ଆସାମରେ ବନ୍ୟା ତାଣ୍ଡବ: ୯୫ ମୃତ, ଲକ୍ଷେ ୬୦ ହଜାରରୁ ଅଧିକ ବେଘର

Spread the love

ଜେଏମଜେ ବ୍ୟୁରୋ : ଆସାମରେ ପୁଣି ଥରେ ମୌସୁମୀ ବନ୍ୟା ତାଣ୍ଡବ ରଚିଛି। ରାଜ୍ୟରେ ବନ୍ୟା ଏବଂ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୯୫ ରେ ପହଞ୍ଚିଛି। ସଦ୍ୟତମ ବନ୍ୟାରେ ୫୬୩ ଗାଁର ଲକ୍ଷେ ୬୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ପୁଣି ଥରେ ମୌସୁମୀ ବନ୍ୟା ତାଣ୍ଡବ ରଚିଛି। ରାଜ୍ୟରେ ବନ୍ୟା ଏବଂ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୯୫ ରେ ପହଞ୍ଚିଛି। ସଦ୍ୟତମ ବନ୍ୟାରେ ୫୬୩ ଗାଁର ଲକ୍ଷେ ୬୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଶିବସାଗର ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଶୀର୍ଷରେ ରହିଛି। ଅନେକ ଅଞ୍ଚଳରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଏବଂ ବନ୍ଧ ଭାଙ୍ଗି ପରିସ୍ଥିତିକୁ ଆହୁରି ଖରାପ କରିଛି। ପ୍ରାୟ ୧୬,୯୫୧ ହେକ୍ଟର ଚାଷ ଜମି ବୁଡ଼ି ଯାଇଛି। ୩୫ ହଜାରରୁ ଅଧିକ ପ୍ରାଣୀ ପ୍ରଭାବିତ ହୋଇଛନ୍ତି।

ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ପ୍ରାୟ ୮,୫୦୦ ଭାସି ଯାଇଛନ୍ତି। ହଜାର ହଜାର ଲୋକ ୪୫ଟି ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହା ସହିତ ୫୯ଟି ବଣ୍ଟନ କେନ୍ଦ୍ର ମାଧ୍ୟମରେ ୩୨,୦୦୦ରୁ ଅଧିକ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଉଛି। ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଚାଉଳ, ଡାଲି, ଲୁଣ ଏବଂ ପଶୁ ଖାଦ୍ୟ ପଠାଯାଉଛି।ଚଳିତ ଥର ଆସାମରେ ବର୍ଷା ଅନେକ ପରିବାରର ଖୁସିକୁ ଛଡ଼ାଇ ନେଇଛି। ସବୁ ଭସାଇ ନେଲା, ଆଖିରେ ଲୁହ ଦେଇଛି। କିଛି ସ୍ଥାନରେ ପାଣି ଘରେ ପଶି ଲୋକଙ୍କ କଷ୍ଟ ଅର୍ଜିତ ଜିନିଷପତ୍ର ନଷ୍ଟ କରିଦେଇଛି। କ୍ଷେତରେ ପାଣି ପଶିଯାଇଛି, ଯାହା ଫଳରେ ଚାଷୀମାନେ ସେମାନଙ୍କର ପରବର୍ତ୍ତୀ ଫସଲ ପାଇଁ ଚିନ୍ତିତ ଅଛନ୍ତି। ୧୪ ଜିଲ୍ଲାରେ ବନ୍ୟା ଯୋଗୁଁ ସଙ୍କଟ ସୃଷ୍ଟି ହୋଇଛି। ଶହ ଶହ ଗ୍ରାମ ପାଣି ଘେରି ରହିଛି। ଅନେକ ପରିବାର ରିଲିଫ୍ ଶିବିରରେ ରହିବାକୁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ପାଣି କେବେ କମିବ ଏବଂ ସେମାନେ ନିଜ ଘରକୁ ଫେରିବେ।

ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଶିବସାଗରରେ ୫୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ପଛକୁ ଗୋଲାଘାଟ ଏବଂ ଜୋରହାଟ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ମୋରିଗାଓଁର ମାୟୋଙ୍ଗ ଅଞ୍ଚଳରେ ସହରାଞ୍ଚଳ ବନ୍ୟା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଉଦଲଗୁରିରୁ ଜଣେ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି। ଧାନସିରୀ ଦକ୍ଷିଣ ନଦୀ ଏବେ ବି ନମାଲିଗଡରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଯଦି ବର୍ଷା ଜାରି ରହେ ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ସାତୋଟି ପ୍ରମୁଖ ବନ୍ଧ ଭାଙ୍ଗି ଯାଇଛି। ସେଥିମଧ୍ୟରେ ବ୍ରହ୍ମଜନ, ବିଶ୍ୱନାଥରେ ପାଞ୍ଚଟି ଏବଂ ଦାରାଙ୍ଗର ମଙ୍ଗଳଦୋଇରେ ଦୁଇଟି ଅନ୍ତର୍ଭୁକ୍ତ ରହିଛି। ଚରାଇଦେଓର ଚୋଳାପଥରରେ ଥିବା ଷ୍ଟିଲ ସେତୁ କ୍ଷତିଗ୍ରସ୍ତ ହୋଇଛି। ଉଦଲଗୁରିର ଟାଙ୍ଗଲାରେ ଥିବା ପାଦଚଲା ସେତୁ ମଧ୍ୟ ପ୍ରଭାବିତ ହୋଇଛି।

ବନ୍ୟାର ପ୍ରଭାବ କେବଳ ଗ୍ରାମାଞ୍ଚଳରେ ସୀମିତ ନାହିଁ। ଗୁଆହାଟୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସାଧାରଣ ଜୀବନଯାତ୍ରାକୁ ବ୍ୟାହତ କରିଛି। କାମରୂପ, କାମରୂପ ମେଟ୍ରୋ, ମୋରିଗାଓଁ ଏବଂ ଜୋରହାଟରେ ସହରାଞ୍ଚଳ ବନ୍ୟା ଦ୍ୱାରା ୭୩୪ ଜଣ ପ୍ରଭାବିତ ହୋଇଥିବା ରିପୋର୍ଟ କରାଯାଇଛି। କାମରୂପ ମେଟ୍ରୋର ସାତଗାଁଓ ଏବଂ ହାତିଗାଓଁ ଭଳି ଅଞ୍ଚଳ ଜଳମଗ୍ନ ହୋଇଛି। ଏସଡିଆରଏଫ ଏବଂ ଏନଡିଆରଏଫ ଦଳ ଡଙ୍ଗା ବ୍ୟବହାର କରି ୮୦ ଜଣଙ୍କୁ ଉଦ୍ଧାର କରିଛନ୍ତି। ଗୌହାଟୀର ଜୁରିପାର ଏବଂ ଅନିଲ ନଗର ଅଞ୍ଚଳ ମଧ୍ୟ ଜଳବନ୍ଦୀ ରହିଛି।

  • jmjnewso

    Related Posts

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    Spread the love

    Spread the loveନୂଆଦିଲ୍ଲୀ: ଜେଏମଜେ ନ୍ୟୁଜ : ଦେଶର ୫ଟି ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ…

    ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ। ବିଭିନ୍ନ ରାଜ୍ୟରେ ସିଜେପି ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ। ନିର୍ବାଚନ କମିଶନ ମଧ୍ୟରେ…

    Leave a Reply

    Your email address will not be published. Required fields are marked *

    You Missed

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ