“କ୍ୟା ବୋଲତି ପବ୍ଲିକ୍‌”ଅଭିଯାନ ଆରମ୍ଭ କରିବ ସିଜେପି… ନିର୍ବାଚନ ନୁହେଁ ଜନଚାପ ସୃଷ୍ଟି ଉପରେ ଗୁରୁତ୍ୱ

Spread the love

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସିଜେପିର ଦୁଇଦିନିଆ କୋର୍‌ କମିଟି ବୈଠକ ପରେ ଦୀପ୍‌କେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ‘କ୍ୟା ବୋଲତି ପବ୍ଲିକ୍‌‘ ଅଭିଯାନ ଜରିଆରେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସାଧାରଣ ଲୋକଙ୍କ ମତାମତ, ସମସ୍ୟା ଓ ଆଶା-ଆକାଂକ୍ଷା ସଂଗ୍ରହ କରାଯିବ ।

ପରୀକ୍ଷାରେ ଅନିୟମିତତା ଓ ଯୁବପିଢ଼ିଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଥିବା କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ଆସନ୍ତା ସେପ୍ଟେମ୍ବରରୁ ଦେଶବ୍ୟାପୀ ‘କ୍ୟା ବୋଲତି ପବ୍ଲିକ୍‌‘ ନାମରେ ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କରିବ । ଦଳର ପ୍ରତିଷ୍ଠାତା ଅଭିଜିତ୍ ଦୀପ୍‌କେ କହିଛନ୍ତି, ବର୍ତ୍ତମାନ ସିଜେପି ନିର୍ବାଚନୀ ରାଜନୀତିକୁ ନ ଯାଇ ସାଧାରଣ ଲୋକଙ୍କ ପ୍ରସଙ୍ଗରେ ସରକାର ଉପରେ ଜନଚାପ ସୃଷ୍ଟି କରୁଥିବା ଏକ ସଂଗଠନ ଭାବେ କାର୍ଯ୍ୟ କରିବ ।

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସିଜେପିର ଦୁଇଦିନିଆ କୋର୍‌ କମିଟି ବୈଠକ ପରେ ଦୀପ୍‌କେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ‘କ୍ୟା ବୋଲତି ପବ୍ଲିକ୍‌‘ ଅଭିଯାନ ଜରିଆରେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସାଧାରଣ ଲୋକଙ୍କ ମତାମତ, ସମସ୍ୟା ଓ ଆଶା-ଆକାଂକ୍ଷା ସଂଗ୍ରହ କରାଯିବ । ସେହି ଆଧାରରେ ସଂଗଠନ ତାହାର ପରବର୍ତ୍ତୀ କାର୍ଯ୍ୟକ୍ରମ ଓ ଜନଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରିବ ।

ଦୀପ୍‌କେ କହିଛନ୍ତି, ସିଜେପିର ପ୍ରମୁଖ ଲକ୍ଷ୍ୟ ରହିବ ଶିକ୍ଷା ବ୍ୟବସ୍ଥାର ସଂସ୍କାର, ପରୀକ୍ଷାରେ ସ୍ବଚ୍ଛତା, ବେକାରି ସମସ୍ୟା, ଘରୋଇ ସ୍କୁଲର ଅତ୍ୟଧିକ ଫି, ସରକାରୀ ସ୍କୁଲର ମାନରେ ଉନ୍ନତି ଓ ସାଧାରଣ ଲୋକଙ୍କର ସରକାରୀ ଅନୁଷ୍ଠାନ ଉପରେ ବିଶ୍ୱାସ ପୁନଃସ୍ଥାପନ ଭଳି ପ୍ରସଙ୍ଗ । ଯୁବପିଢ଼ି ଓ ସାଧାରଣ ନାଗରିକଙ୍କୁ ସଂଗଠନ ସହ ଯୋଡ଼ିବା ପାଇଁ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ମଧ୍ୟ ଚାଲିବ ।

ସମ୍ପ୍ରତି ଜାତୀୟ ସ୍ତରରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ତ୍ରୁଟିକୁ ନେଇ ସିଜେପି ଚର୍ଚ୍ଚାକୁ ଆସିଥିଲା । ଏହାପରେ ସଂଗଠନର ଭବିଷ୍ୟତ ରଣନୀତି ନେଇ ଅନେକ କଳ୍ପନାଜଳ୍ପନା ହେଉଥିଲା । ତେବେ ଦୀପ୍‌କେ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ପାଇଁ ସିଜେପି କୌଣସି ନିର୍ବାଚନ ଲଢ଼ିବ ନାହିଁ । ବରଂ ସାଧାରଣ ଲୋକଙ୍କ ସ୍ବରକୁ ସରକାରଙ୍କ ପାଖରେ ପହଞ୍ଚାଇବା ଓ ଜନସ୍ବାର୍ଥ ପ୍ରସଙ୍ଗରେ ଚାପ ସୃଷ୍ଟି କରିବା ଉପରେ ସଂଗଠନ ଗୁରୁତ୍ୱ ଦେବ ।

  • jmjnewso

    Related Posts

    ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦକୁ ସମର୍ଥନ କଲା ବିଜେଡି

    Spread the love

    Spread the loveଜେଏମଜେ ବ୍ୟୁରୋ : ଆସନ୍ତାକାଲି ଇଣ୍ଡିଆ ବ୍ଲକ୍‌ର ଆହ୍ୱାନ କ୍ରମେ ଅନୁଷ୍ଠିତ ହେବାକୁଥିବା ଓଡ଼ିଶା ବନ୍ଦକୁ ବିଜୁ ଜନତା ଦଳ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଘୋଷଣା କରାଯାଇଛି। ନବୀନ ନିବାସରେ ଅନୁଷ୍ଠିତ ଏକ ବୈଠକରୁ ଫେରିବା…

    ସିଇଓଙ୍କ ଅଫିସ ଘେରିଲା କଂଗ୍ରେସ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ବ୍ୟୁରୋ : ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନକୁ ନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଘେରିଲା ଯୁବ କଂଗ୍ରେସ । ଯୁବ କଂଗ୍ରେସ…

    Leave a Reply

    Your email address will not be published. Required fields are marked *

    You Missed

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

    କାଲି ଓଡିଶା ବନ୍ଦ:  ହେଲେ ଚାଲିବ ଘରୋଇ ବସ।

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ