ଆଜୀବନ ସଜା କାଟୁଥିଲେ: ୧୯ କଏଦୀଙ୍କୁ ମିଳିଲା ନୂଆ ଜୀବନ

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆଜୀବନ କାରାଦଣ୍ଡ ଭେଗୁଥିବା ୧୯ଜଣ କଏଦୀଙ୍କୁ ନୂଆ ଜୀବନ ମିଳିଛି । ଉତ୍ତମ ବ୍ୟବହାର ଓ ଚାଲିଚଳଣି ପାଇଁ ସେମାନଙ୍କୁ ବିଭିନ୍ନ ଜେଲ୍‌ରୁ ଆଗୁଆ ଖଲାସ କରାଯାଇଛି । ସେମାନଙ୍କୁ ଉତ୍ତରୀୟ ପିନ୍ଧାଇବା ସହ ହାତରେ ଭଗବତ୍ ଗୀତା ସହ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ର ଦେଇ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରରୁ ବାଲିପାଟଣା ଅଞ୍ଚଳର ସୁରେନ୍ଦ୍ରନାଥ ଭୋଇ, ନୂଆଗାଁର ବିପିନ ବରାଳ, ଜଟଣୀର ରତନ ଘୋଷ ୩ଜଣ ଖଲାସ ହୋଇଛନ୍ତି ।ହତ୍ୟା ମାମଲାରେ ଏମାନେ ସଜା କାଟୁଥିଲେ । ବୈଶ ଛତାବରାହ, ଗୋକୁଳ ଓରଫ୍ ଛୋଟା ମଲ୍ଲିକ ନାମକ ୨ କଏଦୀ ଜାମୁଝରି ମୁକ୍ତାକାଶରୁ ବାହାରିଛନ୍ତି। ଆଜୀବନ ସଜ୍ଜା କାଟୁଥିବା ଶାନ୍ତିଲତା ପ୍ରଧାନ ନାମକ ମହିଳା କଏଦୀ ମଧ୍ୟ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକୁଳିଛନ୍ତି ।କୋରାପୁଟ ମଣ୍ଡଳ କାରାଗାରରୁ ସମର ଜାନି, ଜଗନ୍ନାଥ ଜାନି, ସମ୍ବଲପୁର ମଣ୍ଡଳ କାରାଗାରରୁ ବୈକୁଣ୍ଠନାଥ ବିହାରି, ଶତ୍ରୁଘ୍ନ ବାଗ, ଅନୁଗୁଳ ମଣ୍ଡଳ କାରାଗାରରୁ ଅକ୍ଷୟ କୁମାର ସାହୁ, ପ୍ରଫୁଲ୍ଲ ଦେହୁରୀ, ଭଞ୍ଜନଗର ସ୍ୱତନ୍ତ୍ର କାରାଗାରରୁ ଦିନବନ୍ଧୁ ଅଳତିଆ, ବାରିପଦା ମଣ୍ଡଳ କାରାଗାରରୁ ଜାନୁ ବାନ୍ରା, ଅମର ସିଂ, କେନ୍ଦୁଝର କାରାଗାରରୁ ଦସରା ମୁଣ୍ଡା, ବାଲେଶ୍ୱରରୁ ନବକୃଷ୍ଣ ରାଉତ, ନିମାପଡ଼ା ସବ୍-ଜେଲ୍ରୁ ରାଜକିଶୋର ରାଉତରାୟ, ଯାଜପୁରରୁ ବିଶ୍ୱମ୍ବର ସାହୁ ମୁକୁଳିଛନ୍ତି । ଜେଲ ସୁଧାର ପକ୍ରିୟାରେ ସାମିଲ ହୋଇ ଏସବୁ କଏଦୀମାନେ ନିଜକୁ ସୁଧୁରିଛନ୍ତି । ରାଜ୍ୟ କାରାଦଣ୍ଡ ସମୀକ୍ଷା ବୋର୍ଡ ନିଷ୍ପତ୍ତି ଅନୁସାରେ ସେମାନଙ୍କୁ କାରାଦଣ୍ଡରୁ ମୁକ୍ତ କରାଯାଇଛି । ଅପରାଧ ଦୁନିଆକୁ ପଛରେ ଛାଡି଼ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ବୋଲି ଆଶା କରାଯାଉଛି ।

  • jmjnewso

    Related Posts

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।ଆସନ୍ତା ୨୪ ତାରିଖ ସୁଦ୍ଧା ପୌରସଂସ୍ଥା…

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ରୋପଣ କଲେ ରାଜ୍ୟପାଳ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ଲୋକ ଭବନ ପରିସରସ୍ଥିତ ଅଟଳ ବନରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା…

    Leave a Reply

    Your email address will not be published. Required fields are marked *

    You Missed

    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    • By jmjnewso
    • September 18, 2026
    • 21 views
    ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ, ୧୯ ବେଳକୁ ଲଘୁଚାପ, ବାତ୍ୟା ସମ୍ଭାବନା !

    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    • By jmjnewso
    • September 18, 2026
    • 34 views
    ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ

    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    • By jmjnewso
    • September 18, 2026
    • 26 views
    ମହଙ୍ଗା ପଡିଲା ମହିଳା ସହକର୍ମୀ ଙ୍କୁ ଅସଦାଚରଣ, ବନ୍ଧା ହେଲେ ଅତିରିକ୍ତ ସଚିବ

    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    • By jmjnewso
    • September 18, 2026
    • 32 views
    କ୍ରସ ଭୋଟିଂ, ଆଜି ହାଇକୋର୍ଟରେ ଶୁଣାଣି

    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    • By jmjnewso
    • September 17, 2026
    • 50 views
    ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପରିବେଶୀତ

    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

    • By jmjnewso
    • September 17, 2026
    • 91 views
    ଖଜା ଦୋକାନ ଓ ଭାଟିରେ ଚଢ଼ାଉକ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ