ବିଶ୍ୱ ଆଦିବାସୀ ଦିବସର ଆହ୍ୱାନ

Spread the love

କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ (ଡକ୍ଟର ସୁରେନ୍ଦ୍ର ନାଥ ସାହୁ)

ଆଜିର ପୃଥିବୀ ବିପର୍ଯ୍ୟସ୍ତ । ଯେଉଁଆଡ଼କୁ ଦୃଷ୍ଟି ଫେରାଇବ, ଦେଖିବ କେବଳ ହିଂସା, ଦ୍ୱେଷ, କପଟ, ପ୍ରତାରଣା ଓ ଅଶାନ୍ତିର ପ୍ରାଚୀର । ନାହିଁ ଏଠି ସ୍ନେହ, ନାହିଁ ଏଠି ମମତା, ନାହିଁ ଏଠି କରୁଣା, ନାହିଁ ଏଠି ସାମାଜିକ ସୁଖଶାନ୍ତି । ଆଧୁନିକ ମଣିଷ ପ୍ରତାରଣାର ପାହାଡ଼ ଉପରେ ଠିଆହୋଇ ତା’ର ଭଙ୍ଗାଆଇନାରେ ବିକୃତ ମୁଖକୁ ଦେଖିବାକୁ ସାହାସ କରୁଛି । କିନ୍ତୁ ଏପରି ସଂପ୍ରଦାୟ ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଅଛନ୍ତି, ଯେଉଁମାନେ ଏସବୁର ବହୁଉଦ୍ଧ୍ୱର୍ରେ ।

ଏମାନେ ଆମ ଦେଶ ତଥା ସମଗ୍ର ବିଶ୍ୱର ମୂଳ ନିବାସୀ ଏବଂ ଆଦିବାସୀ ନାମରେ ସର୍ବତ୍ର ପରିଚିତ । ଏହି ନାମହିଁ ଯଥେଷ୍ଟ, ଯାହା ଏମାନଙ୍କର ମୂଳ ନିବାସକୁ ସୂଚାଇଥାଏ । ବିଶ୍ୱର ପ୍ରାୟ ୯୦ଦେଶରେ ପାଖାପାଖି ୪୭୬ ନିୟୁତ ଆଦିବାସୀ ବସବାସ କରନ୍ତି । ଏମାନେ ବିଶ୍ୱ ଜନସଂଖ୍ୟାର ୬.୨ପ୍ରତିଶତ । ଭାରତର ପ୍ରାୟ ୭୦୫ରୁ ଅଧିକ ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ସର୍ବାଧିକ ୬୪ଟି ସମ୍ପ୍ରଦାୟ ଓଡ଼ିଶାରେ ବସବାସ କରନ୍ତି । ସେହିପରି ଭାରତରେ ମୋଟ ୭୫ଟି ପ୍ରାଚୀନତମ ଆଦିବାସୀ ସମ୍ପ୍ରଦାୟ ବାସକରୁଥିବାବେଳେ ଓଡ଼ିଶାରେ ହିଁ ବାସକରନ୍ତି ସର୍ବାଧିକ ୧୩ଟି ଗୋଷ୍ଠୀର ପ୍ରାଚୀନତମ ଆଦିବାସୀ ସମ୍ପ୍ରଦାୟ ।


ଆଦିବାସୀମାନେ ସୂର୍ଯ୍ୟ, ପୃଥିବୀ, ଜଳ, ଜମି, ଜଙ୍ଗଲ, ପାହାଡ଼ପର୍ବତ, ଅଗ୍ନି, ବାୟୁ, ବୃକ୍ଷ, ପଶୁପକ୍ଷୀ ସମେତ ପ୍ରକୃତିର ପ୍ରତ୍ୟେକ ବସ୍ତୁର ଉପାସନା କରିଥାନ୍ତି । ଯାହା ଭାରତ ସମେତ ପୃଥିବୀର ଅନେକ ଦେଶର ଧର୍ମୀୟ ପରମ୍ପରା ସହିତ ସମାନ । ବିଭିନ୍ନ ପର୍ବପର୍ବାଣିରେ ଏମାନଙ୍କ ପୂଜାପର୍ବ, ନୃତ୍ୟଗୀତ, ସମୁଦାୟ ଏକତା ଓ ସହଯୋଗ ଆଦି ସନାତନ ଧର୍ମର ଭାବନାକୁ ଉଜ୍ଜୀବିତ କରାଏ । ଏମାନଙ୍କର ସଂସ୍କୃତି ଓ ପରମ୍ପରା ସର୍ବ ପୁରାତନ । ଏମାନଙ୍କର ସାହସ, ପରାକ୍ରମ, ସ୍ୱାଭିମାନ ଓ ସଂସ୍କୃତି ଯୋଗୁଁ ଆମର ସଂସ୍କୃତି ଆଜି ସୁରକ୍ଷିତ । ତେଣୁ ଆଦିବାସୀ ସଂସ୍କୃତିର ସୁରକ୍ଷା ଆମର ଦାୟିତ୍ୱ । ଏମାନଙ୍କର ଉନ୍ନତି ଓ ଅଧିକାରର ସୁରକ୍ଷା ପାଇଁ ଏବଂ ବିଶ୍ୱ ପରିବେଶ ସୁରକ୍ଷାରେ ଏମାନଙ୍କର ଅବଦାନକୁ ସ୍ୱୀକାର କରିବା ନିମନ୍ତେ ତଥା ଏମାନଙ୍କର ଗୁରୁତ୍ୱ ଓ ମହାନତାକୁ ମନେପକାଇବା ବିଶ୍ୱ ଆଦିବାସୀ ଦିବସ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୯ତାରିଖ ଦିନ ପାଳିତ ହୋଇଆସୁଛି । ଆଦିବାସୀଙ୍କ ନିମନ୍ତେ ୧୯୮୨ମସିହାରେ ଜେନେଭାଠାରେ ଅନୁଷ୍ଠିତ ହୋଇଥିବା ଜାତିସଂଘ ବୈଠକରେ ଏହି ଦିବସର ପରିକଳ୍ପନା କରାଯାଇଥିଲା ।

ଜାତିସଂଘର ଘୋଷଣା ପରେ ୧୯୯୪ ମସିହାଠାରୁ ଅଗଷ୍ଟ ମାସ ୯ତାରିଖ ଦିନ ସମଗ୍ର ବିଶ୍ୱରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଉଅଛି । ଏହି ଅବସରରେ ଆମେ ଆଜି ପାଳନ କରିବାକୁ ଯାଉଛେ ଆମର ବହୁ ପ୍ରତୀକ୍ଷିତ ୩୩ତମ ବିଶ୍ୱ ଆଦିବାସୀ ଦିବସ, ଆମର ପ୍ରିୟ ଆଦିବାସୀ ଭାଇଭଉଣୀଙ୍କ ପାଇଁ ତଥା ଆମର ମୂଳ ନିବାସୀ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ । ଜୟ ଆଦିବାସୀ, ଜୟ ମୂଳ ନିବାସୀ ।

ପ୍ରଧାନଶିକ୍ଷକ ଓ ଜନଜାତି ଗବେଷକ
କବିସୂର୍ଯ୍ୟନଗର, ଗଂଜାମ
୯୪୩୮୦୬୦୦୩୮

  • jmjnewso

    Related Posts

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    Spread the love

    Spread the loveଭୁବନେଶ୍ବର:ଜେଏମଜେ ନ୍ୟୁଜ : ଆସନ୍ତା ୮ ଅକ୍ଟୋବରରେ ରାଜନୈତିକ ଦଳ ପକ୍ଷରୁ ଓଡ଼ିଶା ବନ୍ଦକୁ ନଜରରେ ରଖି ରାଜ୍ୟରେ ଶାନ୍ତି-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ…

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    Spread the love

    Spread the loveଭୁବନେଶ୍ୱର:  ଜେଏମଜେ ବ୍ୟୁରୋ : କାଲି ଗଡିବନି କୌଣସି ଅଟୋ । ରାଜଧାନୀ ଅଟୋ ଚାଳକ ସଂଘର ଆହ୍ୱାନ ।  ଆସନ୍ତାକାଲି ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀ ସମେତ ରାଜ୍ୟର ସମସ୍ତ ଜାଗାରେ ଅଟୋ ଚଳାଚଳ ବନ୍ଦ…

    Leave a Reply

    Your email address will not be published. Required fields are marked *

    You Missed

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

    କାଲି ଓଡିଶା ବନ୍ଦ:  ହେଲେ ଚାଲିବ ଘରୋଇ ବସ।

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ