ଫାଇଲ୍ ଚୋରି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ

Spread the love

ଭୁବନେଶ୍ୱର:ଜେଏମଜେ ନ୍ୟୁଜ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଫାଇଲ୍ ଚୋରି ଘଟଣାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ। ଏହି ଘଟଣାରେ ବିଜୁ ଜନତା ଦଳର ନେତାମାନେ ନବୀନ ସରକାରକୁ ବଦନାମୀରୁ ରକ୍ଷା କରିବା ପାଇଁ ସାମ୍ବାଦିକ ସମ୍ମିଳନୀ କରି ମିଥ୍ୟା ବୟାନବାଜୀ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କଡ଼ା ସମାଲୋଚନା କରିଛନ୍ତି ।

ସିଏମ୍‌ଓରୁ ଫାଇଲ୍ ଗାଏବ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଜଷ୍ଟିସ ଏ.ଏସ୍. ନାଇଡୁ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଥିଲେ ଯେ, ସେ କମିଶନ୍ ରିପୋର୍ଟର ଗୋଟିଏ କପିକୁ ଦୁଇଟି ଭଲ୍ୟୁମରେ ତତ୍କାଳୀନ ବିଜେଡି ସରକାରଙ୍କୁ ପ୍ରଦାନ କରିଥିଲେ। ଏହି ରିପୋର୍ଟ ପ୍ରାୟ ୧୫୦୦ରୁ ୨୦୦୦ ପୃଷ୍ଠା ସମ୍ବଳିତ ଥିଲା। ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ଯେ, ଯଦି ଜଷ୍ଟିସ୍ ନାଇଡୁ ରିପୋର୍ଟ ପ୍ରଦାନ କରିଥିଲେ, ତେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୮ ବର୍ଷ କାଳ ଏହାକୁ ନିଜ ପାଖରେ ଲୁଚାଇ ରଖିଥିଲେ କାହିଁକି? ୨୦୧୬ ଅକ୍ଟୋବର ୧୯ ତାରିଖରୁ ଆରମ୍ଭ କରି ୨୦୨୪ ଜୁନ ୪ ତାରିଖ ପର୍ଯ୍ୟନ୍ତ ଏହି ଫାଇଲ୍ ନବୀନ ପଟ୍ଟନାୟକଙ୍କ ପାଖରେ ଥିବା ସତ୍ତ୍ୱେ, ସେ କାହିଁକି ଏହାକୁ ସାର୍ବଜନୀନ କଲେ ନାହିଁ ବୋଲି ବିଜେପି ପକ୍ଷରୁ ଜବାବ ମଗାଯାଇଛି।
ନବୀନ ପଟ୍ଟନାୟକ କ୍ଷମତାରୁ ଯିବା ପରେ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ସିଏମ୍‌ଓକୁ ଆସିଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କେବଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଫାଇଲ୍ ଆସିନଥିଲା। ଏହି ଫାଇଲ୍ ସମ୍ପର୍କରେ ଖବର ନେବା ପାଇଁ ବର୍ତ୍ତମାନର ବିଜେପି ସରକାରଙ୍କ ପକ୍ଷରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ ତାଙ୍କ ଆଡ଼ୁ କୌଣସି ଉତ୍ତର ମିଳିନଥିଲା। ପରବର୍ତ୍ତୀ ସମୟରେ ୨୦୨୫ ନଭେମ୍ବର ୧୫ ତାରିଖରେ ନବୀନଙ୍କ ବ୍ୟକ୍ତିଗତ ସଚିବ (ପିଏସ୍) ଓଡ଼ିଶା ସରକାରଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ବିରୋଧୀ ଦଳ ନେତା ଉକ୍ତ ଫାଇଲ୍ ଖୋଜିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖି ତ୍ରିପାଠୀ କହିଛନ୍ତି ଯେ, ନବୀନ ପଟ୍ଟନାୟକ ନିଜେ ସେହି ଫାଇଲର ଅଧିକୃତ ବ୍ୟକ୍ତି ଥିବାରୁ ଏହା କେଉଁଠି ଅଛି ସେ ସିଧାସଳଖ କହିପାରିଥାନ୍ତେ। କିନ୍ତୁ ତାହା ନକରି ପିଏସ୍‌ଙ୍କ ଜରିଆରେ ଫାଇଲ୍ ଖୋଜିବା କଥା କହି ସେ ଏବଂ ତାଙ୍କ ଦଳ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି ।

ଅନ୍ୟପକ୍ଷରେ, ଏହି ସମ୍ବେଦନଶୀଳ ଫାଇଲ୍ ଚୋରି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଫ୍‌ଆଇଆର୍ ରୁଜୁ କରାଯାଇଛି। ରାଜ୍ୟର ବିଶ୍ୱାସଯୋଗ୍ୟ ତଦନ୍ତକାରୀ ସଂସ୍ଥା କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ବର୍ତ୍ତମାନ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି ଏବଂ ଆଇନଗତ ପ୍ରକ୍ରିୟା ଅନୁସାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେପି ନେତାମାନେ ସ୍ପଷ୍ଟ କରିଛନ୍ତି।

  • jmjnewso

    Related Posts

    କଂଗ୍ରେସ ର ଭୋଟ ବଞ୍ଚାଅ-ସମ୍ବିଧାନ ବଞ୍ଚାଅ-ଦେଶ ବଞ୍ଚାଅ ପଦଯାତ୍ରା

    Spread the love

    Spread the loveବରଗଡ଼ : ଜେମେଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ): ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁଭେନ୍ଦୁ କୁମାର ସାହୁଙ୍କ ସଭାପତିତ୍ୱରେ ସମସ୍ତେ ଏକାଠି ହୋଇ ! ଗୋପାଳ ଗୋଶାଳା ପ୍ରଙ୍ଗଣରୁ, ଘରୋଇ ବସଷ୍ଟାଣ୍ଡ ଦେଇ ଗାନ୍ଧୀଛକ ପଯ୍ୟନ୍ତ “ଭୋଟ୍…

    ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ। ଦାୟିତ୍ୱ ମିଳିବା ପରେ ଉଭୟଙ୍କ ଏହି ଓଡ଼ିଶା…

    Leave a Reply

    Your email address will not be published. Required fields are marked *

    You Missed

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ