ଫେରିବ ଅବ୍ୟବହୃତ ଲିଜ୍‌ ଜମି: ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ପର୍ଷଦ

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସରକାରୀ ଜମିକୁ ଲିଜ୍‌ରେ ନେଇ ତାହାକୁ ଆଦୌ ବ୍ୟବହାର କରି ନଥିବା କିମ୍ବା ଅନ୍ୟ କାମରେ ବ୍ୟବହାର କରୁଥିଲେ ତାହା ସରକାରୀ ଖାତାକୁ ଫେରି ଆସିବ। ବର୍ତ୍ତମାନ ରାଜ୍ୟ ସରକାର ଅନେକ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ କିମ୍ବା କାର୍ଯ୍ୟାଳୟ ନିର୍ମାଣ କରୁଥିବାରୁ ସେଥିପାଇଁ ଜମିର ଅଭାବ ଦେଖାଦେଉଛି।

ସରକାରୀ ଜମିକୁ ଲିଜ୍‌ରେ ନେଇ ତାହାକୁ ଆଦୌ ବ୍ୟବହାର କରି ନଥିବା କିମ୍ବା ଅନ୍ୟ କାମରେ ବ୍ୟବହାର କରୁଥିଲେ ତାହା ସରକାରୀ ଖାତାକୁ ଫେରି ଆସିବ। ବର୍ତ୍ତମାନ ରାଜ୍ୟ ସରକାର ଅନେକ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ କିମ୍ବା କାର୍ଯ୍ୟାଳୟ ନିର୍ମାଣ କରୁଥିବାରୁ ସେଥିପାଇଁ ଜମିର ଅଭାବ ଦେଖାଦେଉଛି। ତେଣୁ ଜମିର ସ୍ଥିତି ଜାଣି ସେଗୁଡ଼ିକୁ ସରକାରଙ୍କ ଖାତାକୁ ଫେରାଇ ଆଣିବା ପାଇଁ ରାଜସ୍ବ ପର୍ଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସରକାରୀ ଜମି ଲିଜ୍‌ରେ ନେଇଥିବା କିମ୍ବା ଅନ୍ୟ ମାଧ୍ୟମରେ ବିଭିନ୍ନ ବିଭାଗ, ଏଜେନ୍ସି କିମ୍ବା ଅନୁଷ୍ଠାନ ନେଇଥିବା ଜମିର ବିବରଣୀ ସହିତ ୫ବର୍ଷର ତଥ୍ୟ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲାପାଳ, ତହସିଲଦାର, ଉପଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ଯଦି ଲିଜ୍‌ ନେବା ପରେ ସେହି ଜମି ଅବ୍ୟବହୃତ ହୋଇ ରହିଯାଏ, ତା’ହେଲେ ସେହି ଜମି ସରକାରଙ୍କ ଖାତାକୁ ଫେରିଆସିବା କଥା। ହେଲେ କେତେକ କ୍ଷେତ୍ରରେ ହେରଫେର କରାଯାଇ ବେଆଇନ ଭାବେ ଜମିଗୁଡ଼ିକୁ ବ୍ୟକ୍ତିଗତ ନାମକୁ ପରିବର୍ତ୍ତନ କରିଦିଆଯାଉଛି। ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଏବେ ଜମିର ବହୁଳ ଆବଶ୍ୟକତା ଦେଖାଦେଉଛି। ହେଲେ କେତେ ଜମି ଲିଜ୍‌ରେ ଯାଇଛି, ସରକାରୀ ଜମିରେ କ’ଣ କରାଯାଉଛି, ସେ ସଂପର୍କିତ କୌଣସି ତଥ୍ୟ ରାଜସ୍ବ ପର୍ଷଦ ପାଖରେ ନାହିଁ। ତେଣୁ ସମସ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ମାଧ୍ୟମରେ ସେମାନଙ୍କ ଅଧୀନରେ ଥିବା ଜମିଗୁଡ଼ିକର ବିବରଣୀ ମଗାଯାଇଛି। ସେହି ଜମିଗୁଡ଼ିକର ଭବିଷ୍ୟତ ବାବଦରେ ସରକାର ନିଷ୍ପତ୍ତି ନେବେ ‌ବୋଲି ଶ୍ରୀ ସେଠୀ କହିଛନ୍ତି।

  • jmjnewso

    Related Posts

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    Spread the love

    Spread the loveନୂଆଦିଲ୍ଲୀ: ଜେଏମଜେ ନ୍ୟୁଜ : ଦେଶର ୫ଟି ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ…

    ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ। ବିଭିନ୍ନ ରାଜ୍ୟରେ ସିଜେପି ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ। ନିର୍ବାଚନ କମିଶନ ମଧ୍ୟରେ…

    Leave a Reply

    Your email address will not be published. Required fields are marked *

    You Missed

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ