ବିପଦରେ କନ୍ଧ ଚନ୍ଦନ ପେଡି ଗାଁ… ଗାଁ ପାଖରେ ବିଷାକ୍ତ କମ୍ପାନୀ ନିର୍ମାଣ କୁ ବିରୋଧ କରି ରାଜ ରାସ୍ତାରେ ଗ୍ରାମବାସୀ।

Spread the love

କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): ଗ୍ରାମ ପାଖରେ ବିଷାକ୍ତ ଆମୋନିଆ ନାଇଟ୍ରେଡ଼ ଗୋଦାମ ନିର୍ମାଣ କୁ ବିରୋଧ,ବନ୍ୟ ଯନ୍ତୁ ଓ ଗ୍ରାମ ପ୍ରତି ବିପଦ ଦର୍ଶାଇ ମେଳି ବାନ୍ଧିଲେଣି ଗ୍ରାମବାସୀ,ଜିଲ୍ଲା ପ୍ରଶାସନ ଠୁ ନେଇ ନ୍ୟାୟାଳୟ ଗ୍ରାମବାସୀ ହେଲେଣି ଦ୍ୱାରସ୍ଥ. ଘରୋଇ ସଂସ୍ଥା ର ଲାଭପାଇଁ ଗ୍ରାମବାସୀ ଓ ବନ୍ୟ ଯନ୍ତୁ ଙ୍କୁ ବିପଦ ମୁହଁକୁ ଠେଲିଦେଲା ପ୍ରଶାସନ l ଗ୍ରାମ ପାଖରେ ଗଛିତ ହେବ ଆମୋନିଆ ନାଇଟ୍ରେଡ଼ ଭଳି ବିଷାକ୍ତ ଗ୍ୟାସ l ଛୋଟିଆ ଅଘଟଣ ପୁରା ଗାଁକୁ ଗିଳିଦେବ ବୋଲି ଅଭିଯୋଗ କରି ରାଜ ରାସ୍ତାକୁ ଓଲ୍ହାଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କନ୍ଧଚନ୍ଦନପେଢି ର ବାସିନ୍ଦା ।

ତେବେ ଗ୍ରାମ ପାଖ ଚାଷ ଜମିରେ ଏକ ଘରୋଇ ସଂସ୍ଥା ପକ୍ଷରୁ ବିନା ସୂଚନା ଫଳକରେ କିଛି ଦିନ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ଚାଷ ଜମିରେ ହେଉଥିବା ନିର୍ମାଣ ପ୍ରକଳ୍ପ ବିଷୟରେ ଜାଣିବା ପାଇଁ ଗ୍ରାମବାସୀ ପ୍ରଶାସନ ର ସହାୟତା ଲୋଡ଼ିବା ପରେ ସେଠାରେ ଆମୋନିଆ ନାଇଟ୍ରେଡ଼ ଭଳି ବିଷାକ୍ତ ଗ୍ୟାସ ଗୋଦାମ ନିର୍ମାଣ କାର୍ଯ୍ୟ ଚାଲିଥିବା ସୂଚନା ପ୍ରଦାନ କରାଯାଇଛି l ତେବେ ଗ୍ରାମ ଠାରୁ ମାତ୍ର ଅଳ୍ପ ଦୂରରେ ବିଷାକ୍ତ ଗ୍ୟାସ ଗୋଦାମ ନିର୍ମାଣ ହେଲେ ଗ୍ରାମ ପ୍ରତି ବିପଦ ରହିଥିବା ଦର୍ଶାଇ ପ୍ରବଳ ଜନଆକ୍ରୋଶ ଦେଖାଦେଇଥିବା ବେଳେ ବିନା ଗ୍ରାମ ସଭାରେ ଗ୍ରାମ ନିକଟରେ ପ୍ରକଳ୍ପ ନିର୍ମାଣ ଲାଗି କିଏ ଅନୁମତି ଦେଲା ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ l
ଚାଷ ଜମିରେ ଆମୋନିଆ ନାଇଟ୍ରେଡ଼ ଗୋଦାମ ନିର୍ମାଣ ହେବା ଦ୍ୱାରା ଆଖପାଖ ଚାଷ ଜମିକୁ ଜଳସେଚନ ର ସମସ୍ୟା ସୃଷ୍ଟି ହେବ l କୃଷ୍ନସାର ମୃଗ ଓ ମୟୂର ଭଳି ବନ୍ୟଜନ୍ତୁ ଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି ହେବ । ଏହାସହ ଗ୍ରାମ ପାଖରେ ବିଷାକ୍ତ ଗ୍ୟାସ ଗଛିତ ହେବାଦ୍ବାରା ଗ୍ରାମ ପ୍ରତି ସବୁ ସମୟରେ ବିପଦ ରହିଥିବା ଅଭିଯୋଗ କରି ଗ୍ରାମବାସୀ ପ୍ରକଳ୍ପ ବନ୍ଦ ଲାଗି ଗ୍ରାମରେ ମେଳି ବାନ୍ଧିଛନ୍ତି l

ଗ୍ରାମରେ ଘନ ଘନ ବୈଠକ କରି ପ୍ରକଳ୍ପ କୁ ବିରୋଧ କରିବା ସହ ନିର୍ମାଣ ସ୍ଥାନରେ ଯାଇ ପ୍ରତିବାଦ କରାଯାଇଛ l ଏବଂ ପ୍ରକଳ୍ପ ବନ୍ଦ ଲାଗି ବ୍ଲକ ପ୍ରଶାସନ ଠୁ ବେଇ ଜିଲ୍ଲା ପ୍ରଶାସନ ଓ ନ୍ୟାୟାଳୟ ର ଦ୍ୱାରସ୍ତ ହୋଇଛନ୍ତି ଗ୍ରାମବାସୀ l ତେବେ ଗ୍ରାମବାସୀ ଙ୍କ ପ୍ରତିବାଦ ସତ୍ୱେ ପ୍ରକଳ୍ପ କାର୍ଯ୍ୟ ଜାରିରଖିଛି ଘରୋଇ ସଂସ୍ଥା l ଅନ୍ୟପଟେ ପ୍ରକଳ୍ପ ନେଇ ଜିଲ୍ଲା ପ୍ରଶାସନ ପୂର୍ବରୁ ଅନୁମତି ପ୍ରଦାନ କରାଯାଇଛି l ଗ୍ରାମବାସୀ ଙ୍କ ସମସ୍ୟା ନେଇ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯିବା ନେଇ ମୌଖିକ ଭାବେ କହିବା ସହ କ୍ୟାମେରା ସାମ୍ନାରେ ମତ ରଖିବାକୁ ମନା କରୁଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ l ସେପଟେ ଗୋଦାମ ଦାୟିତ୍ଵରେ ଥିବା ବ୍ୟକ୍ତି କେବଳ ପାଚେରୀ ନିର୍ମାଣ ହେବ ଓ କଣ ପାଇଁ ନିର୍ମାଣ ହେବ ତାହା ଜାଣିନଥିବା ସେ କହିଛନ୍ତି ।

  • jmjnewso

    Related Posts

    ଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା କୌଣସି ଯୋଜନା ନାହିଁ : ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ସୁପ୍ରିମକୋର୍ଟ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସମଗ୍ର ଦେଶରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର କୌଣସି ଯୋଜନା ନାହିଁ। କୋର୍ଟ ମତ ଦେଇଛନ୍ତି ଯେ ଦୀପାବଳି ପର୍ବ ଲୋକଙ୍କ ଭାବନା…

    ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ହେଲେ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

    Spread the love

    Spread the loveନୂଆଦିଲ୍ଲୀ: ଜେଏମଜେ ନ୍ୟୁଜ : ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରସଙ୍ଗରେ ବିରୋଧୀ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ