ଗଂଜାମ ଜିଲ୍ଲାରେ ଦେଶୀ ମଦ ଅପମିଶ୍ରଣ କୁ ବିରୋଧ

Spread the love

ଭଞ୍ଜନଗର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲାରେ ସରକାରୀ ସ୍ୱୀକୃତିପ୍ରାପ୍ତ ମହୁଲୀ ମଦଭାଟିରେ ମହୁଲ ବଦଳରେ ରାସାୟନିକ ପଦାର୍ଥ ବ୍ୟବହାର କରି ଅପମିଶ୍ରିତ ମଦ ପ୍ରସ୍ତୁତ ହେଉଥିବା ଅଭିଯୋଗ ଆଣିଛି ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ। ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଜ୍ୟ ସଂଯୋଜକ ବି. ଦଣ୍ଡପାଣି ପାତ୍ର ଏହି ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ମହୁଲ ବଦଳରେ ପ୍ରଚୁର ପରିମାଣର ରାସାୟନିକ ପଦାର୍ଥ ମିଶାଇ ମଦ ପ୍ରସ୍ତୁତ କରାଯାଉଥିବାରୁ ତାହା ସ୍ୱାସ୍ଥ୍ୟ ପାଇଁ ଅଧିକ ହାନିକାରକ ହେଉଛି ।ଫଳରେ ଲିଭର, କିଡନୀ ଓ ଆଖି ସମ୍ବନ୍ଧୀୟ ଗୁରୁତର ସମସ୍ୟା ସୃଷ୍ଟି ହେବା ସହ ଜୀବନହାନିର ଆଶଙ୍କା ଥିବା ଦାବି କରାଯାଇଛି। ଏନେଇ ବାରମ୍ବାର ସରକାର ଓ ପ୍ରଶାସନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିବା ସଂଗଠନ କହିଛି। ପୂର୍ବରୁ ଜିଲ୍ଲାର ବିଭିନ୍ନ ଥାନାରେ ଏତଲା ମଧ୍ୟ ଦିଆଯାଇଛି।
ସଂଗଠନ ପକ୍ଷରୁ ଦାବି କରାଯାଇଛି ଯେ, ଏକ୍ସାଇଜ୍ ଓ ପୋଲିସ ପ୍ରଶାସନ ମିଳିତ ଭାବେ ସମ୍ପୃକ୍ତ ମଦଭାଟିଗୁଡ଼ିକରେ ଚଢ଼ାଉ କରି ନମୁନା ସଂଗ୍ରହ କରନ୍ତୁ ଏବଂ ତାହାକୁ ଫରେନ୍ସିକ୍ ଲ୍ୟାବ କୁ ପରୀକ୍ଷା ପାଇଁ ପଠାଇ ପ୍ରକୃତ ସତ୍ୟ ବାହାରକୁ ଅଣାଯାଉ।ଯଦି ଅପମିଶ୍ରିତ ମଦ ବିକ୍ରି ବନ୍ଦ ନହୁଏ, ତେବେ ଭବିଷ୍ୟତରେ ବଡ଼ଧରଣର ଜନସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ବୋଲି ସଂଗଠନ ପକ୍ଷରୁ ଦାବି ହୋଇଛି।ଆଜି ଏକ ପ୍ରେସ ବିବୃତିରେ ବି. ଦଣ୍ଡପାଣି ପାତ୍ର, ରାଜ୍ୟ ସଂଯୋଜକ, ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ସଦସ୍ୟ ସୂଚନା ଦେଇଥିଲେ।ଯଦି ଆଗାମୀ ଦିନରେ ମହୁଲୀ ମଦର ଅପ ମିଶ୍ରଣ ଓ ଗଂଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଦେଶୀ ମଦ ର ବିକ୍ରି ବନ୍ଦ ନ କରାଯାଏ ତା ହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ସୂଚନା ଦେଇଛନ୍ତି।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ

  • jmjnewso

    Related Posts

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    Spread the love

    Spread the loveଜେଏମଜେ ବ୍ୟୁରୋ : ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ ଅଭିଯୋଗ । ଜେନାପୁର ଥାନା ଅନ୍ତର୍ଗତ ଗଡ଼ ମଧୁପୁର ପଞ୍ଚାୟତର ପନ୍ତୁରି ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି…

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କ ମଧ୍ୟରେ ଖୁସି, ସକାରାତ୍ମକ ଚିନ୍ତା, ଆତ୍ମବିଶ୍ୱାସ ଓ ମାନବିକତାର ଭାବନା ବଢ଼ାଇବା ଉଦ୍ଦେଶ୍ୟରେ ନିୟମିତ ସେବା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଗାନ୍ଧୀ ଜୟନ୍ତୀ ଅବସରରେ…

    Leave a Reply

    Your email address will not be published. Required fields are marked *

    You Missed

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ