ବମ୍ବେରେ ଅଙ୍ଗନବାଡ଼ି କର୍ମୀ, ସହାୟିକାଙ୍କ ଭରସାରେ ଚାଲିଛି କେନ୍ଦ୍ର

Spread the love

ଆର, ଉଦୟଗିରି : ଜେଏମଜେ ନ୍ୟୁଜ : (ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ମୋହନା ବ୍ଲକର ନିଜୁମା ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟବସ୍ଥାକୁ ନେଇ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ, ଅଙ୍ଗନବାଡ଼ି କର୍ମୀ ଗତ ୧୦ ଦିନ ହେଲା ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ବମ୍ବେ ଯାଇଥିବାରୁ କେନ୍ଦ୍ରଟି କେବଳ ସହାୟିକାଙ୍କ ଭରସାରେ ଚାଲୁଛି। କେନ୍ଦ୍ରରେ ଥିବା ୬ ଜଣ ଶିଶୁଙ୍କୁ କେବଳ ରନ୍ଧା ଖାଦ୍ୟ ଦିଆଯାଉଥିବା ବେଳେ ସେମାନଙ୍କୁ ପାଠପଢ଼ା କିମ୍ବା ଖେଳକୁଦ ଭଳି କୌଣସି କାର୍ଯ୍ୟକ୍ରମ କରାଯାଉ ନାହିଁ। ସେହିପରି ସରକାରୀ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀ ମହିଳାଙ୍କୁ ମିଳିବା କଥା ଥିବା ଅଣ୍ଡା ଓ ଛତୁଆ ମଧ୍ୟ ବଣ୍ଟନ ହେଉନଥିବା ଅଭିଯୋଗ ହୋଇଛି। ତେବେ ଘଟଣାକୁ ନେଇ ସିଡିପିଓ କହିଛନ୍ତି ଯେ ସେ ଏହି ବିଷୟରେ ଅବଗତ ନଥିଲେ। ତଦନ୍ତ କରି ସୁପରଭାଇଜର ଓ ସହାୟିକାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ସେ କହିଛନ୍ତି।
ନିଜୁମା ଅଙ୍ଗନବାଡ଼ି କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ନେଇ ଅଭିଯୋଗ ଉଠିଥିବା ବେଳେ ପ୍ରଶାସନ କେତେ ଶୀଘ୍ର ପଦକ୍ଷେପ ନେଉଛି ଏବଂ ଶିଶୁ ଓ ହିତାଧିକାରୀମାନେ ସେମାନଙ୍କ ପ୍ରାପ୍ୟ ସୁବିଧା କେବେ ପାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

  • jmjnewso

    Related Posts

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    Spread the love

    Spread the loveବୁଗୁଡ଼ା,୦୪/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ନୂତନ ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ…

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    Spread the love

    Spread the loveବରଗଡ଼ : ଜେଏମଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ):ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ବଜାର ପ୍ରାଙ୍ଗଣରେ ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନ ଭେଡେନର ରେଶମ, ଅରେଇଗୁଡି, ଅଇଁଲାପାଲି ଓ ଲୁହାଖଣ୍ଡି ପଞ୍ଚାୟତକୁ ନେଇ ନୂଆଁଖାଇ ବନ୍ଧୁମିଳନ…

    Leave a Reply

    Your email address will not be published. Required fields are marked *

    You Missed

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ