ଆସନ୍ତା ୨୪ ଘଣ୍ଟା ଭାରି ବର୍ଷା, ଓଡ଼ିଶାକୁ ରେଡ଼୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Spread the love

ଜେଏମଜେ ନ୍ୟୁଜ : ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାର ସମ୍ଭାବନା । ଗତକାଲିଠୁ କଟକ-ଭୁବନେଶ୍ୱର ଟୁଇନ ସିଟିରେ ତୁହାକୁ ତୁହା ବର୍ଷା ହେଉଛି।ଆଜି ପାଇଁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ବାକି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା କାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ମୌସୁମୀ ପ୍ରଭାବ ଥିବାରୁ ଆଗାମୀ ୨୪ଘଣ୍ଟାରେ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତର ସମ୍ଭାବନା ରହି ଛି।

ଓଡ଼ିଶା ସହିତ କର୍ଣ୍ଣାଟକର ଉପକୂଳ ଅଞ୍ଚଳ, ପୂର୍ବ ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ, କେରଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି । ସେହିପରି ଅଣ୍ଡାମାନ-ନିକୋବାର, ଅରୁଣାଚଳ ପ୍ରଦେଶ, ଆସାମ-ମେଘାଳୟ, ବିହାର, ଛତିଶଗଡ଼, ପୂର୍ବ ଉତ୍ତର ପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାରଖଣ୍ଡ, ଉତ୍ତରାଖଣ୍ଡ ସମେତ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ପାଣିପାଗ ବିଭାଗ ନିମ୍ନାଞ୍ଚଳ ଓ ନଦୀକୂଳ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଅନାବଶ୍ୟକ ଯାତ୍ରା ଏଡ଼ାଇବା ସହିତ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ମଧ୍ୟ କୁହାଯାଇଛି ।

  • jmjnewso

    Related Posts

    ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କୌଣସି ଯୋଜନା ନାହିଁ : ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ସୁପ୍ରିମକୋର୍ଟ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସମଗ୍ର ଦେଶରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର କୌଣସି ଯୋଜନା ନାହିଁ। କୋର୍ଟ ମତ ଦେଇଛନ୍ତି ଯେ ଦୀପାବଳି ପର୍ବ ଲୋକଙ୍କ ଭାବନା…

    ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ହେଲେ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

    Spread the love

    Spread the loveନୂଆଦିଲ୍ଲୀ: ଜେଏମଜେ ନ୍ୟୁଜ : ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରସଙ୍ଗରେ ବିରୋଧୀ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ