ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ

Spread the love

କୋରାପୁଟ : ଜେଏମଜେ ନ୍ୟୁଜ : ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ ଭକ୍ତଙ୍କ ଅପାର ସମାଗମ ଦେଖିବାକୁ ମିଳିଛି। ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନ ଏବଂ ପଡ଼ୋଶୀ ରାଜ୍ୟରୁ ଆସିଥିବା ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ଭକ୍ତ ବାବା ଗୁପ୍ତେଶ୍ୱରଙ୍କ ନିକଟରେ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି।

ଭୋର ସମୟରୁ ଭକ୍ତମାନଙ୍କ ଭିଡ଼ ଆରମ୍ଭ ହୋଇଥିଲା। ଜଳାଭିଷେକ ପାଇଁ ମନ୍ଦିର ବାହାରେ ପ୍ରାୟ ଅଧ କିଲୋମିଟର ଲମ୍ବା ଧାଡ଼ି ଲାଗିଥିଲା। “ହର ହର ମହାଦେବ” ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ରହି ବାବାଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ଅପେକ୍ଷା କରିଛନ୍ତି। ଭକ୍ତଙ୍କ ସୁବିଧା ଓ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ତିନି ପ୍ଲାଟୁନ୍ ପୁଲିସ ବାହିନୀ, ଦେବୋତ୍ତର ବିଭାଗ, ଜୟପୁର ଉପଜିଲ୍ଲାପାଳ, ବୈପାରିଗୁଡା ତହସିଲଦାର, ବୈପାରିଗୁଡା ପୁଲିସ, ସ୍ୱେଚ୍ଛାସେବୀ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଭିଡ଼ ନିୟନ୍ତ୍ରଣ ସହ ଶୃଙ୍ଖଳା ରକ୍ଷାରେ ନିୟୋଜିତ ହୋଇଛନ୍ତି। ସାରାଦିନ ଭକ୍ତଙ୍କ ଭିଡ଼ ଜାରି ରହିଥିବା ବେଳେ ରାତି ୧୨ଟାରୁ ଶାନ୍ତିଶୃଙ୍ଖଳାର ସହ ଜଳାଭିଷେକ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

  • jmjnewso

    Related Posts

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    Spread the love

    Spread the loveକୋଦଳା : ଜେଏମଜେ ନ୍ୟୁଜ (ସୂର୍ଯ୍ୟନାରାୟଣ ବଡୁ ): ଗୁରୁବାର ସନ୍ଧ୍ୟା ସମୟରେ ପବିତ୍ର ସଂକ୍ରାନ୍ତି ଅବସର ରେ ବ୍ରହ୍ମପୁର ଗଣେଶ ମାର୍କେଟ ନିକଟ ପରିବା ମାର୍କେଟ ପରିସର ରେ ଶ୍ରୀ ରାମ ଓ ହନୁମାନ ଭକ୍ତ ରଞ୍ଜିତା…

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    Spread the love

    Spread the loveଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ପୁରୀ ମହାନଗର ନିଗମ ଅନ୍ତର୍ଗତ ଶ୍ରୀମନ୍ଦିର ଚାରିପଟ, ଉତ୍ତରପାର୍ଶ୍ବ ମଠ,ଶ୍ରୀସେତୁ ନିକଟରେ ପ୍ରାୟ ୪୦ଟି ଦୋକାନ ଓ ଖଜା ଭାଟିରେ ମିଳିତ ଚଢ଼ାଉ କରାଯାଇଛି । ପୁରୀ ପୋଲିସ, ଖାଦ୍ଯ ସୁରକ୍ଷା…

    Leave a Reply

    Your email address will not be published. Required fields are marked *

    You Missed

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 21 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 34 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 26 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    • By jmjnewso
    • September 18, 2026
    • 32 views
    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 50 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 91 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ