍ୱେଚ୍ଛାକୃତ ରକ୍ତଦାନ କରି ଅନ୍ୟର ଜୀବନ ରକ୍ଷା କରିବାକୁ ସପଥ ଗ୍ରହଣ କରିଥିଲେ। ସେ ସଂଘର ସମସ୍ତ ସଦସ୍ୟ, ସ୍ୱେଚ୍ଛାସେବୀ ଓ ରକ୍ତଦାତାଙ୍କ ସମାଜସେବାମୂଳକ କାର୍ଯ୍ୟକୁ ଭୂରିଭୂରି ପ୍ରଶଂସା କରିଥିଲେ।

ବ୍ରହ୍ମପୁର ଏମ୍‌.କେ.ସି.ଜି. ମେଡିକାଲ କଲେଜ ରକ୍ତଭଣ୍ଡାରର ଚିକିତ୍ସା ଦଳ ଶିବିରରେ ଉପସ୍ଥିତ ରହି ମୋଟ ୪୫ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ପୁଷ୍ଟିକର ଖାଦ୍ୟ, ଫଳ ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୭୦୦ରୁ ଅଧିକ ଛାତ୍ରଛାତ୍ରୀ ନିଜ ଅଭିଭାବକଙ୍କ ସହ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ କରିଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ବିସ୍କୁଟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା।

ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଅଭିମନ୍ୟୁ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ମଣିଷ ହୋଇ ସମାଜ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେବା ସହ ଶିକ୍ଷକ ସୁମନ୍ତ କୁମାର ଚର୍ଚ୍ଚି ଏବଂ କବିସୂର୍ଯ୍ୟ ରକ୍ତଦାନ ସେବା ସଂଘର ସମାଜସେବାମୂଳକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ।

ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ସମାଜସେବୀ ରାମ ପ୍ରସାଦ ମହାରଣା, ପୂର୍ବତନ ଅଧ୍ୟାପକ ପୀତବାସ ବିଶ୍ୱାଳ, ଗୁଡ଼ିଆଳି ସରପଞ୍ଚ ପ୍ରତିନିଧି ପ୍ରସାନ୍ତ କୁମାର ଭୂୟାଁ, ବଡ଼ାଗୁଳ ସରପଞ୍ଚ ପ୍ରତିନିଧି କିରଣ ସେଠୀ, ସମିତି ସଭ୍ୟ ପ୍ରତିନିଧି ଭୋବାନୀ ନାହାକ, ସମାଜସେବୀ ପ୍ରଦୀପ ସ୍ୱାଇଁ, ବୁଚି ରେଡ୍ଡୀ, ବିଶ୍ୱଜିତ ମହାପାତ୍ର, ଶ୍ରୀକାନ୍ତ ପଣ୍ଡା, ଶେଷଦେବ ବେହେରା, ଡା. କସଂ ପ୍ରଧାନ, ଡ଼. ସୁରେନ୍ଦ୍ରନାଥ ସାହୁ, ଅଭିମନ୍ୟୁ ନାହାକ, ଅଶୋକ ଜେନା ପ୍ରମୁଖ ଉପସ୍ଥିତ ରହି ସଭାର ଶୋଭା ବଢ଼ାଇଥିଲେ।

ମଞ୍ଜ ପରିଚାଳନା ରତ୍ନାକର ସିୟ ଏବଂ ସରୋଜ କାନ୍ତ ମହାପାତ୍ର କରିଥିବା ବେଳେ । ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସଂଘର ସଭାପତି ତତ୍ବମସୀ ପରିଡ଼ା, ଉପସଭାପତି ଚନ୍ଦନ ଜେନା, ପୁନାଲ ଜେନା, ସଂଗଠକ ଶକ୍ତି ପ୍ରସାଦ ପ୍ରଧାନ, ମୁକେଶ ଜେନା, ମନୋଜ ପୃଷ୍ଟି, ବିକ୍ରମ ପ୍ରଧାନ, ହେନା ବଳିଆର ସିଂହ, ସଂଘମିତ୍ରା ଚର୍ଚ୍ଚୀ, ପିଣ୍ଟୁ ସେଠୀ, ଅନିଲ ଚର୍ଚ୍ଚୀ, ଶେଖର ସାମଲ, ଜ୍ଞାନ ରଥ, ହରିହର ଗୈଡ, ରଞ୍ଜନ ନାହାକ, ନବୀନ ନାହାକ, ଜାନକୀ ନାହାକ, ସରିତା ମାହାନ୍ତି, ଅମର ପ୍ରଧାନ, ଵିନାୟକ ବେହେରା, ଅରୁଣ ପାତ୍ର, ଦିଗାମ୍ବର ସାହୁ, ପିଣ୍ଟୁ ସେଠୀ, ସନ୍ତୋଷ ବାରିକ, ରବିନ୍ଦ୍ର କୁମାର ସେଠୀ, କିରଣ ଦାସ, ଟୁକୁନା ଜେନା, ସରୋଜ ବିଶ୍ବାଳ, ଦିଗାମ୍ବର ସାହୁ, ଉତମ ନାୟକ, ମୁରଲିଧର ନାହାକ, ଗୋବିନ୍ଦା ପାତ୍ର, ସମିର ସାହୁ, ସୁରେଶ ଜେନା, ବାଲ୍ମୀକି ସାସମଲ, ଦିପକ ଦାସ, ସମର୍ଜିତ ଦଳାଇ, ଜ୍ୟୋତିର୍ମୟୀ ପଣ୍ଡା, ସସ୍ମିତା ନାୟକ, ପିଣ୍ଟୁ ସେଠୀ, ଦିପ୍ତି ପାଣି, ଶଙ୍କର ବିଶ୍ବାଳ, ରାଜାରାମ ଚର୍ଚ୍ଚୀ, ଧବଳେଶ୍ବର ସାହୁ, ପ୍ରିତିକାନ୍ତ ସ୍ବାଇଁ, ସୋମ୍ୟରଞ୍ଜନ ସାହୁ, ସୁନାସିର ଦାସ, ନିଳକଣ୍ଠ ଦାସ, ବିଷ୍ଣୁ ପ୍ରସାଦ ପୋଲାଇ, କୁମୁଦ ଗୈଡ, ପଞ୍ଚା ବିଷୋୟୀ, କୁନା ବେହେରା, ଲଡୁ ସେଠୀ, ଦୁର୍ଗା ପାଣି, ବସନ୍ତ ନାହାକ, ଜଟିଆ ପଳତା, ସ୍ବଦିପ ନାୟକ, ମନୋଜ ଭୋଳ, ମିଥୁନ ସ୍ବାଇ, ଜଗନ୍ନାଥ ପ୍ରଧାନ, ସନ୍ତୋଷ ସ୍ବାଇଁ, ସୁନିତା କୁମାରୀ ବେହେରା, ଅଭୀଲିସା ପାତ୍ର, ଅଭୟ ପରିଡ଼ା, ବିଘ୍ନେଶ୍ୱର ଗୈଡ, ଅନନ୍ତ ବିଡିକା, କୃଷ୍ଣ ନାହାକ, ରାଜୁ ପାତ୍ର, ସିମାଞ୍ଚଳ ସାହୁ, ସିମାଞ୍ଚଳ ପ୍ରଧାନ, ସୂର୍ଯ୍ୟ ନାରାୟଣ ସାହୁ, ଗୀତିମୟୀ ସାହୁ, ବିଭୁ ପ୍ରସାଦ ସାହୁ, ପ୍ରମୋଦ କୁମାର ଭୂୟାଁ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

  • jmjnewso

    Related Posts

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    Spread the love

    Spread the loveକୋଦଳା : ଜେଏମଜେ ନ୍ୟୁଜ (ସୂର୍ଯ୍ୟନାରାୟଣ ବଡୁ ): ଗୁରୁବାର ସନ୍ଧ୍ୟା ସମୟରେ ପବିତ୍ର ସଂକ୍ରାନ୍ତି ଅବସର ରେ ବ୍ରହ୍ମପୁର ଗଣେଶ ମାର୍କେଟ ନିକଟ ପରିବା ମାର୍କେଟ ପରିସର ରେ ଶ୍ରୀ ରାମ ଓ ହନୁମାନ ଭକ୍ତ ରଞ୍ଜିତା…

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    Spread the love

    Spread the loveଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ପୁରୀ ମହାନଗର ନିଗମ ଅନ୍ତର୍ଗତ ଶ୍ରୀମନ୍ଦିର ଚାରିପଟ, ଉତ୍ତରପାର୍ଶ୍ବ ମଠ,ଶ୍ରୀସେତୁ ନିକଟରେ ପ୍ରାୟ ୪୦ଟି ଦୋକାନ ଓ ଖଜା ଭାଟିରେ ମିଳିତ ଚଢ଼ାଉ କରାଯାଇଛି । ପୁରୀ ପୋଲିସ, ଖାଦ୍ଯ ସୁରକ୍ଷା…

    Leave a Reply

    Your email address will not be published. Required fields are marked *

    You Missed

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 21 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 34 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 26 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    • By jmjnewso
    • September 18, 2026
    • 32 views
    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 50 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 91 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ