ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣା : ୨ ଓଡ଼ିଆ ସାମିଲ

Spread the love

ନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ବିଜେପି ଜାତୀୟ ସାଂଗଠନିକ କର୍ମକର୍ତ୍ତା ଘୋଷଣା। ନୂଆ ଟିମ୍ ଘୋଷଣା କଲେ ନିତିନ ନବୀନ। ବିଜେପି ଅଧ୍ୟକ୍ଷ ନିତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ମହାସଚିବ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।ଏହାସହ ୧୩ ଜଣଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି ନିତିନ। ଏହାସହ ନିତିନଙ୍କ ନୂଆ ଟିମରେ ୨ ଡଣ ଓଡ଼ିଆଙ୍କୁ ମଧ୍ୟ ସ୍ଥାନ ମିଳିଛି।
ତେବେ ନିଜ ସ୍ଥାନ ବଜାୟ ରଖିଛନ୍ତି ବୈଜୟନ୍ତ ପଣ୍ଡା। ଏହାସହ ସମ୍ୱିତ ପାତ୍ରଙ୍କୁ ନର୍ଥ ଇଷ୍ଟ କୋର୍ଡିନେଟର ଦାୟିତ୍ୱ ମିଳିଛି।

ଉପାଧ୍ୟକ୍ଷ କିଏ କିଏ ହେଲେ: ବସୁନ୍ଧରା ରାଜେ ସିନ୍ଧିଆ, ତୀରଥ ସିଂହ ରାୱତ, ରାମ ମାଧବ, ବୈଜୟନ୍ତ ଜୟ ପଣ୍ଡା, ଡି. ପୁରନ୍ଦେଶ୍ୱରୀ, ରେଖା ଦର୍ମା, ବର୍ଷାବେନ ନରେନ୍ଦ୍ରଭାଇ ଦୋଶୀ, ଭାରତୀ ପ୍ରବୀଣ ପୱାର, ମନପ୍ରୀତ ସିଂହ ବାଦଲ, ଲାଲ ସିଂହ ଆର୍ଯ୍ୟ, ପ୍ରଫେସର ଏମ୍. ନାଗରାଜ, ପ୍ରଫେସର ତାରିକ ମନସୁର ଏବଂ ଡା. ମଧୁଚନ୍ଦ୍ର କର।ବିଏଲ୍ ସନ୍ତୋଷଙ୍କୁ ଜାତୀୟ ମହାସଚିବ (ସଂଗଠନ) ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ଜାତୀୟ ସହ ମହାସଚିବ (ସଂଗଠନ) ଭାବେ ଶିବପ୍ରକାଶ ଏବଂ ସୌଦାନ ସିଂହଙ୍କୁ ସ୍ଥାନ ମିଳିଛି।

ବିନୋଦ ତାୱଡେ, ସୁନୀଲ ବଂସଲ, ବିପ୍ଲବ କୁମାର ଦେବ, ସ୍ମୃତି ଇରାନୀ, ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ୱିବେଦୀ ଏବଂ ସଞ୍ଜୟ ଭାଟିଆଙ୍କୁ ଜାତୀୟ ମହାସଚିବ ଭାବେ ନିଯୁକ୍ତ କରାଯାଇଛି।ଉପାଧ୍ୟକ୍ଷ, ମହାସଚିବ, ସଚିବ ଏବଂ ପ୍ରବକ୍ତାଙ୍କ ତାଲିକାରେ ଯୁବକ ଓ ମହିଳାଙ୍କ ସହ ଜାତିଗତ ସମୀକରଣକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି।

ବିଜେପିର ନୂଆ ଟିମ୍‌ରେ ଉତ୍ତରପ୍ରଦେଶର ଅନେକ ନେତାଙ୍କୁ ସାମିଲ କରାଯାଇଛି। ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ଆରମ୍ଭରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

  • jmjnewso

    Related Posts

    ସିଇଓଙ୍କ ଅଫିସ ଘେରିଲା କଂଗ୍ରେସ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ବ୍ୟୁରୋ : ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନକୁ ନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଘେରିଲା ଯୁବ କଂଗ୍ରେସ । ଯୁବ କଂଗ୍ରେସ…

    ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଇସ୍ତଫା ଦାବିରେ ବିରୋଧୀ ମେଣ୍ଟର ସଂସଦ ମାର୍ଚ୍ଚ, ଯୋଗଦେଲେ ୧୯ ଟି ଦଳର ପ୍ରତିନିଧି।

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ୧୯ଟି ବିରୋଧୀ ଦଳର ସାଂସଦ ‘ସେଭ୍ ଡେମୋକ୍ରାସି ମାର୍ଚ୍ଚ’ ବାହାର କରିଛନ୍ତି। ପୁଲିସ ବିରୋଧୀ ସାଂସଦମାନଙ୍କୁ ଆଗକୁ ବଢ଼ିବାକୁ ଅଟକାଇଛି। ଏହାପରେ ସାଂସଦମାନେ ରାସ୍ତାରେ…

    Leave a Reply

    Your email address will not be published. Required fields are marked *

    You Missed

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

    ସାକ୍ଷୀଙ୍କୁ ଧମକ ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

    ସାକ୍ଷୀଙ୍କୁ ଧମକ ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି